ୱେଲିଂଟନ୍ ଟେଷ୍ଟ: କୋହଲି ଓ ପୂଜାରା ଫେଲ୍‌, ବ୍ୟାକଫୁଟରେ ଟିମ୍ ଇଣ୍ଡିଆ

ୱେଲିଂଟନ୍‌: ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ମଧ୍ୟ ଭାରତର ଫ୍ଲପ୍ ଶୋ’ ଜାରି ରହିଛି। ରବିବାର ତୃତୀୟ ଦିବସରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଖରାପ ପ୍ରଦର୍ଶନ କରିଛି ଭାରତ। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୩୪୮ ରନ୍ କରି ଅଲଆଉଟ୍ ହୋଇଛି। ଯାହା ଫଳରେ ଘରୋଇ ଦଳକୁ ୧୮୩ ରନର ବଡ଼ ଅଗ୍ରଣୀ ଲାଭ ହୋଇଛି। ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଛି ଏବଂ ଦିବସର ଖେଳ […]

nz

nz

Ranjit Kumar Jena
  • Published: Sunday, 23 February 2020
  • Updated: 23 February 2020, 04:51 PM IST

Sports

Latest News

ୱେଲିଂଟନ୍‌: ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସରେ ମଧ୍ୟ ଭାରତର ଫ୍ଲପ୍ ଶୋ' ଜାରି ରହିଛି। ରବିବାର ତୃତୀୟ ଦିବସରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଖରାପ ପ୍ରଦର୍ଶନ କରିଛି ଭାରତ। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୩୪୮ ରନ୍ କରି ଅଲଆଉଟ୍ ହୋଇଛି। ଯାହା ଫଳରେ ଘରୋଇ ଦଳକୁ ୧୮୩ ରନର ବଡ଼ ଅଗ୍ରଣୀ ଲାଭ ହୋଇଛି। ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଛି ଏବଂ ଦିବସର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୧୪୪ ରନ୍ କରିଛି।

ଭାରତ ଏବେବି ୩୯ ରନରେ ପଛୁଆ ଥିବା ବେଳେ ହାତରେ ୬ ୱିକେଟ୍ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଆଜିଙ୍କ୍ୟ ରାହାଣେ ୨୫ ଓ ହନୁମା ବିହାରୀ ୧୫ ରନରେ ବ୍ୟାଟିଂ କରୁଥିଲେ। ପ୍ରଥମ ଇନିଂସରେ ନିରାଶ କରିଥିବା କ୍ୟାପଟେନ୍ ବିରାଟ୍ କୋହଲି ଓ ଅଭିଜ୍ଞ ଚେତେଶ୍ୱର ପୂଜାରାଙ୍କ ପୁଣିଥରେ ଚୁପ୍ ରହିଛି। ରବିବାର ପ୍ରଥମ ସେସନରେ ନ୍ୟୁଜିଲ୍ୟାଣ୍ଡର ଟେଲ୍ ଏଣ୍ଡର୍ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ନିରାଶ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସେସନରେ ଟ୍ରେଣ୍ଟ ବୋଲ୍ଟ ଭାରତକୁ ଝଟକା ଦେଇଛନ୍ତି। ଚତୁର୍ଥ ଦିବସରେ ରାହାଣେ ଓ ବିହାରୀଙ୍କଠାରୁ ଭାରତ ନିଶ୍ଚିତ ଭଲ ପ୍ରଦର୍ଶନ ଆଶା ରଖିଛି।

ତୃତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ୍ ତା'ର ପୂର୍ବଦିନର ସ୍କୋର ୨୧୬/୫ରୁ ଖେଳ ଆରମ୍ଭ କରିଥିଲା। ସକାଳେ ଆରମ୍ଭରୁ ଭାରତକୁ ଡବଲ୍ ସଫଳତା ମିଳିଥିଲା। ଘରୋଇ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ବିଜେ ୱାଟଲିଙ୍ଗ୍ (୧୪)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମ୍ରା ନିଜର ପ୍ରଥମ ସଫଳତା ହାସଲ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟିମ୍ ସାଉଦୀ (୬)ଙ୍କୁ ଈଶାନ୍ତ ଶର୍ମା ପ୍ୟାଭିଲିୟନ୍ ପଠାଇଥିଲେ। ଏହି ସମୟରେ ନ୍ୟୁଜିଲ୍ୟାଣ୍ଡର ସ୍କୋର ୭ ୱିକେଟରେ ୨୨୫ ରନରେ ଥିଲା। କିନ୍ତୁ ଘରୋଇ ଦଳର ଶେଷ ତିନି ୱିକେଟ୍ ନେବା ପାଇଁ ଭାରତୀୟ ବୋଲରଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଥିଲା।

କଲିନ୍ ଡି'ଗ୍ରାଣ୍ଡହୋମ୍ (୪୩) ଓ କାଇଲ୍ ଜେମିସନ୍ (୪୪) ଅଷ୍ଟମ ୱିକେଟ୍ ପାଇଁ ୭୧ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିବା ବେଳେ ଅନ୍ତିମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଟ୍ରେଣ୍ଟ ବୋଲ୍ଟ ଦ୍ରୁତ ୩୮ (୨୪ ବଲ୍‌, ୫ ଚୌକା, ୧ ଛକା) ରନ୍ କରି ଘରୋଇ ଦଳକୁ ୩୪୮ ରନର ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୬୮ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି, ବୁମ୍ରା ଓ ମହମ୍ମଦ ଶାମି ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକ ମାରିଥିଲେ, କିନ୍ତୁ ତାଙ୍କ ସାଥୀ ପୃଥ୍ୱୀ ଶ' (୧୪)ଙ୍କ ଖରାପ ଟେକନିକ୍ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ବୋଲ୍ଟଙ୍କ ବଲରେ ଶର୍ଟ ସ୍କୋୟାର୍ ଲେଗରେ ଟମ୍ ଲାଥମଙ୍କୁ କ୍ୟାଚ୍ ଦେଇ ବସିଥିଲେ। ମୟଙ୍କ ସକାରାତ୍ମକ ବ୍ୟାଟିଂ କରିଥିଲେ ଏବଂ ପୂଜାରାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ପୂଜାରା ମାତ୍ର ୧୧ ରନ୍ କରି ବୋଲ୍ଟଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ।

ମୟଙ୍କ ଅର୍ଦ୍ଧଶତକ ପୂରଣ କରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ତାଙ୍କୁ ଟିମ୍ ସାଉଦୀ ପ୍ୟାଭିଲିୟନ୍ ପଠାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ୯୯ ବଲରେ ୭ ଚୌକା ଓ ୧ ଛକା ସହ ୫୮ ରନ୍ କରିଥିଲେ। କ୍ୟାପଟେନ୍ କୋହଲି ମଧ୍ୟ ଭଲ ଆରମ୍ଭ କରିଥିଲେ, କିନ୍ତୁ ବୋଲ୍ଟଙ୍କ ଶର୍ଟ ପିଚ୍ ବଲରେ ପୁଲ୍ କରିବା ପ୍ରୟାସରେ ୱିକେଟକିପର ୱାଟଲିଙ୍ଗଙ୍କୁ କ୍ୟାଚ୍ ଦେଇ ବସିଥିଲେ। କୋହଲି ମାତ୍ର ୧୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପରେ ରାହାଣେ ଓ ବିହାରୀ କ୍ରିଜରେ ଜମିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ନୁହେଁ ପ୍ରାୟ ୨୦ ଓଭର ବ୍ୟାଟିଂ କରି ଭାରତକୁ କୌଣସି କ୍ଷତି ହେବାକୁ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story