ଅକ୍ଟୋବରରେ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ, ଜାରି ହେଲା ଫିକ୍ସଚର୍

ମେଲବର୍ଣ୍ଣ: କରୋନାଭାଇରସ୍ ଯୋଗୁ କ୍ରିକେଟ୍ ଜଗତ ଠପ୍ ପଡ଼ିଛି। କିନ୍ତୁ ଏହା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି। କୋଭିଡ୍-୧୯ ମହାମାରୀ ଯୋଗୁ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା, ତା’ ଉପରୁ ଆଜି ପର୍ଦ୍ଦା ହଟିଛି। ଗୁରୁବାର ଭାରତ ବିପକ୍ଷ ତା’ର ଘରୋଇ ସିରିଜ୍ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପୂର୍ଣ୍ଣ ଫିକ୍ସଚର୍ ଘୋଷଣା କରିଛି। ଅକ୍ଟୋବର ମାସରୁ ଭାରତୀୟ ପୁରୁଷ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ […]

ind-aus

ind-aus

Ranjit Kumar Jena
  • Published: Thursday, 28 May 2020
  • Updated: 28 May 2020, 08:28 PM IST

Sports

Latest News

ମେଲବର୍ଣ୍ଣ: କରୋନାଭାଇରସ୍ ଯୋଗୁ କ୍ରିକେଟ୍ ଜଗତ ଠପ୍ ପଡ଼ିଛି। କିନ୍ତୁ ଏହା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି। କୋଭିଡ୍-୧୯ ମହାମାରୀ ଯୋଗୁ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା, ତା' ଉପରୁ ଆଜି ପର୍ଦ୍ଦା ହଟିଛି। ଗୁରୁବାର ଭାରତ ବିପକ୍ଷ ତା'ର ଘରୋଇ ସିରିଜ୍ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ପୂର୍ଣ୍ଣ ଫିକ୍ସଚର୍ ଘୋଷଣା କରିଛି।

ଅକ୍ଟୋବର ମାସରୁ ଭାରତୀୟ ପୁରୁଷ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ, ଯେଉଁଥିରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍, ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ଶେଷରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ଅଷ୍ଟ୍ରେଲିଆରେ ସୀମିତ (ଦିନିକିଆ) ଓଭର ସିରିଜ୍ ଖେଳିବ।

ଟି-୨୦ ସିରିଜ୍ ଅକ୍ଟୋବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଟି-୨୦ ଅକ୍ଟୋବର ୧୧ ତାରିଖରେ ବ୍ରିସବେନରେ ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ୍ ୧୪ରେ କ୍ୟାନବେରା ଏବଂ ତୃତୀୟ ମ୍ୟାଚ୍ ୧୭ରେ ଆଡିଲେଡରେ ଖେଳାଯିବ। ଏହା ପରେ ଅକ୍ଟୋବର ୧୮ ତାରିଖରୁ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବା ପାଇଁ ସ୍ଥିର ହୋଇଛି। କିନ୍ତୁ ବିଶ୍ୱକପ୍ ଆୟୋଜନ ନେଇ ଏବେବି ଅନିଶ୍ଚିତତା ରହିଛି।

ଟି-୨୦ ବିଶ୍ୱକପ୍ ପରେ ଭାରତ ଡିସେମ୍ବର ୩ ତାରିଖରୁ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ପ୍ରଥମ ଟେଷ୍ଟ ଡିସେମ୍ବର ୩ରୁ ୭ ତାରିଖରୁ ବ୍ରିସବେନ୍, ୨ୟ ଟେଷ୍ଟ ଡିସେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆଡିଲେଡରେ, ତୃତୀୟ ତଥା ବକ୍ସିଂ ଡେ' ଟେଷ୍ଟ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ମେଲବର୍ଣ୍ଣ ଏବଂ ଚତୁର୍ଥ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ୭ ତାରିଖ ପର୍ଯ୍ୟନ୍ତ ସିଡନୀରେ ଖେଳାଯିବ।

ଜାନୁଆରୀ ୧୨ରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବାକୁ ଥିବା ବେଳେ ଜାନୁଆରୀ ୧୫ରେ ମେଲବର୍ଣ୍ଣରେ ୨ୟ ଦିନିକିଆ ଏବଂ ଜାନୁଆରୀ ୧୭ରେ ସିଡନୀରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବ।

ଏହା ପରେ ମହିଳା ଦଳର ଜାନୁଆରୀ ୨୨ରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ କ୍ୟାନବେରାରେ ଖେଳାଯିବାକୁ ଥିବା ବେଳେ ୨ୟ ମ୍ୟାଚ୍ ଜାନୁଆରୀ ୨୫ରେ ସେଣ୍ଟ କିଲଡା ଏବଂ ତୃତୀୟ ମ୍ୟାଚ୍ ହୋବର୍ଟରେ ୨୮ ତାରିଖରେ ଅନୁଷ୍ଠିତ ହେବ।

ଭାରତ-ଅଷ୍ଟ୍ରେଲିଆ ପୂର୍ଣ୍ଣ ସିରିଜର କାର୍ଯ୍ୟସୂଚୀ
ଟି-୨୦ ସିରିଜ୍
୧୧।୧୦।୨୦: ପ୍ରଥମ ମ୍ୟାଚ୍ (ବ୍ରିସବେନ୍)
୧୪।୧୦।୨୦: ୨ୟ ମ୍ୟାଚ୍ (କ୍ୟାନବେରା)
୧୭।୧୦।୨୦: ତୃତୀୟ ମ୍ୟାଚ୍ (ଆଡିଲେଡ୍)
ଟେଷ୍ଟ ସିରିଜ୍
ଡିସେମ୍ବର ୩-୭: ପ୍ରଥମ ଟେଷ୍ଟ (ବ୍ରିସବେନ୍)
ଡିସେମ୍ବର ୧୧-୧୫: ୨ୟ ଟେଷ୍ଟ (ଆଡିଲେଡ୍)
ଡିସେମ୍ବର ୨୬-୩୧: ତୃତୀୟ ତଥା ବକ୍ସିଂ ଡେ' ଟେଷ୍ଟ (ମେଲବର୍ଣ୍ଣ)
ଜାନୁଆରୀ ୩-୭: ଚତୁର୍ଥ ତଥା ପିଙ୍କ୍ ବଲ୍‌ ଟେଷ୍ଟ (ସିଡନୀ)
ଦିନିକିଆ ସିରିଜ୍
୧୨।୧।୨୧: ପ୍ରଥମ ମ୍ୟାଚ୍ (ପର୍ଥ)
୧୫।୧।୨୧: ୨ୟ ମ୍ୟାଚ୍ (ମେଲବର୍ଣ୍ଣ)
୧୭।୧।୨୧: ତୃତୀୟ ମ୍ୟାଚ୍ (ସିଡନୀ)
ମହିଳା ଦିନିକିଆ ସିରିଜ୍ (ଭାରତ- ଅଷ୍ଟ୍ରେଲିଆ)
୨୨।୧।୨୧: ପ୍ରଥମ ମ୍ୟାଚ୍ (କ୍ୟାନବେରା)
୨୫।୧।୨୧: ୨ୟ ମ୍ୟାଚ୍ (ସେଣ୍ଟ କିଲଡା)
୨୮।୧।୨୧: ତୃତୀୟ ମ୍ୟାଚ୍ (ହୋବର୍ଟ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story