ନୂଆଦିଲ୍ଲୀ: ଆସନ୍ତାକାଲି ଖେଳା ଯିବ ଚଳିତ ଆଇପିଏଲ୍ର ଫାଇନାଲ୍ ମ୍ୟାଚ୍। ଏଥିରେ ମୁହାଁମୁହିଁ ହେବେ ରୋୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ। ତେବେ ତା’ପୂର୍ବରୁ ହାଇଦ୍ରାବାଦର ବୋଲର ଭୁବନେଶ୍ୱର କୁମାର କହିଛନ୍ତି ଯେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ ମାନଙ୍କୁ ଆଉଟ୍ କରିବା ତାଙ୍କ ଦଳର ବୋଲରମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
ସେ କହିଛନ୍ତି,“ବାଙ୍ଗାଲୋରର ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବା ପାଇଁ ଆମକୁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ। ବାଙ୍ଗାଲୋର ପକ୍ଷରୁ ୩୫ ପ୍ରତିଶତ ରନ୍ ବିରାଟ କୋହଲି କରୁଛନ୍ତି। ବିରାଟ, ଗେଲ୍ ଓ ଏବି ଡି ଭିଲିୟର୍ସଙ୍କୁ ଆଉଟ୍ କରିବା ଆମ ପାଇଁ ବଡ଼ କାର୍ଯ୍ୟ ହେବ। ଆମେ ଭାବୁଛୁ ଫାଇନାଲରେ ଭଲ ଲଢ଼େଇ ଦେଖିବାକୁ ମିଳିବ।”
ଗତକାଲି ଗୁଜରାଟକୁ ହରାଇ ଫାଇନାଲରେ ପହଞ୍ଚିଥିଲା ହାଇଦ୍ରାବାଦ ଦଳ। ଦଳ ପାଇଁ ଏହି ବିଜୟ ଆଣି ଦେଇଥିଲେ ଡେଭିଡ୍ ୱାର୍ନର। ସେ ୫୮ ବଲ୍ରୁ ୯୩ ରନ୍ କରି ଅପରାଜିତ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।