ଖୁସିରେ ସିଡ୍‌ନୀ ଗ୍ରାଉଣ୍ଡରେ କାହାକୁ ଆଲିଙ୍ଗନ କଲେ ବିରାଟ?

ସିଡ୍‌ନୀ: ଭାରତୀୟ କ୍ରିକେଟ୍ ପାଇଁ ଆଜି ଏକ ଐତିହାସିକ ଦିନ। ଅଷ୍ଟ୍ରେଲିଆରେ ଦଳ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତିଛି। ଘରୋଇ ଦଳକୁ ତା’ ମାଟିରେ ଧୂଳି ଚଟାଇ ନୂଆ ବର୍ଷରେ ଦେଶବାସୀଙ୍କୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବଢ଼ିଆ ଉପହାର ଦେଇଛନ୍ତି। ବର୍ଷା ବାଧାପ୍ରାପ୍ତ ସିଡ୍‌ନୀ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯିବା ସହିତ ୨-୧ରେ ସିରିଜ୍ ଜିତି ଯାଇଥିଲା ଭାରତ। ଅଧିନାୟକ ଭାବେ ବିରାଟ କୋହଲି ଏଥିପାଇଁ ବେଶ୍ ଖୁସି ଅଛନ୍ତି। ସୁନୀଲ […]

virat

virat

Jitendra Garnayak
  • Published: Monday, 07 January 2019
  • Updated: 07 January 2019, 12:02 PM IST

Sports

Latest News

ସିଡ୍‌ନୀ: ଭାରତୀୟ କ୍ରିକେଟ୍ ପାଇଁ ଆଜି ଏକ ଐତିହାସିକ ଦିନ। ଅଷ୍ଟ୍ରେଲିଆରେ ଦଳ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତିଛି। ଘରୋଇ ଦଳକୁ ତା’ ମାଟିରେ ଧୂଳି ଚଟାଇ ନୂଆ ବର୍ଷରେ ଦେଶବାସୀଙ୍କୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବଢ଼ିଆ ଉପହାର ଦେଇଛନ୍ତି।

anushka1ବର୍ଷା ବାଧାପ୍ରାପ୍ତ ସିଡ୍‌ନୀ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯିବା ସହିତ ୨-୧ରେ ସିରିଜ୍ ଜିତି ଯାଇଥିଲା ଭାରତ।

ଅଧିନାୟକ ଭାବେ ବିରାଟ କୋହଲି ଏଥିପାଇଁ ବେଶ୍ ଖୁସି ଅଛନ୍ତି। ସୁନୀଲ ଗାଭାସ୍କର, କପିଲ୍ ଦେବ, ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ଭାବେ ଯେଉଁ ସଫଳତା ମିଳି ନଥିଲା, ତାହା ତାଙ୍କୁ ମିଳିଛି। ଗାଭାସ୍କର, କପିଲ ଦେବ ଓ ଗାଙ୍ଗୁଲି ଅଷ୍ଟ୍ରେଲିଆରେ ସିରିଜ୍ ଡ୍ର’ ରଖିବାରେ ସମର୍ଥ ହୋଇଥିଲେ, କିନ୍ତୁ ଜିତି ପାରି ନଥିଲେ।

ଏହି ଐତିହାସିକ ବିଜୟ ପରେ ବିରାଟ ଓ ତାଙ୍କ ଟିମ୍‌ର ସଦସ୍ୟମାନେ ସିଡ୍‌ନୀ ଗ୍ରାଉଣ୍ଡକୁ ଓହ୍ଲାଇ ଉପସ୍ଥିତ ଦର୍ଶକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସିଡ୍‌ନୀ ଗ୍ରାଉଣ୍ଡରେ ବିରାଟଙ୍କ ସହିତ ତାଙ୍କ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବି ଦେଖିବାକୁ ମିଳିଥିଲା। ଖୁସିରେ ବିଭୋର ବିରାଟ ପଡ଼ିଆରେ ଅନୁଷ୍କାଙ୍କୁ ପାଇ ଆଲିଙ୍ଗନ କରିଥିଲେ।

virushkaଦୁହେଁ ସିଡ୍‌ନୀ ଗ୍ରାଉଣ୍ଡରେ ଅନେକ ଫଟୋ ମଧ୍ୟ ଉଠାଇଥିଲେ। ପୁରସ୍କାର ପ୍ରଦାନ ଉତ୍ସବ ବେଳେ ମଧ୍ୟ ଅନୁଷ୍କା ପଡ଼ିଆରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos