ନୂଆଦିଲ୍ଲୀ: ବିସିସିଆଇ ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ କରାଯାଇଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମେ’୨୨ରେ ହେବାକୁ ଥିବା ନିର୍ବାଚନ ବିରୋଧରେ ଦାୟର କରାଯାଇଥିବା ଆବେଦନ ଶୁଣିବାକୁ କୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀ ବିସିସିଆଇର ଆଶାୟୀ ପ୍ରାର୍ଥୀ ଅନୁରାଗ ଠାକୁରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରି ତାଙ୍କୁ ନିର୍ବାଚନ ଲଢିବାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରିଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କୁ ପ୍ରଥମ ଅର୍ଡରରେ ପାସ୍ ହୋଇପାରୁଥିବା ବେଞ୍ଚରେ ଅପିଲ୍ କରିବାକୁ ପରାମର୍ଶ ଦେଇଛନ୍ତି।
ଲୋଧା କମିଟି ରିପୋର୍ଟରେ ଉଲ୍ଲେଖ ରହିଛି ଯେ ବିସିସିଆଇ ନିର୍ବାଚନ ପାଇଁ କୌଣସି ବି ବ୍ୟକ୍ତିକୁ ଆଶାୟୀ ପ୍ରାର୍ଥୀ କରି ପାରିବ ନାହିଁ, ଯାହା ନାଁରେ ଚାର୍ଜସିଟ୍ ଦାୟର ହୋଇଥିବ।
ଶଶାଙ୍କ ମନୋହରଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
National
ଶେଷ ହେବ ସସ୍ପେନ୍ସ! ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ
ଆଜି ଦିଲ୍ଲୀରେ ମହାୟୁତିର ବୈଠକ ବସୁଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିପାରେ।
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।