୮ ବର୍ଷ ପରେ ପୁଣି ହେବ ଅଖିଳ ଭାରତ ବାସ୍କେଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

କୋଏମ୍ବାଟୁର: ୮ ବର୍ଷ ପରେ ମେ’ ୨୭ରୁ ଆରମ୍ଭ ହେବ ପୁରୁଷ ବର୍ଗର ନାଚିମୁଥୁ ଗୌଉଣ୍ଡର କପ୍‌ ଅଖିଳ ଭାରତୀୟ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ।  ଏଥିରେ ୮ଟି ଟିମ୍‌ ଭାଗ ନେବେ। ସେମାନେ ହେଲେ ଓଏନ୍‌ଜିସି ଡେରାଡୁନ୍‌, କେରଳ ଷ୍ଟେଟ୍‌ ଇଲେକ୍ଟ୍ରିକ୍‌ସିଟି ବୋର୍ଡ, ଆଇସିଏଫ୍‌ ଚେନ୍ନାଇ, ଆରସିଏଫ୍‌ କପୁରଥଲା, ଇନ୍‌କମ୍‌ ଟ୍ୟାକ୍ସ ଚେନ୍ନାଇ, ନର୍ଥ ଫ୍ରଣ୍ଟିୟର ରେଲ୍‌ୱେ, ଗୌହାଟି, କେରଳ ପୋଲିସ ଓ କୋଏମ୍ବାଟୁର ଜିଲ୍ଲା ବାସ୍କେଟବଲ ଆସୋସିଏସନ। ଏନେଇ ଆଜି କୋଏମ୍ବାଟୁର ଜିଲ୍ଲା ବାସ୍କେଟବଲ୍‌ ଆସୋସିଏସନ୍‌ର ଉପସଭାପତି […]

basketball

basketball

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 05:27 PM IST

Sports

Latest News

କୋଏମ୍ବାଟୁର: ୮ ବର୍ଷ ପରେ ମେ’ ୨୭ରୁ ଆରମ୍ଭ ହେବ ପୁରୁଷ ବର୍ଗର ନାଚିମୁଥୁ ଗୌଉଣ୍ଡର କପ୍‌ ଅଖିଳ ଭାରତୀୟ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ।  ଏଥିରେ ୮ଟି ଟିମ୍‌ ଭାଗ ନେବେ। ସେମାନେ ହେଲେ ଓଏନ୍‌ଜିସି ଡେରାଡୁନ୍‌, କେରଳ ଷ୍ଟେଟ୍‌ ଇଲେକ୍ଟ୍ରିକ୍‌ସିଟି ବୋର୍ଡ, ଆଇସିଏଫ୍‌ ଚେନ୍ନାଇ, ଆରସିଏଫ୍‌ କପୁରଥଲା, ଇନ୍‌କମ୍‌ ଟ୍ୟାକ୍ସ ଚେନ୍ନାଇ, ନର୍ଥ ଫ୍ରଣ୍ଟିୟର ରେଲ୍‌ୱେ, ଗୌହାଟି, କେରଳ ପୋଲିସ ଓ କୋଏମ୍ବାଟୁର ଜିଲ୍ଲା ବାସ୍କେଟବଲ ଆସୋସିଏସନ।

ଏନେଇ ଆଜି କୋଏମ୍ବାଟୁର ଜିଲ୍ଲା ବାସ୍କେଟବଲ୍‌ ଆସୋସିଏସନ୍‌ର ଉପସଭାପତି ଆର ପଲାନିଶାମୀ ସୂଚନା ଦେଇଛନ୍ତି।

ସେହିପରି ୧୫ ସିଆରଆଇ ପମ୍ପ୍ସ ଅଖିଳ ଭାରତୀୟ ବାସ୍କେଟ ବଲ୍‌ ଟୁର୍ଣ୍ଣାମେଣ୍ଟ (ମହିଳା) ମଧ୍ୟ ଅନୁଷ୍ଟିତ ହେବ। ଏଥିରେ ଛତିଶଗଡ ଷ୍ଟେଟ୍‌ ଟିମ୍‌,  ବିଳାଶପୁର ଟିମ୍‌, ଚେନ୍ନାଇର ସାଉଦ୍‌ର୍ଣ୍ଣ ରେଲୱେ, ସିକନ୍ଦରାବାଦ୍‌ର ଏସ୍‌ସି ରେଲୱେ, ଗୌହାଟିର ନର୍ଥ ଫ୍ରଣ୍ଣିୟର ରେଳୱେ,  ବିଳାଶପୁର ସିଇସି ରେଲୱେ, ମୁମ୍ବାଇର ସେଣ୍ଟ୍ରାଲ୍‌ ରେଲୱେ ଓ କୋଏମ୍ବାଟୁର ଜିଲ୍ଲା ବାସ୍କେଟବଲ୍‌ ଆସୋସିଏସନ୍‌(ସିବିଡିଏ) ଭାଗ ନେବ।

ଲିଗ୍‌ ବେସିସ୍‌ରେ ମୋଟ ୨୬ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଜୁନ୍‌ ୧ରେ ଏହାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

ପୁରୁଷ ବର୍ଗର ବିଜେତାଙ୍କୁ ମୋଟ୍‌ ୧ ଲକ୍ଷ ଟଙ୍କା ଓ ଉପବିଜେତାଙ୍କୁ ୫୦,୦୦୦ ଟଙ୍କା ପୁରସ୍କାର ଦିଆଯିବ। ସେହିପରି ମହିଳା ବର୍ଗର ବିଜେତାଙ୍କୁ ୫୦,୦୦୦ ଟଙ୍କା ଓ ଉପବିଜେତାଙ୍କୁ ୨୫,୦୦୦ଟଙ୍କା ପ୍ରଦାନ କରାଯିବ ବୋଲି କୋଏମ୍ବାଟୁର ଜିଲ୍ଲା ବାସ୍କେଟବଲ୍‌ ଆସୋସିଏସନ୍‌ (ସିବିଡିଏ) ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos