ଆଗାମୀ ଦିନରେ ଆମ ଦକ୍ଷତା ଜଣାପଡିବ: କୋହଲି

ବେଙ୍ଗାଲୁରୁ: ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଟିମ୍‌ ଇଣ୍ଡିଆର ବ୍ୟସ୍ତ ବହୁଳ କ୍ରୀଡ଼ା ବର୍ଷର ପ୍ରଥମ ଟେଷ୍ଟ ସିରିଜ୍‌।  ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଦଳ ବେଶ୍‌ ଉତ୍ସାହିତ ରହିଛି। ଦଳର ନୂଆ କୋଚ ଅନୀଲ କୁମ୍ବଲେ ଓ ଅଧିନାୟକ ବିରାଟ କୋହଲିଙ୍କ ଯାଦୁ ଏହି ସରିଜ୍‌ରେ ଦେଖିବାକୁ ମିଳିବ।

ଏନେଇ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି,“ ଭାରତକୁ ଶ୍ରେଷ୍ଠ ଟେଷ୍ଟ ଦଳ ଭାବେ ପରିଗଣିତ କରିବାକୁ ଆମେ ଚେଷ୍ଟା କରିବୁ। ଏହି ସିରିଜ୍‌କୁ ଦଳର ପ୍ରତ୍ୟକ ଖେଳାଳି ଏକ ପରୀକ୍ଷା ଭାବେ ମନେ କରୁଛନ୍ତି। ଏହା ମୋ ପାଇଁ ଓ ଦଳ ପାଇଁ ଏକ ପ୍ରକୃତ ସୁଯୋଗ। ଆଗାମୀ ଦିନରେ ଆମ ଦକ୍ଷତା ଜଣାପଡିବ।”