ଧୋନିଙ୍କ ୫ ବର୍ଷର ଝିଅକୁ ମିଳିଲା ଅଶ୍ଳୀଳ ଧମକ, ଘରେ ବଢ଼ିଲା ସୁରକ୍ଷା

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଚଳିତ ଆଇପିଏଲ୍‌ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି। ଯାହାକୁ ନେଇ ସୋଶାଲ ମିଡିଆରେ ପ୍ରଶଂସକ ନିରାଶ ପ୍ରକାଶ କରିଛନ୍ତି। କିନ୍ତୁ କିଛି ସୋଶାଲ୍‌ ମିଡିଆ ୟୁଜର ଧୋନିଙ୍କ ବିଫଳତା ପାଇଁ ତାଙ୍କର ୫ ବର୍ଷର ଝିଅ ଜିଭା ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ଧୋନିଙ୍କ ରାଞ୍ଚିସ୍ଥିତ ଫାର୍ମ ହାଉସରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଆଇପିଏଲରେ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ […]

msd

msd

Ranjit Kumar Jena
  • Published: Sunday, 11 October 2020
  • Updated: 11 October 2020, 09:16 AM IST

Sports

Latest News

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଚଳିତ ଆଇପିଏଲ୍‌ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଛି। ଯାହାକୁ ନେଇ ସୋଶାଲ ମିଡିଆରେ ପ୍ରଶଂସକ ନିରାଶ ପ୍ରକାଶ କରିଛନ୍ତି। କିନ୍ତୁ କିଛି ସୋଶାଲ୍‌ ମିଡିଆ ୟୁଜର ଧୋନିଙ୍କ ବିଫଳତା ପାଇଁ ତାଙ୍କର ୫ ବର୍ଷର ଝିଅ ଜିଭା ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ଯାହା ପରେ ଧୋନିଙ୍କ ରାଞ୍ଚିସ୍ଥିତ ଫାର୍ମ ହାଉସରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

धमकी के बाद बढ़ाई गई फार्म हाउस की सुरक्षा

ଆଇପିଏଲରେ ଧୋନିଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଲଗାତର ପରାଜୟର ସାମ୍ନା କରୁଛି। ଏହି କାରଣରୁ ସୋଶାଲ ମିଡିଆରେ ଧୋନିଙ୍କୁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ମିଳୁଛି। ତେବେ ଘଟଣା ସେତେବେଳେ ଅଧିକ ତୀବ୍ରତର ହେଲା, ଯେତେବେଳେ ଜଣେ ୟୁଜର ଧୋନିଙ୍କ ଝିଅକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ରାଞ୍ଚି ପୁଲିସ୍ ଏକ ମାମଲା ଦାୟର କରି ଧୋନିଙ୍କ ଘରେ ସୁରକ୍ଷା ବଢ଼ାଇକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଶ୍ଳୀଳ ମନ୍ତବ୍ୟ ପରେ ଖେଳଠାରୁ ଆରମ୍ଭ କରି ସିନେମା ଜଗତ ସମେତ ପୂରା ଦେଶ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିନେତ୍ରୀ ନଗମା ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛନ୍ତି ଯେ 'ଦେଶରେ ଏବେ କ'ଣ ସବୁ ଚାଲିଛି? ଆଇପିଏଲରେ କେକେଆର୍ ଠାରୁ ହାରିବା ପରେ ଲୋକେ ଧୋନିଙ୍କର ୫ ବର୍ଷର ଝିଅକୁ ଧମକ ଦେଉଛନ୍ତି, ଯାହାକି ବହୁତ ଲଜ୍ଜାଜନକ।

ଚଳିତ ସଂସ୍କରଣରେ ଧୋନିଙ୍କ ଟିମ୍ ଏପର୍ଯ୍ୟନ୍ତ ୭ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି। ଯାହା ଫଳରେ ଟିମର ପ୍ଲେଅଫକୁ କ୍ୱାଲିଫାଏ କରିବା କଷ୍ଟକର ହୋଇପଡ଼ିଛି। ପ୍ଲେଅଫରେ ସ୍ଥାନ ହାସଲ କରିବା ପାଇଁ ଏବେ ଟିମକୁ ବାକି ମ୍ୟାଚ୍ ଗୁଡ଼ିକରେ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos