କାନାଡା ଟାଇଟଲ ହତାଇଲେ ପ୍ରାନିଥ,ମନୁ ଅତ୍ରି-ସୁମୀତ୍ ରେଡ୍ଡୀ ଯୋଡି

କାଲଗେରୀ (କାନାଡା) : ରିଓ ଅଲିମ୍ପିକ୍ସ ପୂର୍ବରୁ ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍‌ ବ୍ୟାଡ୍‌ମିଣ୍ଟନରେ ପୁରୁଷ ଏକକ ବର୍ଗରେ ବି ସାଇ ପ୍ରାନିଥ ଏବଂ ପୁରୁଷ ଯୁଗଳ ବର୍ଗରେ ମନୁ ଅତ୍ରି ଓ ବି ସୁମୀତ୍‌ ରେଡ୍ଡୀ ଯୋଡି ଟାଇଟଲ୍‌ ହାସଲ କରିଛନ୍ତି । ପୁରୁଷ ଏକକ ବର୍ଗ ଫାଇନାଲରେ ୨୩ ବର୍ଷୀୟ ପ୍ରାନିଥ କୋରିଆର ଲି ହୁଆନ୍‌-୨କୁ ୨୧-୧୨ ୨୧-୧୦ରେ ପରାଜିତ କରି ଏହି ଟାଇଟଲ୍‌ ହାତେଇଛନ୍ତି । ପୁରୁଷ ଯୁଗଳ ବର୍ଗରେ […]

Grand

Grand

Rakesh Mallick
  • Published: Monday, 04 July 2016
  • Updated: 04 July 2016, 07:17 PM IST

Sports

Latest News

କାଲଗେରୀ (କାନାଡା) : ରିଓ ଅଲିମ୍ପିକ୍ସ ପୂର୍ବରୁ ୫୫,୦୦୦ ଆମେରିକୀୟ ଡଲାର ବିଶିଷ୍ଟ କାନାଡା ଓପନ୍‌ ବ୍ୟାଡ୍‌ମିଣ୍ଟନରେ ପୁରୁଷ ଏକକ ବର୍ଗରେ ବି ସାଇ ପ୍ରାନିଥ ଏବଂ ପୁରୁଷ ଯୁଗଳ ବର୍ଗରେ ମନୁ ଅତ୍ରି ଓ ବି ସୁମୀତ୍‌ ରେଡ୍ଡୀ ଯୋଡି ଟାଇଟଲ୍‌ ହାସଲ କରିଛନ୍ତି ।

ପୁରୁଷ ଏକକ ବର୍ଗ ଫାଇନାଲରେ ୨୩ ବର୍ଷୀୟ ପ୍ରାନିଥ କୋରିଆର ଲି ହୁଆନ୍‌-୨କୁ ୨୧-୧୨ ୨୧-୧୦ରେ ପରାଜିତ କରି ଏହି ଟାଇଟଲ୍‌ ହାତେଇଛନ୍ତି ।

ପୁରୁଷ ଯୁଗଳ ବର୍ଗରେ ମନୁ ଅତ୍ରି ଓ ସୁମୀତ୍ ଯୋଡି ୨୧-୮ ୨୧-୧୪ରେ କାନାଡାର ଆଡ୍ରିଆନ୍‌ ଲିୟୁ ଓ ଟୋବି ଏନ୍‌ଜି ଯୋଡିଙ୍କୁ ପରାସ୍ତ କରି ଟାଇଟଲ ଜିଣିଥିବା ରିଓ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଭାରତୀୟ ଯୋଡି ପାଲଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos