ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ବିସିସିଆଇ ସଂପାଦକ ଅନୁରାଗ ଠାକୁର ଆଜି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିସିସିଆଇ ସ୍ପେଶାଲ ଜେନେରାଲ ମିଟିଂରେ ସେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଅନୁରାଗ ବିସିସିଆଇର ସର୍ବ କନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି । ବିସିସିଆଇ ଅଧ୍ୟକ୍ଷଭାବେ ନିର୍ବାଚିତ ହେବା ପରେ ସେ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ମହାରାଷ୍ଟ୍ର କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଅଜୟ ଶିର୍କେଙ୍କୁ ବିସିସିଆଇ ସଂପାଦକ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।
ମେ’ ୧୦ ତାରିଖରେ ବିସିଆଇ ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହର ଇସ୍ତଫା ଦେଇଥିଲେ। ଏହାପରେ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା। ଆଜି ସେହି କଳ୍ପନା ଜଳ୍ପନାର ଅନ୍ତ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
National
ଶେଷ ହେବ ସସ୍ପେନ୍ସ! ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ
ଆଜି ଦିଲ୍ଲୀରେ ମହାୟୁତିର ବୈଠକ ବସୁଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିପାରେ।