ନେହେରାଙ୍କ ଓ ଭୁବିଙ୍କଠାରୁ ବୋଲିଂ ଟିପ୍ସ ନେଉଥିଲି: ଶ୍ରାନ୍‌

ନୂଆଦିଲ୍ଲୀ: ଦଳର ଭେଟେରାନ୍‌ ବୋଲର ଆଶିଷ ନେହେରା ଓ ଭୁବନେଶ୍ୱର କୁମାରଙ୍କଠାରୁ ବୋଲିଂ ଟିପ୍ସ ନେଉଥିଲି। ସେମାନଙ୍କ ଟିପ୍ସ ମତେ ବହୁତ ସହାୟକ ହେଉଥିଲା। ମଙ୍ଗଳବାର ଏହା କହିଛନ୍ତି ଟିମ୍‌ ଇଣ୍ଡିଆର ଯୁବ ଫାଷ୍ଟ ବୋଲର ବରିନ୍ଦର ଶ୍ରାନ୍‌। ସେ ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଡେବ୍ୟୁ କରି ୪ ଓଭରରେ ୪ଟି ୱିକେଟ ନେଇଥିଲେ। ଫଳରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଥିଲା। ସେ କହିଛନ୍ତି,“ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ କିପରି ରିଭର୍ସ ସ୍ୱିଂ ବୋଲିଂ କରିହେବ […]

sran

sran

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 06:44 PM IST

Sports

Latest News

ନୂଆଦିଲ୍ଲୀ: ଦଳର ଭେଟେରାନ୍‌ ବୋଲର ଆଶିଷ ନେହେରା ଓ ଭୁବନେଶ୍ୱର କୁମାରଙ୍କଠାରୁ ବୋଲିଂ ଟିପ୍ସ ନେଉଥିଲି। ସେମାନଙ୍କ ଟିପ୍ସ ମତେ ବହୁତ ସହାୟକ ହେଉଥିଲା। ମଙ୍ଗଳବାର ଏହା କହିଛନ୍ତି ଟିମ୍‌ ଇଣ୍ଡିଆର ଯୁବ ଫାଷ୍ଟ ବୋଲର ବରିନ୍ଦର ଶ୍ରାନ୍‌।

ସେ ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଡେବ୍ୟୁ କରି ୪ ଓଭରରେ ୪ଟି ୱିକେଟ ନେଇଥିଲେ। ଫଳରେ ଭାରତ ୧୦ ୱିକେଟରେ ବିଜୟୀ ହୋଇଥିଲା।

ସେ କହିଛନ୍ତି,“ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ କିପରି ରିଭର୍ସ ସ୍ୱିଂ ବୋଲିଂ କରିହେବ ସେ ନେଇ ବରିଷ୍ଠ ଖେଳାଳି ଆଶିଷ ନେହେରା ଓ ଭୁବନେଶ୍ୱର କୁମାର ଟିପ୍ସ ଦେଉଥିଲେ। ଏହି ସମୟରେ ବ୍ୟାଟ୍ସମ୍ୟାନଙ୍କ ମାଇଣ୍ଡସେଟ୍‌କୁ ବୁଝି ଚାପକୁ ଆୟତ୍ତ କରି ବୋଲିଂ କରିବା ଟିକେ କଷ୍ଟସାଧ୍ୟ। ସେମାନଙ୍କ ସହଯୋଗ ଯୋଗୁଁ ମୁଁ ଏହା କରିପାରିଛି।”

୨୩ ବର୍ଷୀୟ ଏହି ଖେଳାଳି ଜଣଙ୍କ କହିଛନ୍ତି,“ ଭାରତ ପକ୍ଷରୁ ଟି-୨୦ ଖେଳିବା ମୋର ଏକ ସ୍ୱପ୍ନ ଥିଲା। ଆଉ ଏହା ମୋ ପାଇଁ ସ୍ମରଣୀୟ ହୋଇ ରହିବ। ଭାରତ ପକ୍ଷରୁ ମୁଁ ପ୍ରଥମ ମ୍ୟାଚ୍‌ ଖେଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos