ଵିଶ୍ଵକପ୍: ବାଂଲାଦେଶର ଏହି ପାଞ୍ଚ ଖେଳାଳି କରିପାରନ୍ତି ଓଲଟପାଲଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପରେ ଆଜି ଇଂଲଣ୍ଡର ଏଜବାଷ୍ଟନରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ- ଭାରତ ଓ ବାଂଲାଦେଶ। ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତାହେଲେ ଶ୍ରୀଲଙ୍କା ସହ ଅନ୍ତିମ ଲିଗ ମ୍ୟାଚରେ କର ବା ମର ସ୍ଥିତି […]

BangladeshCrciketer

BangladeshCrciketer

Subhransu Sekhar
  • Published: Tuesday, 02 July 2019
  • Updated: 02 July 2019, 12:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପରେ ଆଜି ଇଂଲଣ୍ଡର ଏଜବାଷ୍ଟନରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ- ଭାରତ ଓ ବାଂଲାଦେଶ। ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତାହେଲେ ଶ୍ରୀଲଙ୍କା ସହ ଅନ୍ତିମ ଲିଗ ମ୍ୟାଚରେ କର ବା ମର ସ୍ଥିତି ଉପୁଜିବ।

ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମୁକାବିଲା ହୋଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ବାଂଲାଦେଶକୁ ସହଜରେ ହରାଇଥିଲା।

ସେହିପରି ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୩୫ଟି ଦିନିକିଆ ଖେଳାଯାଇଛି। ଏଥିରୁ ଭାରତ ୨୯ଟିରେ ଏବଂ ବାଂଲାଦେଶ ମାତ୍ର ୫ଟି ମ୍ୟାଚ୍ ଜିତିପାରିଛି। ଗୋଟିଏ ମ୍ୟାଚରେ ଫଳାଫଳ ମିଳି ନଥିଲା। ତେଣୁ ଏସବୁ ଦୃଷ୍ଟିରୁ ଆଜିର ମ୍ୟାଚରେ ଭାରତର ପଲା ଭାରୀ ରହିବ ବୋଲି ଆଶା କରାଯାଉଛି।

କିନ୍ତୁ ବିଶ୍ୱକପରେ ନିଜର ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଆସିଥିବା ବାଂଲାଦେଶ ଦଳ ଭାରତ ବିପକ୍ଷ ମ୍ୟାଚ ଜିତିବ ବୋଲି ଆଶା ବାନ୍ଧିଛି। ସେଥିପାଇଁ ଦଳର ଖାସ୍ ୫ ଖେଳାଳିଙ୍କୁ ବିରାଟ ସେନା ବିରୋଧରେ ଲଢ଼ାଇବାକୁ ଯାଉଛି।

ସାକିବ ଅଲ ହସନ

ଚଳିତ ବିଶ୍ୱକପରେ ୬ଟି ମ୍ୟାଚରେ ସାକିବ ୪୭୬ କନ କରିଛନ୍ତି। ଚଳିତ ବିଶ୍ୱକପରେ ସର୍ବାଧିକ ରନ କରିଥିବା ଖେଳାଳି ତାଲିକାରେ ତିନି ନମ୍ୱରରେ ରହିଛନ୍ତି ସାକିବ୍। ଏହି ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ଚଳିତ ବିଶ୍ୱକପରେ ୧୨୪ ରନ୍ ରହିଛି। ତାଙ୍କ ନାଁରେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି। ତା ସହିତ ବୋଲିଂରେ ସେ ୧୦ଟି ଓ୍ୱିକେଟ ମଧ୍ୟ ନେଇଛନ୍ତି।

ତମିମ୍ ଇକବାଲ୍

ଚଳିତ ବିଶ୍ୱକପରେ ୬ଟି ମ୍ୟାଚ ଖେଳି ତମିମ୍ ୨୦୫ ରନ୍ କରିଛନ୍ତି। ଚଳିତ ବିଶ୍ୱକପରେ ତାଙ୍କର ସର୍ବାଧିକ ରନ୍ ୬୨ ରହିଛି। ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି। ୨୦୧୫ରୁ ଏଯାଏ ଦଳ ପାଇଁ ସବୁବେଳେ ଭଲ ବ୍ୟାଟିଂ କରି ଆସିଛନ୍ତି ଏହି ଖେଳାଳି।

ମୁଶିଫକୁର ରହିମ୍

ଚଳିତ ବିଶ୍ୱକପରେ ୬ଟି ମ୍ୟାଚରେ ମୁଶିଫକୁର ୩୨୭ ରନ୍ କରିଛନ୍ତି।  ଚଳିତ ବିଶ୍ୱକପରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୨ । ସେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ କରିଛନ୍ତି। ମୁଶିଫକୁର ରହିମ୍ ୨୦୧୫ରୁ ଏଯାଏ ୬୫ ଦିନିକିଆ ମ୍ୟାଚ ଖେଳି ୨୪୩୪ ରନ୍ ସଂଗ୍ରହ କରିଛନ୍ତି।

ମହମଦୁଲ୍ଳା 

ଚଳିତ ବିଶ୍ୱକପରେ ୬ଟି ମ୍ୟାଚ ଖେଳି ୫ଟି ଇନିଂସରେ ବ୍ୟାଟିଂ କରି ୧୯୦ ରନ୍ କରିଛନ୍ତି ମହମଦୁଲ୍ଲା। ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି। ୨୦୧୫ରୁ ଏଯାଏ ସେ  ୬୫ ଦିନିକିଆ ମ୍ୟାଚରେ ୧୪୫୯ ରନ୍ କରିଛନ୍ତି।

ମୁସ୍ତାଫିଜୁର ରହମାନ୍

ଚଳିତ ବିଶ୍ୱକପରେ ମୁସ୍ତାଫିଜୁର ୬ଟି ମ୍ୟାଚ୍ ଖେଳି ୧୦ଟି ଓ୍ୱିକେଟ୍ ନେଇଛନ୍ତି। ସବୁଠୁ ବଡ଼କଥା ହେଲା ମୁସ୍ତାଫିଜୁର ୪-୫ ଓ୍ୱିକେଟ ନେବାରେ ତିନି ତିନି ଥର ସଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story