ବିବାହ ବନ୍ଧନରେ ଆବଦ୍ଧ ହେଲେ ରବୀନ୍ଦ୍ର ଜାଡେଜା

ରାଜକୋଟ: ଗୁଜରାଟ ଲାୟନ୍ସର ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି ତାଙ୍କ ବାନ୍ଧବୀ ରିଭା ସୋଲାଙ୍କୀଙ୍କୁ ବିବାହ କରିଛନ୍ତି। ରାଜକୋଟର ସିଞ୍ଜସ୍ ହୋଟେଲ୍‌ରେ ଏହି ବାହାଘର ଅନୁଷ୍ଠିତ ହୋଇଛି। ରାଜପୁତ ପରମ୍ପରା ଅନୁସାରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି।  ଗୁଜରାଟ ଦଳ ତାଙ୍କ ବିବାହ ଭୋଜିରେ ଯୋଗ ଦେଇଛନ୍ତି। ବାହାଘରର ପରଦିନ ଜାଡେଜା ତାଙ୍କ ପତ୍ନୀଙ୍କୁ ଧରି ତାଙ୍କ ପୈତୃକ ଘର ହାଡାଟୋଡା ଯିବେ। ବାହାଘର ପାଇଁ ଗତକାଲି ଥିବା ମ୍ୟାଚ୍‌ ଜାଡେଜା ଖେଳି ନାହାନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ର […]

ravindra-jadeja

ravindra-jadeja

Rakesh Mallick
  • Published: Sunday, 17 April 2016
  • Updated: 18 April 2016, 02:57 AM IST

ରାଜକୋଟ: ଗୁଜରାଟ ଲାୟନ୍ସର ଅଲ୍‌-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି ତାଙ୍କ ବାନ୍ଧବୀ ରିଭା ସୋଲାଙ୍କୀଙ୍କୁ ବିବାହ କରିଛନ୍ତି। ରାଜକୋଟର ସିଞ୍ଜସ୍ ହୋଟେଲ୍‌ରେ ଏହି ବାହାଘର ଅନୁଷ୍ଠିତ ହୋଇଛି। ରାଜପୁତ ପରମ୍ପରା ଅନୁସାରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି।  ଗୁଜରାଟ ଦଳ ତାଙ୍କ ବିବାହ ଭୋଜିରେ ଯୋଗ ଦେଇଛନ୍ତି।

ବାହାଘରର ପରଦିନ ଜାଡେଜା ତାଙ୍କ ପତ୍ନୀଙ୍କୁ ଧରି ତାଙ୍କ ପୈତୃକ ଘର ହାଡାଟୋଡା ଯିବେ।

ବାହାଘର ପାଇଁ ଗତକାଲି ଥିବା ମ୍ୟାଚ୍‌ ଜାଡେଜା ଖେଳି ନାହାନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ର ନବମ ସଂସ୍କରଣରେ ନୂଆ ଦଳ ଭାବେ ଗୁଜରାଟ୍‌ ଲାୟନ୍ସ ପ୍ରବେଶ କରି ୩ଟି ମ୍ୟାଚ୍‌ ଖେଳି ୩ଟି ଯାକ ଜିତିଛି। ପୁଣେ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ୪ ଓଭର ବୋଲିଂ କରି ୧୮ ରନ୍‌ ଦେଇ ୨ଟି ମହତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos