ଖେଳ ରତ୍ନ ପାଇଁ ରୋହିତଙ୍କ ନାମ ସୁପାରିଶ କଲା ବିସିସିଆଇ
ନୂଆଦିଲ୍ଲୀ: ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ଉପଅଧିନାୟକ ରୋହିତ ଶର୍ମାଙ୍କୁ ମନୋନୀତ କରିଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ଶିଖର ଧାୱନ, ଇଶାନ୍ତ ଶର୍ମା ଏବଂ ଦୀପ୍ତି ଶର୍ମାଙ୍କୁ ମନୋନୀତ କରିଛି ବିସିସିଆଇ।
BCCI nominates Rohit Sharma for Khel Ratna apart from sending names of Shikhar Dhawan, Ishant Sharma and Deepti Sharma for Arjuna award
— Press Trust of India (@PTI_News) May 30, 2020
କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଏହି ସମ୍ମାନଜନକ ପୁରସ୍କାର ପାଇଁ ପ୍ରସ୍ତାବ ମାଗିଥିଲା। ୨୦୧୬ ଜାନୁଆରୀ ପହିଲାରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ପ୍ରଦର୍ଶନ ଭିତ୍ତିରେ ଏହି ସୁପାରିଶ କରାଯାଇଛି।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଆମେ ଅନେକ ତଥ୍ୟ ସହିତ କିଛି ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିଥିଲୁ। ହେଲେ ସମସ୍ତ ଦିଗକୁ ବିଚାର କରାଯାଇ ରୋହିତ ଶର୍ମାଙ୍କ ନାମ ଖେଳ ରତ୍ନ ପାଇଁ ମନୋନୀତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।