୩୩ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଭାରତକୁ ମିଳିଲା ଏହି ସୁଯୋଗ

ସିଡ୍‌ନୀ: ଚତୁର୍ଥ ଟେଷ୍ଟରେ ଭାରତ ଘରୋଇ ଦଳ ଅଷ୍ଟ୍ରେଲିଆକୁ ଫଲୋ-ଅନ୍ ଦେଇଛି। ସିଡ୍‌ନୀରେ ଚାଲିଥିବା ଏହି ମ୍ୟାଚ୍‌ର ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୦୦ ରନ୍ କରି ଆଉଟ୍ ହୋଇଯିବା ପରେ ଭାରତ ଫଲୋ-ଅନ୍ ଦେଇଛି। ଭାରତ ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା। ଭାରତ ଫଲୋ-ଅନ୍ ଦେବା ପରେ ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ତେବେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଛି। ୩୩ ବର୍ଷ […]

teamindia

teamindia

Jitendra Garnayak
  • Published: Sunday, 06 January 2019
  • Updated: 06 January 2019, 11:23 AM IST

Sports

Latest News

ସିଡ୍‌ନୀ: ଚତୁର୍ଥ ଟେଷ୍ଟରେ ଭାରତ ଘରୋଇ ଦଳ ଅଷ୍ଟ୍ରେଲିଆକୁ ଫଲୋ-ଅନ୍ ଦେଇଛି। ସିଡ୍‌ନୀରେ ଚାଲିଥିବା ଏହି ମ୍ୟାଚ୍‌ର ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୦୦ ରନ୍ କରି ଆଉଟ୍ ହୋଇଯିବା ପରେ ଭାରତ ଫଲୋ-ଅନ୍ ଦେଇଛି। ଭାରତ ପ୍ରଥମ ଇନିଂସ୍‌ରେ ୭ ୱିକେଟ୍ ହରାଇ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା। ଭାରତ ଫଲୋ-ଅନ୍ ଦେବା ପରେ ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ତେବେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଛି।

୩୩ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଫଲୋ-ଅନ୍ ଦେଇଛି ଭାରତ। ଏହା ପୂର୍ବରୁ ୧୯୮୬ ମସିହାରେ କପିଲ୍ ଦେବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ଫଲୋ-ଅନ୍ ଦେଇଥିଲା।

ସେହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ସୁନୀଲ ଗାଭାସ୍କରଙ୍କ ୧୭୨ ରନ୍‌, ଶ୍ରୀକାନ୍ତଙ୍କ ୧୧୬ ଓ ମହିନ୍ଦର ଅମରନାଥଙ୍କ ୧୩୮ ରନ୍ ବଳରେ ୬୦୦ ରନ୍ କରି ପାଳି ଘୋଷଣା କରିଥିଲା। ଏହା ପରେ ପୂରା ଅଷ୍ଟ୍ରେଲିଆ ଟିମ୍ ୩୯୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତୀୟ ବୋଲର ଶିବଲାଲ ଯାଦବ ଓ ରବି ଶାସ୍ତ୍ରୀ ଯଥାକ୍ରମେ ୫ ଓ ୪ଟି ୱିକେଟ୍ ନେଇଥିଲେ।

ତେବେ ଫଲୋ-ଅନ୍ ପାଳିରେ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା ଓ ମ୍ୟାଚ୍‌କୁ ବଞ୍ଚାଇ ଦେଇଥିଲା। ଦ୍ୱିତୀୟ ଇନିଂସ୍‌ରେ ଶିବଲାଲ ୩ଟି ଓ ରବି ଶାସ୍ତ୍ରୀ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos