ପ୍ରଥମ ଓଡ଼ିଆ ଭାବେ ଜିଏଫଆଇ ଚୟନ କମିଟିର ଅଧ୍ୟକ୍ଷ ହେଲେ ଅଶୋକ ସାହୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଖୁସି ଖବର। ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନର ସମ୍ପାଦକ ଥିବା ଅଶୋକ ସାହୁଙ୍କୁ ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନର (ଜିଏଫଆଇ) ଚୟନକମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅଶୋକ ପ୍ରଥମ ଓଡ଼ିଆ ଭାବେ ଜାତୀୟ ଚୟନକମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ଚାରିବର୍ଷ ପାଇଁ ଏହି ପଦବୀରେ ରହିବେ। ସେ ଚୟନକମିଟିର ଅନ୍ୟ ୬ ସଦସ୍ୟଙ୍କ ସହ ମିଶି ଜାତୀୟ ଦଳର ନେତୃତ୍ୱ ନେବେ। ପ୍ରଥମଥର ଲାଗି ଓଡ଼ିଆ ଭାବେ […]

Ashok

Ashok

Ranjit Kumar Jena
  • Published: Friday, 29 May 2020
  • Updated: 29 May 2020, 09:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଖୁସି ଖବର। ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନର ସମ୍ପାଦକ ଥିବା ଅଶୋକ ସାହୁଙ୍କୁ ଭାରତୀୟ ଜିମ୍ନାଷ୍ଟିକ୍ ଫେଡେରେସନର (ଜିଏଫଆଇ) ଚୟନକମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଅଶୋକ ପ୍ରଥମ ଓଡ଼ିଆ ଭାବେ ଜାତୀୟ ଚୟନକମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ଚାରିବର୍ଷ ପାଇଁ ଏହି ପଦବୀରେ ରହିବେ। ସେ ଚୟନକମିଟିର ଅନ୍ୟ ୬ ସଦସ୍ୟଙ୍କ ସହ ମିଶି ଜାତୀୟ ଦଳର ନେତୃତ୍ୱ ନେବେ।

ପ୍ରଥମଥର ଲାଗି ଓଡ଼ିଆ ଭାବେ ଜାତୀୟ ସ୍ତରର ଚୟନକମିଟିର ଅଧ୍ୟକ୍ଷ ହୋଇଥିବା ଅଶୋକଙ୍କୁ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍ (ଓଏଏ)ର ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର ସଭାପତି ସମୀର ଦେ, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସମ୍ପାଦକ ସଞ୍ଜୟ ବେହେରା, ଓଏଏର ସମ୍ପାଦକ ଅଭିଜିତ୍ ପଲ୍‌ ଏବଂ ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନର ଅନ୍ୟାନ୍ୟ ସଦସ୍ୟ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ବର୍ତ୍ତମାନ ଓଡ଼ିଶା ଜିମ୍ନାଷ୍ଟିକ୍ ଆସୋସିଏସନର ସମ୍ପାଦକ ଥିବା ଅଶୋକ ପୂର୍ବରୁ ଜିଏଫଆଇର ଯୁଗ୍ମସମ୍ପାଦକ ଓ ଉପସଭାପତି ରହିଥିଲେ। ଏହା ବ୍ୟତୀତ ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ସିନିୟର ଓ ଜୁନିୟର ଦଳର ମ୍ୟାନେଜର ଦାୟିତ୍ୱ ବହନ କରିଛନ୍ତି।

୨୦୧୦ରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍, ୨୦୧୦ରେ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୧ରେ ଟୋକିଓର ଆୟୋଜିତ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍ ଏବଂ ୨୦୧୪ରେ ଦକ୍ଷିଣ କୋରିଆର ଇଞ୍ଚିଅନଠାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଭାରତୀୟ ଦଳର ମ୍ୟାନେଜର ଭାବେ ରହି ନିଜ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ଏହାଛଡ଼ା ଶ୍ରୀ ସାହୁ ବିଭିନ୍ନ ଜାତୀୟ ଜିମ୍ପାଷ୍ଟିକ୍ସ ଚାମ୍ପିୟନଶିପର ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos