ଟି-ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିଲେ ଆଫ୍ରିଦି

କରାଚି: ପାକିସ୍ତାନର ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଶାହିଦ ଆଫ୍ରିଦି।  ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନକୁ ନେଇ ଖୁବ୍ ସମାଲୋଚିତ ହୋଇଥିବା ଆଫ୍ରିଦି ଶେଷର ଆଜି ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ତେବେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳ ଜାରି ରଖିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି ଟ୍ୱିଟ୍‌ରରେ ଏକ ପ୍ରେସ୍ ରିଲିଜ୍ ଜରିଆରେ ସେ ଏହା ଜଣାଇଛନ୍ତି। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଏହି ଫର୍ମାଟରୁ ଅବସର ନେବାକୁ ସଂକେତ ଦେଇଥିଲେ ଆଫ୍ରିଦି। […]

Shahid-Afridi

Shahid-Afridi

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 04:35 PM IST

Sports

Latest News

କରାଚି: ପାକିସ୍ତାନର ଟି-ଟ୍ୱେଣ୍ଟି ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ଶାହିଦ ଆଫ୍ରିଦି।  ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନର ଶୋଚନୀୟ ପ୍ରଦର୍ଶନକୁ ନେଇ ଖୁବ୍ ସମାଲୋଚିତ ହୋଇଥିବା ଆଫ୍ରିଦି ଶେଷର ଆଜି ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ତେବେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖେଳ ଜାରି ରଖିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି ଟ୍ୱିଟ୍‌ରରେ ଏକ ପ୍ରେସ୍ ରିଲିଜ୍ ଜରିଆରେ ସେ ଏହା ଜଣାଇଛନ୍ତି।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଏହି ଫର୍ମାଟରୁ ଅବସର ନେବାକୁ ସଂକେତ ଦେଇଥିଲେ ଆଫ୍ରିଦି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ହାରିଯିବା ପରେ ସେ ଏଭଳି ସଂକେତ ଦେଇଥିଲେ।

୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ଚାରୋଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତି ପାରିଥିଲା। ଏହା ପୂର୍ବରୁ ଏସିଆ କପ୍‌ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରି ପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos