କୋଲକାତା ଦିନିକିଆ: ଅଷ୍ଟ୍ରେଲିଆ ସାମ୍ନାରେ ୨୫୩ ରନ୍‌ର ବିଜୟ ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ସାମ୍ନାରେ ୨୫୩ ରନର ବିଜୟ ଲକ୍ଷ୍ୟ। କୋଲକାତାର ଇଡେନ୍‌ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୫୨ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଆଜି ଆଉ ଏକ ବିସ୍ଫୋରକ ପାଳି ଖେଳିଥିଲେ। କୋହଲିଙ୍କ ବ୍ୟାଟ୍‌ର ଯାଦୁ ପୁଣି ଆଜି ଦେଖିବାକୁ ମିଳିଥିଲା। ମାତ୍ର ୮ରନ୍‌ ପାଇଁ ସେ ଆଉ ଏକ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ଆଜି ୯୨ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ସେହପରି ଓପନର୍‌ ରାହାନେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ସେ ୬୪ ବଲରୁ ୫୫ ରନର ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ କୁଲ୍ଟର୍‌-ନିଲ୍‌ ଓ ରିଚାର୍ଡସନ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଅନ୍ୟପଟେ ଆଜିର ମ୍ୟାଚ ବେଳେ କିଛି ସମୟ ପାଇଁ ବର୍ଷା ସାଜିଥିଲା ବାଧକ। ଭାରତ ବ୍ୟାଟିଂ କରୁଥିବା ସମୟରେ ବର୍ଷା ଆରମ୍ଭ ହୋଇଥିଲା ଫଳରେ ମ୍ୟାଚକୁ ଅଧାରୁ ବନ୍ଦ ରଖାଯାଇଥିଲା। ଭାରତର ସ୍କୋର ୨୩୭ ରନ ହୋଇଥିବା ବେଳେ ବର୍ଷା ହେବାରୁ ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ବର୍ଷା ଛାଡିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’