ବୋଲର ଓ ଫିଲ୍ଡରଙ୍କୁ କୋଲକତା ବିପକ୍ଷ ବିଜୟର ଶ୍ରେୟ ଦେଲେ ୱାର୍ଣ୍ଣର

ନୂଆଦିଲ୍ଲୀ:ବୁଧବାର ଆଇପିଏଲ୍‌ର ନବମ ସଂସ୍କରଣରେ କୋଲକାତାର ଇଡେନ୍‌ ଗାର୍ଡନ୍‌ରେ କେକେଆରକୁ ୨୨ ରନ୍‌ ହରାଇ ଖୁସିବ୍ୟକ୍ତ କରିଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର। କୋଲକାତାକୁ ହରାଇବାରେ ଦଳର ବୋଲର ଓ ଫିଲ୍ଡର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ଗତକାଲି ମ୍ୟାଚ୍‌ରେ ହାଇଦ୍ରାବାଦ କୋଲକାତା ଆଗରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ରନ୍‌ର ଟାର୍ଗେଟ ଦେଇଥିଲା। ଏଥିରେ ଯୁବରାଜଙ୍କ ୩୩ ବଲରୁ ୪୪ ରନ୍‌ର ପ୍ରମୁଖ ଭୂମିକା ରହିଥିଲା। ୧୬୨ରନ୍‌କୁ […]

david-warner

david-warner

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 12:09 PM IST

Sports

Latest News

david-warnerନୂଆଦିଲ୍ଲୀ:ବୁଧବାର ଆଇପିଏଲ୍‌ର ନବମ ସଂସ୍କରଣରେ କୋଲକାତାର ଇଡେନ୍‌ ଗାର୍ଡନ୍‌ରେ କେକେଆରକୁ ୨୨ ରନ୍‌ ହରାଇ ଖୁସିବ୍ୟକ୍ତ କରିଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର। କୋଲକାତାକୁ ହରାଇବାରେ ଦଳର ବୋଲର ଓ ଫିଲ୍ଡର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

ଗତକାଲି ମ୍ୟାଚ୍‌ରେ ହାଇଦ୍ରାବାଦ କୋଲକାତା ଆଗରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ରନ୍‌ର ଟାର୍ଗେଟ ଦେଇଥିଲା। ଏଥିରେ ଯୁବରାଜଙ୍କ ୩୩ ବଲରୁ ୪୪ ରନ୍‌ର ପ୍ରମୁଖ ଭୂମିକା ରହିଥିଲା। ୧୬୨ରନ୍‌କୁ ପିଛା କରି କୋଲକାତା ୮ ୱିକେଟ ହରାଇ ମାତ୍ର ୧୪୦ ରନ୍‌ କରିପାରିଥିଲା। ଏହି ବିଜୟ ସହ ଦଳ କ୍ୱାଲିଫାୟର-୨କୁ ଯାଇଛି। କ୍ୱାଲିଫାୟର-୧ରେ ପରାଜିତ ଦଳକୁ ଭେଟିବ ହାଇଦ୍ରାବାଦ।

ଏନେଇ ୱାର୍ଣ୍ଣର କହିଛନ୍ତି,“ଗତକାଲିର ମ୍ୟାଚ୍‌ରେ ବୋଲରଙ୍କ ପ୍ରଦର୍ଶନ ଉଚ୍ଚକୋଟିର ଥିଲା। ଆଘାତ ଯୋଗୁଁ ବାଦ୍‌ ପଡିଥିବା ଫାଷ୍ଟବୋଲର ଆଶିଷ ନେହେରାଙ୍କ ଅନୁପସ୍ଥିତି ଗତକାଲିର ମ୍ୟାଚ୍‌ରେ ଅନୁଭବ କରୁଥିଲୁ। ତାଙ୍କ ଅଭିଜ୍ଞତାକୁ ପାଥେୟ କରି ବୋଲରମାନେ ଭଲ ଖେଳିଲେ। ଦଳର ଭୁବନେଶ୍ୱର କୁମାର ଓ ବରିନ୍ଦର ଶ୍ରାନଙ୍କ ଅବଦାନ ଗତକାଲି ଆମକୁ ବିଜୟୀ କରିବାରେ ସାହାଯ୍ୟ କରିଥିଲା। ଏହାସହ ଫିଲ୍ଡରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଦଳ ବିଜୟୀ ହୋଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos