ଅନ୍ତିମ ଦିନିକିଆରେ ଭୁବନେଶ୍ୱରଙ୍କ ଯାଦୁ: ଭାରତ ଆଗରେ ଶ୍ରୀଲଙ୍କାର ୨୩୯ ରନ୍‌ର ଟାର୍ଗେଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ମାଟିରେ ଦିନିକିଆ କ୍ଲିନ୍ ସୁଇପ୍ କରିବାକୁ ଭାରତ ପାଖରେ ସୁଯୋଗ। ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଭାରତ ଆଗରେ ୨୩୯ ରନ୍‌ର ଟାର୍ଗେଟ। ଶ୍ରୀଲଙ୍କା ଶେଷ ଦିନିକିଆରେ  ୨୩୮ ରନ୍‌ରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ଦିନିକିଆରେ କ୍ଲିନ୍ ସୁଇପ୍ କରିବାକୁ ହେଲେ ୨୩୯ ରନ୍‌ ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ। ଶେଷ ଦିନିକିଆରେ ଭୁବନେଶ୍ୱର କୁମାର ତାଙ୍କ ବୋଲିଂ ଯାଦୁ ଦେଖାଇଛନ୍ତି। ସେ ଏକାକି ୫ ୱିକେଟ୍‌ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 07:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ମାଟିରେ ଦିନିକିଆ କ୍ଲିନ୍ ସୁଇପ୍ କରିବାକୁ ଭାରତ ପାଖରେ ସୁଯୋଗ। ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଦିନିକିଆରେ ଭାରତ ଆଗରେ ୨୩୯ ରନ୍‌ର ଟାର୍ଗେଟ। ଶ୍ରୀଲଙ୍କା ଶେଷ ଦିନିକିଆରେ  ୨୩୮ ରନ୍‌ରେ ଅଲଆଉଟ୍ ହୋଇଛି। ଫଳରେ ଭାରତକୁ ଦିନିକିଆରେ କ୍ଲିନ୍ ସୁଇପ୍ କରିବାକୁ ହେଲେ ୨୩୯ ରନ୍‌ ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ। ଶେଷ ଦିନିକିଆରେ ଭୁବନେଶ୍ୱର କୁମାର ତାଙ୍କ ବୋଲିଂ ଯାଦୁ ଦେଖାଇଛନ୍ତି। ସେ ଏକାକି ୫ ୱିକେଟ୍‌ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିଭାଗକୁ ଧୂଳିସାତ କରିଦେଇଥିଲେ। ଏହାସହ ବୁମ୍‌ରା ୨ଟି ୱିକେଟ୍‌ ନେଇଥିବା ବେଳେ କୁଲଦୀପ ଯାଦବ ଓ ଚହଲ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି। ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଉପୁଲ ତରଙ୍ଗା ୪୮, ଥିରିମାନେ ୬୭ ଓ ମାଥ୍ୟୁସ ୫୫ ରନ କରିଥିଲେ।

ଆଜି ଚୂଡାନ୍ତ ଦଳରେ ଭାରତୀୟ ଦଳରେ ୪ଟି ପରିବର୍ତ୍ତନ ହୋଇଛି। ଶିଖର ଧାଓ୍ୱନ, କେ.ଏଲ. ରାହୁଲ, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଟେଷ୍ଟ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ, ପେସ ବୋଲର ଭୁବନେଶ୍ୱର କୁମାର ଓ ଚହଲଙ୍କୁ ସ୍ଥାନ ମିଳିଛି।  ସେହପରି ଚତୁର୍ଥ ଦିନିକିଆରେ ବାଦ ପଡ଼ିଥିବା କେଦାର ଜାଦବଙ୍କୁ ଦଳରେ ସ୍ଥାନ ମିଳିଛି। ସେପଟେ ଘରୋଇ ଶ୍ରୀଲଙ୍କା ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story