ସିଡ୍‌ନୀରେ ଦ୍ୱିଶତକରୁ ବଞ୍ଚିତ ହେଲେ ପୂଜାରା

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଏକ ଦମ୍‌ଦାର ଇନିଂସ୍‌ ଖେଳିଛନ୍ତି ଚେତେଶ୍ୱର ପୂଜାରା। ପ୍ରଥମ ଇନିଂସ୍‌ରେ ସେ ୧୯୩ ରନ୍ କରି ଆଜି ଆଉଟ୍ ହୋଇଯାଇଛନ୍ତି। ମାତ୍ର ୭ ରନ୍ ପାଇଁ ସେ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି। ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ୪ ୱିକେଟ୍ ହରାଇ ୩୦୩ ରନ୍ କରିଥିଲା। ୧୩୦ ରନ୍ କରି ଚେତେଶ୍ୱର ପୂଜାରା ନଟ୍‌ ଆଉଟ୍ […]

8pujara

8pujara

Jitendra Garnayak
  • Published: Friday, 04 January 2019
  • Updated: 04 January 2019, 12:49 PM IST

Sports

Latest News

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଏକ ଦମ୍‌ଦାର ଇନିଂସ୍‌ ଖେଳିଛନ୍ତି ଚେତେଶ୍ୱର ପୂଜାରା। ପ୍ରଥମ ଇନିଂସ୍‌ରେ ସେ ୧୯୩ ରନ୍ କରି ଆଜି ଆଉଟ୍ ହୋଇଯାଇଛନ୍ତି। ମାତ୍ର ୭ ରନ୍ ପାଇଁ ସେ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି।

ଗତକାଲି ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତ ୪ ୱିକେଟ୍ ହରାଇ ୩୦୩ ରନ୍ କରିଥିଲା। ୧୩୦ ରନ୍ କରି ଚେତେଶ୍ୱର ପୂଜାରା ନଟ୍‌ ଆଉଟ୍ ଥିଲେ। ତାଙ୍କ ସହିତ ନବାଗତ ହନୁମା ବିହାରୀ ୩୯ ରନ୍ କରି ଅପରାଜିତ ଥିଲେ। ଆଜି ଦୁହେଁ ପୁଣି ଦଳର ଅସମାପ୍ତ ପାଳିକୁ ଆଗେଇ ନେଇଥିଲେ। ତେବେ ଗତକାଲି ଭଲ ଖେଳିଥିବା ହନୁମା ବିହାରୀ ଆଜି ଦବି ଯାଇଥିଲେ। ଆଜି ସେ ତାଙ୍କ ବ୍ୟକ୍ତିଗତ ସ୍କୋର ବୋର୍ଡରେ ମାତ୍ର ୩ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ୯୬ଟି ବଲ୍‌ରୁ ୪୨ ରନ୍ କରି ସେ ନେଥନ ଲିଅନଙ୍କ ଏକ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ଗତକାଲି ୨୫୦ ବଲ୍‌ରୁ ୧୩୦ ରନ୍ ସଂଗ୍ରହ କରିଥିବା ଚେତେଶ୍ୱର ପୂଜାରା ଆଜି ଆଉ ୬୩ ରନ୍ କରି ଆଉଟ୍ ହୋଇଥିଲେ। ସେ ୩୭୩ ବଲ୍‌ରୁ ୨୨ଟି ଚୌକା ସହାୟତାରେ ୧୯୩ ରନ୍ କରି ନେଥନ୍‌ ଲିଅନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ନେଥନଙ୍କ ଦ୍ୱାରା ସେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।

ପୂଜାରା ଦ୍ୱିଶତକୁ ବଞ୍ଚିତ ହୋଇଥିଲେ ସୁଦ୍ଧା ତାଙ୍କ ନାଁରେ କିଛି ରେକର୍ଡ ଯୋଡ଼ି ହୋଇଯାଇଛି। ଅଷ୍ଟ୍ରେଲିଆରେ ଏକ ଟେଷ୍ଟ୍ ସିରିଜ୍‌ରେ ୫୦୦ରୁ ଅଧିକ ରନ୍ କରିବାରେ ସେ ହୋଇଯାଇଛନ୍ତି ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ଏହି ତାଲିକାର ଟପ୍‌ରେ ଅଛନ୍ତି ବିରାଟ କୋହଲି। ସେ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜ୍‌ରେ ୬୯୨ ରନ୍ କରିଥିଲେ। ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ରାହୁଲ ଦ୍ରାବିଡ଼। ସେ ୬୧୯ ରନ୍ କରିଥିଲେ।

ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୪୫୮ ରନ୍ ସଂଗ୍ରହ କରିଛି। ୱିକେଟ୍ କିପର ଋଷଭ ପନ୍ଥ ଅର୍ଦ୍ଧ ଶତକ କରି ଖେଳୁଛନ୍ତି। ତାଙ୍କ ସହିତ କ୍ରିଜ୍‌ରେ ଅଛନ୍ତି ରବୀନ୍ଦ୍ର ଜାଡେଜା। ଋଷଭ ପନ୍ଥ ତାଙ୍କ ଟେଷ୍ଟ୍ କ୍ୟାରିଅରର ତୃତୀୟ ଅର୍ଦ୍ଧ ଶତକ ମାରିଛନ୍ତି। ଗତକାଲି ନବାଗତ ଓପନର ମୟଙ୍କ ଅଗ୍ରୱାଲ ୭୭ ରନ୍ କରି ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos