ବିସିସିଆଇର ସଭାପତି ହୋଇପାରନ୍ତି ଅନୁରାଗ ଠାକୁର, ଅଜୟ ହେବେ ସଚିବ

ନୂଆଦିଲ୍ଲୀ: ବିସିସିଆଇର ସଚିବ ଥିବା ଅନୁରାଗ ଠାକୁର ବିସିସିଆଇର ପରବର୍ତ୍ତୀ ସଭାପତି ହୋଇପାରନ୍ତି। ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ହେବା ପରେ ଏହି ପଦବୀ ଖାଲି ପଡିଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ସଭାପତି ହେବା ପାଇଁ ଇଷ୍ଟଜୋନ୍‌ରୁ ୬ଟି ଆସୋସିଏସନ୍‌ ତାଙ୍କୁ ସଭାପତି ପ୍ରାର୍ଥୀ ଭେବେ ମନୋନୀତ କରିଛନ୍ତି। ଅନ୍ୟପକ୍ଷରେ ଅଜୟ ସିରକେ ବିସିସିଆଇର ସଚିବ ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ ଠାକୁର ବିସିସିଆଇର ସଭାପତି ହେବାକୁ ଚାହୁଁଛନ୍ତି। ସେଥିପାଇଁ ଇଷ୍ଟଜୋନ୍‌ର ସମସ୍ତ ୬ଟି […]

anurag

anurag

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 11:56 AM IST

Sports

Latest News

ନୂଆଦିଲ୍ଲୀ: ବିସିସିଆଇର ସଚିବ ଥିବା ଅନୁରାଗ ଠାକୁର ବିସିସିଆଇର ପରବର୍ତ୍ତୀ ସଭାପତି ହୋଇପାରନ୍ତି। ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ହେବା ପରେ ଏହି ପଦବୀ ଖାଲି ପଡିଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ସଭାପତି ହେବା ପାଇଁ ଇଷ୍ଟଜୋନ୍‌ରୁ ୬ଟି ଆସୋସିଏସନ୍‌ ତାଙ୍କୁ ସଭାପତି ପ୍ରାର୍ଥୀ ଭେବେ ମନୋନୀତ କରିଛନ୍ତି। ଅନ୍ୟପକ୍ଷରେ ଅଜୟ ସିରକେ ବିସିସିଆଇର ସଚିବ ହୋଇପାରନ୍ତି।

ମିଳିଥିବା ସୂଚନା ମୁତାବକ ଠାକୁର ବିସିସିଆଇର ସଭାପତି ହେବାକୁ ଚାହୁଁଛନ୍ତି। ସେଥିପାଇଁ ଇଷ୍ଟଜୋନ୍‌ର ସମସ୍ତ ୬ଟି ଆସୋସିଏସନ୍‌ ଯଥା ବେଙ୍ଗଲ୍ କ୍ରିକେଟ ଆସୋସିଏସନ୍‌, ଝାରଖଣ୍ଡ କ୍ରିକେଟ ଅସୋସିଏସନ୍‌, ନ୍ୟାସ୍‌ନାଲ କ୍ରିକେଟ କ୍ଲବ ଅଫ୍‌ କୋଲକାତା, ଓଡ଼ିଶା କ୍ରିକେଟ ଅସୋସିଏସନ୍‌ ଓ ତ୍ରିପୁରା କ୍ରିକେଟ ଆସୋସିଏସନ ବିଜେପିର ଏହି ସାଂସଦଙ୍କ ନାମକୁ ବିସିସିଆଇ ସଭାପତି ପାଇଁ ମନୋନୀତ କରିଛନ୍ତି।

ଆସାମ କ୍ରିକେଟ ଆସୋସିଏସନ୍‌ର ସଭାପତି ଗୌତମ ରାୟ କହିଛନ୍ତି,‘‘ଅନୁରାଗ ଠାକୁରଙ୍କୁ ବିସିସିଆଇର ସଭାପତି କରିବା ପାଇଁ ଇଷ୍ଟଜୋନ୍‌ର ସବୁ କ୍ରିକେଟ ଆସୋସିଏସନ୍‌ ମନୋନୟନ ଫର୍ମରେ ମତ ଦାଖଲ କରିଛନ୍ତି। ଆମେ ସମସ୍ତେ ତାଙ୍କୁ ନୋମିନେସନ ଫର୍ମ ପଠେଇ ଦେଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos