ବିସିସିଆଇର ସିଇଓ ଭାବେ ଦାୟିତ୍ୱ ନେଲେ ଜୋହରୀ

ମୁମ୍ବାଇ: ଜଷ୍ଟିସ୍‌ ଲୋଧା କମିଟିର ସୁପାରିଶ କ୍ରମେ ସୃଷ୍ଟି କରାଯାଇଥିବା ବିସିସିଆଇର ପ୍ରଥମ ସିଇଓ ଭାବେ ରାହୁଲ ଜୋହରୀ ବୁଧବାର ଦିନ ନିଯୁକ୍ତି ପାଇଛନ୍ତି। ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜୋହରୀ ଆଜି ବିସିସିଆଇ କାର୍ଯ୍ୟଳୟରେ ଯୋଗ ଦେବା ପରେ ତାଙ୍କୁ ବୋର୍ଡର ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ଟ୍‌ କରି କୁହାଯାଇଛି,“ବୁଧବାର ଦିନ ବିସିସିଆଇର ପ୍ରଥମ ସିଇଓ ଭାବେ ରାହୁଲ ଜୋହରୀ ନିଯୁକ୍ତି ପାଇଥିବାରୁ ବିସିସିଆଇ ପକ୍ଷରୁ ତାଙ୍କୁ ସ୍ୱାଗତ […]

rahul

rahul

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 12:55 PM IST

Sports

Latest News

ମୁମ୍ବାଇ: ଜଷ୍ଟିସ୍‌ ଲୋଧା କମିଟିର ସୁପାରିଶ କ୍ରମେ ସୃଷ୍ଟି କରାଯାଇଥିବା ବିସିସିଆଇର ପ୍ରଥମ ସିଇଓ ଭାବେ ରାହୁଲ ଜୋହରୀ ବୁଧବାର ଦିନ ନିଯୁକ୍ତି ପାଇଛନ୍ତି।

ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜୋହରୀ ଆଜି ବିସିସିଆଇ କାର୍ଯ୍ୟଳୟରେ ଯୋଗ ଦେବା ପରେ ତାଙ୍କୁ ବୋର୍ଡର ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ।

ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ଟ୍‌ କରି କୁହାଯାଇଛି,“ବୁଧବାର ଦିନ ବିସିସିଆଇର ପ୍ରଥମ ସିଇଓ ଭାବେ ରାହୁଲ ଜୋହରୀ ନିଯୁକ୍ତି ପାଇଥିବାରୁ ବିସିସିଆଇ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି।”

ଜୋହରୀ  ବିସିସିଆଇର ମୁମ୍ବାଇ କାର୍ଯ୍ୟାଳୟରେ ସଭାପତି ଅନୁରାଗ ଠାକୁରଙ୍କୁ ରିପୋର୍ଟ କରିବେ।

ଡିସ୍‌କଭରୀ ନେଟ୍‌ୱାର୍କରେ ୧୫ ବର୍ଷ କାର୍ଯ୍ୟ କରିବା ପରେ ସେ ବିସିସିଆଇର ସିଇଓ ଭାବେ ସେ ନିଯୁକ୍ତି ପାଇଛନ୍ତି। ସେ  ଏସିଆ ପେସିଫିକ୍‌ ଡିସକକଭ୍‌ରୀ ନେଟ୍‌ୱାର୍କର କାର୍ଯ୍ୟନିବାହୀ ଉପସଭାପତି ଓ ଦକ୍ଷିଣ ଏସିଆର ସାଧାରଣ ପରିଚାଳକ ଭାବେ କାର୍ଯ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos