ଯାହାଙ୍କୁ ଦିନେ ଗାଳି କରିଥିଲେ, ତାଙ୍କୁ ହିଁ ସର୍ବଶ୍ରେଷ୍ଠ କ୍ୟାପଟେନ୍ ଆଖ୍ୟା ଦେଲେ ନେହରା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଟିମର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ନାଁରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ସର୍ବାଧିକ ଟାଇଟଲ୍ ଜିତିବାର ରେକର୍ଡ ରହିଛି। ତେଣୁ ତାଙ୍କୁ ଏହି ଲିଗର ସବୁଠାରୁ ସଫଳ କ୍ୟାପଟେନ୍ କୁହାଯାଉଛି। କିନ୍ତୁ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ପେସ୍ ବୋଲର ଆଶିଷ ନେହରାଙ୍କ ମତରେ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହିଁ ଆଇପିଏଲର ସର୍ବକାଳୀନ ଶ୍ରେଷ୍ଠ କ୍ୟାପଟେନ୍। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନେହରା କହିଛନ୍ତି, “ଯଦି ମହାନ୍ […]

nehra

nehra

Ranjit Kumar Jena
  • Published: Thursday, 23 April 2020
  • Updated: 23 April 2020, 07:22 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଟିମର କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ନାଁରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ସର୍ବାଧିକ ଟାଇଟଲ୍ ଜିତିବାର ରେକର୍ଡ ରହିଛି। ତେଣୁ ତାଙ୍କୁ ଏହି ଲିଗର ସବୁଠାରୁ ସଫଳ କ୍ୟାପଟେନ୍ କୁହାଯାଉଛି। କିନ୍ତୁ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ପେସ୍ ବୋଲର ଆଶିଷ ନେହରାଙ୍କ ମତରେ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହିଁ ଆଇପିଏଲର ସର୍ବକାଳୀନ ଶ୍ରେଷ୍ଠ କ୍ୟାପଟେନ୍।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନେହରା କହିଛନ୍ତି, "ଯଦି ମହାନ୍ କ୍ୟାପଟେନଙ୍କ କଥା ଉଠିବ, ତାହେଲେ ମୁଁ ଧୋନିଙ୍କୁ ହିଁ ବାଛିଛି, ତେଣିକି ତାହା ଭାରତୀୟ ଟିମ୍ ହେଉ କି ଆଇପିଏଲ୍ ଟିମ୍। ମୁଁ ରୋହିତଙ୍କ ନେତୃତ୍ୱରେ ଖେଳିନାହିଁ, ତେଣୁ ଏହି କାରଣରୁ ଧୋନି ହିଁ ସର୍ବଶ୍ରେଷ୍ଠ କ୍ୟାପଟେନ୍।" ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ତିନିଥର ଏବଂ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ରେକର୍ଡ ଚାରିଥର ଟାଇଟଲ୍ ଜିତିଛି।

ଧୋନି ଓ ଆଶିଷ ନେହରାଙ୍କ ମଧ୍ୟ ଏକ ଘଟଣା ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲା। ୨୦୦୫ରେ ପାକିସ୍ତାନ ଟିମ୍ ଭାରତ ଗସ୍ତରେ ୬ମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳିବାକୁ ଆସିଥିଲା। ଏହି ସିରିଜର ଚତୁର୍ଥ ଦିନିକିଆରେ ଏପ୍ରିଲ୍ ୧୨ ତାରିଖରେ ଅହମ୍ମଦାବାଦରେ ଖେଳାଯାଇଥିଲା। ସେହି ମ୍ୟାଚରେ ଆଶିଷ ନେହରା ଧୋନିଙ୍କୁ ଖୁବ୍ ଗାଳିଗୁଲଜ କରିଥିଲେ। କିନ୍ତୁ ଗାଳିଗୁଲଜ ଶୁଣିବା ପରେ ଧୋନି ଚୁପ୍ ରହିଥିଲେ।

ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୩୧୫ ରନ୍ କରିଥିଲା। ସଚିନ ତେନ୍ଦୁଲକର ୧୨୩ ରନର ଚମତ୍କାର ଇନିଂସ୍ ଖେଳିଥିଲେ। ଜବାବରେ ପାକିସ୍ତାନ ପକ୍ଷରୁ ସଲମାନ୍ ବଟ୍ଟ ଓ ଶାହିଦ୍ ଆଫ୍ରିଦି ଓପନ୍ କରିବାକୁ ଆସିଥିଲେ। ଇନିଂସର ଚତୁର୍ଥ ଓଭରରେ ନେହରା ବୋଲିଂ କରୁଥିଲେ ଏବଂ ଶେଷ ବଲରେ ୱିକେଟ୍ ପଛରେ ଥିବା ଧୋନି ଆଫ୍ରିଦିଙ୍କ କ୍ୟାଚ୍ ଛାଡ଼ି ଦେଲେ। ଏହା ପରେ ନେହରା ନିଜ ଉପରକୁ ନିୟନ୍ତ୍ରଣ ହରାଇ ବସି ଧୋନିଙ୍କୁ ଗାଳି କରିଥିଲେ। କିନ୍ତୁ ନିଜର ଚିରାଚରିତ ସ୍ୱଭାବ ଦେଖାଇ ପୂରା ଶାନ୍ତ ରହିଥିଲେ। ସୌଭାଗ୍ୟବଶତଃ ଧୋନି ସେହି ସମୟରେ ଭାରତୀୟ ଦଳର କ୍ୟାପଟେନ୍ ନଥିଲେ। କିନ୍ତୁ ନେହରାଙ୍କ ସେହି ଉଗ୍ର ରୂପ ଭିଡିଓରେ କ୍ୟାପଚର୍ ହୋଇଥିଲା, ଯାହା ଆଜି ବି ଭାଇରାଲ୍ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story