ଭାରତୀୟ କ୍ରିକେଟରଙ୍କ ପାଇଁ କଟକଣା କୋହଳ କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଯିବ। ଭାରତୀୟ ଖେଳାଳିଙ୍କୁ କରୋନା କଟକଣା ଭିତରେ ବି ସ୍ୱତନ୍ତ୍ର ଭାବେ କୋହଳ ନୀତି ଅବଲମ୍ବନ କରି ଅଷ୍ଟ୍ରେଲିଆ ସରକାର ଟେଷ୍ଟ ସିରିଜ ଖେଳିବାକୁ ଅନୁମତି ଦେଇ ପାରନ୍ତି ବୋଲି ଜଣାପଡ଼ିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଅଷ୍ଟ୍ରେଲିଆରେ କୌଣସି ଖେଳ ହୋଇପାରୁନାହିଁ। ଏଥିପାଇଁ ସରକାର ୩୦୦ ମିଲିୟନ ଅଷ୍ଟ୍ରେଲିଆ ଡଲାର କ୍ଷତି ସହିବାର ଆଶଙ୍କା କରିଛନ୍ତି। ଏହି ସମସ୍ୟାକୁ ଦୂର […]

y

y

Hemant Lenka
  • Published: Saturday, 25 April 2020
  • Updated: 25 April 2020, 01:51 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଯିବ। ଭାରତୀୟ ଖେଳାଳିଙ୍କୁ କରୋନା କଟକଣା ଭିତରେ ବି ସ୍ୱତନ୍ତ୍ର ଭାବେ କୋହଳ ନୀତି ଅବଲମ୍ବନ କରି ଅଷ୍ଟ୍ରେଲିଆ ସରକାର ଟେଷ୍ଟ ସିରିଜ ଖେଳିବାକୁ ଅନୁମତି ଦେଇ ପାରନ୍ତି ବୋଲି ଜଣାପଡ଼ିଛି।

କୋଭିଡ୍‌-୧୯ ମହାମାରୀ ଯୋଗୁ ଅଷ୍ଟ୍ରେଲିଆରେ କୌଣସି ଖେଳ ହୋଇପାରୁନାହିଁ। ଏଥିପାଇଁ ସରକାର ୩୦୦ ମିଲିୟନ ଅଷ୍ଟ୍ରେଲିଆ ଡଲାର କ୍ଷତି ସହିବାର ଆଶଙ୍କା କରିଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଓ କ୍ରୀଡ଼ାପ୍ରେମୀଙ୍କୁ ଷ୍ଟାଡିୟମ ମୁହାଁ କରିବା ପାଇଁ ସରକାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ବିଶ୍ୱବ୍ୟାପୀ ଲକଡାଉନ ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ଅନେକ କ୍ଷତି ସହିଛି। କ୍ଷତି ପରିମାଣ ଏତେ ପରିମାଣର ବଢ଼ି ଯାଇଛି ଯେ ବୋର୍ଡର ୮୦% କର୍ମଚାରୀଙ୍କୁ ଦରମା ଦିଆଯାଇ ପାରୁନାହିଁ। ତେଣୁ ଡିସେମ୍ବର-ଜାନୁଆରୀରେ ଭାରତ ସହ ହେବାକୁ ଥିବା ୪ଟିକିଆ ଟେଷ୍ଟ ସିରିଜ କରି ବୋର୍ଡ କ୍ଷତି ଭରଣ କରିବାକୁ ଚାହୁଁଛି।

କରୋନାକୁ ଦୃଷ୍ଟିରେ ରଖି ସରକାର ସେପ୍ଟେମ୍ବର ୩୦ ଯାଏ ନିଜ ସୀମାକୁ ସିଲ କରିଦେଇଛନ୍ତି। ଆଶା କରାଯାଉଛି ଏହା ପରେ ବି ଟ୍ରାଭେଲ ବ୍ୟାନ ବଳବତ୍ତର ରହିବ। ଏଭଳି ସ୍ଥିତିରେ ଭାରତୀୟ ଟିମ କେମିତି ଅଷ୍ଟ୍ରେଲିଆରେ ପହଞ୍ଚିବେ, ତା’କୁ ନେଇ ପ୍ରଶ୍ନ ଉଠିଥିଲା। ଏହି ସମସ୍ୟାକୁ ଦୂର କରିବା ପାଇଁ ଅଷ୍ଟ୍ରେଲିଆ ସରକାର ନୂଆ ବ୍ୟବସ୍ଥା ଆପଣାଇବାକୁ ଚିନ୍ତା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos