ଆସନ୍ତାକାଲି ଏସ୍‌ଜିଏମ୍‌: ବିସିସିଆଇର ସଭାପତି ହେବେ ଅନୁରାଗ ଠାକୁର

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ବସିବାକୁ ଯାଉଥିବା ସ୍ୱତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌)ରେ ସର୍ବସମ୍ମତିକ୍ରମେ ବିସିସିଆଇର ସଭାପତି ଭାବେ ଅଧିଷ୍ଠିତ ହେବ ଅନୁରାଗ ଠାକୁର। ଆଇସିସି ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହର ଯିବା ପରେ ବିସିସିଆଇ ସଭାପତି ପଦବୀ ଖାଲି ପଡିଥିଲା। ବିଜେପିର ଲୋକସଭା ସାଂସଦ ଥିବା ଅନୁରାଗ ଏବେ ବିସିସିଆଇର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଇଷ୍ଟଜୋନ୍‌ର ବେଙ୍ଗଲ, ଆସାମ, ଝାରଖଣ୍ଡ, ଓଡ଼ିଶା, ତ୍ରିପୁରା ଓ ନ୍ୟାସନାଲ କ୍ରିକେଟ କ୍ଲବର ସବୁ କର୍ମକର୍ତ୍ତାମାନେ ବିସିସିଆଇର ସଭାପତି […]

anurag

anurag

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 10:58 AM IST

Sports

Latest News

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ବସିବାକୁ ଯାଉଥିବା ସ୍ୱତନ୍ତ୍ର ସାଧାରଣ ବୈଠକ(ଏସ୍‌ଜିଏମ୍‌)ରେ ସର୍ବସମ୍ମତିକ୍ରମେ ବିସିସିଆଇର ସଭାପତି ଭାବେ ଅଧିଷ୍ଠିତ ହେବ ଅନୁରାଗ ଠାକୁର। ଆଇସିସି ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହର ଯିବା ପରେ ବିସିସିଆଇ ସଭାପତି ପଦବୀ ଖାଲି ପଡିଥିଲା।

ବିଜେପିର ଲୋକସଭା ସାଂସଦ ଥିବା ଅନୁରାଗ ଏବେ ବିସିସିଆଇର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଇଷ୍ଟଜୋନ୍‌ର ବେଙ୍ଗଲ, ଆସାମ, ଝାରଖଣ୍ଡ, ଓଡ଼ିଶା, ତ୍ରିପୁରା ଓ ନ୍ୟାସନାଲ କ୍ରିକେଟ କ୍ଲବର ସବୁ କର୍ମକର୍ତ୍ତାମାନେ ବିସିସିଆଇର ସଭାପତି ଭାବେ ମନୋନୟନ କରିଛନ୍ତି। ତେଣୁ ସେ ବିସିସିଆଇର ପରବର୍ତ୍ତୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଅନ୍ୟପକ୍ଷରେ ଅନୁରାଗ ବିସିସିଆଇର ସଭାପତି ଭାବେ ଅଧିଷ୍ଠିତ ହେଲେ ସଚିବ ପଦ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ର ମୁଖ୍ୟ ତଥା ବିଜନେସ୍‌ ଟାଇକୁନ୍‌ ଅଜୟ ଶୀରକେଙ୍କୁ ମିଳିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos