ବେଙ୍ଗାଲୁରୁ: ଗତକାଲି ଶେଷ ହୋଇଥିବା ଆଇପିଏଲ୍-୯ରେ ସର୍ବାଧିକ ୱିକେଟ ନେଇଥିବା ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଜଣେ। ସେ ସମ୍ମୁଖରେ ଥିବା ବ୍ୟାଟ୍ସମ୍ୟାନ୍ଙ୍କ ଲୟ ଭାଙ୍ଗିବାରେ ସିଦ୍ଧହସ୍ତ। ସୋମବାର ଏହା କହିଛନ୍ତି ସନ୍ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ୱାର୍ଣ୍ଣର।
ସେ କହିଛନ୍ତି,“ଯଦିଓ ସେ ଭାରତୀୟ ଟିମ୍ରୁ ଏବେ ବାଦ୍ ପଡିଛନ୍ତି କିନ୍ତୁ ସେ ବିଶ୍ୱର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ। ଯେତେବେଳେ ସେ ଓପନିଂ ବ୍ୟାଟ୍ସମ୍ୟାନ୍ଙ୍କୁ ବୋଲିଂ କରନ୍ତି ସେତେବେଳେ ତାଙ୍କର ଶ୍ରେଷ୍ଠତ୍ୱ ଦେଖାଇଥାନ୍ତି।”
ସେ ଆହୁରି ମଧ୍ୟ କହିଛନ୍ତି,“ମୁଁ ଭୁବନେଶ୍ୱରଙ୍କ ଉପରେ ବିଶ୍ୱାସ କରି ବୋଲିଂ ଦେଇଥିଲି। ସେ ବିଶ୍ୱାସକୁ ରଖି ଗତକାଲି ମ୍ୟାଚ୍ରେ ଶ୍ରେଷ୍ଠ ବୋଲିଂ କରିଛନ୍ତି। ଶେଷରେ ଦଳ ଆଇପିଏଲ୍-୯ର ବିଜେତା ହୋଇଛି।”
ଗତକାଲି ବାଙ୍ଗାଲୋରକୁ ୮ ରନ୍ ପରାସ୍ତ କରି ଆଇପିଏଲ୍-୯ର ବିଜେତା ହୋଇଛି ହାଇଦ୍ରାବାଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
National
ହାତରେ ସମ୍ବିଧାନ ଧରି ଶପଥ ନେଲେ ପ୍ରିୟଙ୍କା ଗାନ୍ଧି
ଶପଥ ଗ୍ରହଣ ସମୟରେ ପ୍ରିୟଙ୍କା ଗାନ୍ଧି କେରଳର ପାରମ୍ପରିକ କାସାଭୁ ଶାଢ଼ୀ ପିନ୍ଧିଥିବା ନଜର ଆସିଛନ୍ତି।
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।