ଆଜି ଆଇପିଏଲ୍ ଫାଇନାଲ୍ ଟକ୍କର: ଏହି ସଂଯୋଗ କହୁଛି, କିଏ ହେବ ଚାମ୍ପିଅନ୍

ହାଇଦ୍ରାବାଦ: ବାସ୍ ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ‘ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍’ (ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମୁକାବିଲା। ଦୀର୍ଘ ୫୦ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି ଦୁଇ ସଫଳ ଟିମ୍ – ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ଟିମ୍ ଆଇପିଏଲର ୧୧ଟି ସଂସ୍କରଣ ମଧ୍ୟରୁ ତିନିଥର ଲେଖାଏ ଟାଇଟଲ୍ ଜିତିସାରିଛନ୍ତି। ତେଣୁ ଏଥର ଯିଏ ଚାମ୍ପିଅନ୍ […]

FINAL

FINAL

Hemant Lenka
  • Published: Sunday, 12 May 2019
  • Updated: 12 May 2019, 04:17 PM IST

Sports

Latest News

ହାଇଦ୍ରାବାଦ: ବାସ୍ ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ 'ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍' (ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣର ଫାଇନାଲ୍ ମୁକାବିଲା। ଦୀର୍ଘ ୫୦ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି ଦୁଇ ସଫଳ ଟିମ୍ - ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ଟିମ୍ ଆଇପିଏଲର ୧୧ଟି ସଂସ୍କରଣ ମଧ୍ୟରୁ ତିନିଥର ଲେଖାଏ ଟାଇଟଲ୍ ଜିତିସାରିଛନ୍ତି। ତେଣୁ ଏଥର ଯିଏ ଚାମ୍ପିଅନ୍ ହେବ, ସେହି ଟିମ୍ ଇତିହାସ ରଚିବ।

ଏହି ମହାମୁକାବିଲା ପାଇଁ ଷ୍ଟାଡିୟମ, ଦର୍ଶକ ଓ କୋଟି କୋଟି କ୍ରିକେଟ୍ ଫ୍ୟାନ୍ ପ୍ରସ୍ତୁତ ଅଛନ୍ତି, କେବଳ ଟସକୁ ରହିଲା ଅପେକ୍ଷା। ମୁମ୍ବାଇ ଓ ଚେନ୍ନାଇ ଟିମ୍ ଆଇପିଏଲରେ ପରସ୍ପରକୁ ଫାଇନାଲରେ ତିନିଥର ଭେଟିଛନ୍ତି। ଏଥିରୁ ମୁମ୍ବାଇ ଦୁଇଥର ଏବଂ ଚେନ୍ନାଇ ଥରେ ବିଜୟୀ ହୋଇଛି। ତେବେ ଏଇ ଦୁଇ ଟିମ ମଧ୍ୟରେ ହେବାକୁ ଥିବା ଫାଇନାଲକୁ ନେଇ କିଛି ସଂଯୋଗ ମଧ୍ୟ ରହିଛି। ତେବେ କ'ଣ ଏହି ସଂଯୋଗ ଆସନ୍ତୁ ଜାଣିବା।

ପ୍ରଥମ ସଂଯୋଗ- ଯିଏ ପ୍ରଥମେ ବ୍ୟାଟିଂ କରିବ, ସେ ହିଁ ଜିତିବ: ମୁମ୍ବାଇ ଓ ଚେନ୍ନାଇ ଚତୁର୍ଥଥର ଫାଇନାଲରେ ପରସ୍ପରକୁ ଭେଟିବେ। ଏହା ପୂର୍ବରୁ ଦୁଇ ଟିମ୍ ପ୍ରଥମ ତିନି ଫାଇନାଲକୁ ଦେଖିଲେ, ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ହିଁ ଟାଇଟଲ୍ ଜିତିଛି। ୨୦୧୦ରେ ଉଭୟ ଟିମ୍ ମଧ୍ୟରେ ହୋଇଥିବା ପ୍ରଥମ ଫାଇନାଲରେ ଚେନ୍ନାଇ ୨୨ ରନରେ ଜିତିଥିବା ବେଳେ ୨୦୧୩ରେ ମୁମ୍ବାଇ ୨୩ ରନରେ ବିଜୟୀ ହୋଇଥିଲା। ୨୦୧୫ରେ ମୁମ୍ବାଇ ଚେନ୍ନାଇକୁ ୪୧ ରନରେ ହରାଇଥିଲା। କେବଳ ଏତିକି ନୁହେଁ, ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ୨୦୧୭ରେ ଯେତେବେଳେ ରାଇଜିଂ ପୁନେ ସୁପରଜାଏଣ୍ଟସର ଅଧିନାୟକ ଥିଲେ, ସେହି ସମୟରେ ମଧ୍ୟ ଫାଇନାଲରେ ତାଙ୍କ ଟିମ୍ ମୁମ୍ବାଇକୁ ଭେଟିଥିଲା। ଏହି ମୁକାବିଲାରେ ମୁମ୍ବାଇ ବିଜୟୀ ହୋଇ ଟାଇଟଲ୍ ହାତେଇଥିଲା। ତେଣୁ ଏଥର ବି କ'ଣ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ବିଜେତା ହେବ?

ଦ୍ୱିତୀୟ ସଂଯୋଗ- କ'ଣ ଚେନ୍ନାଇକୁ ଟାଇଟଲ୍ ଦେବେ କର୍ଣ୍ଣ ଶର୍ମା: ଚେନ୍ନାଇ ସୁପର କିଙ୍ଗସର ଲେଗ୍ ସ୍ପିନର କର୍ଣ୍ଣ ଶର୍ମା ଯେଉଁ ଟିମ୍ ପାଇଁ ଫାଇନାଲ୍ ମ୍ୟାଚ ଖେଳିଛନ୍ତି, ତାଙ୍କ ଟିମ୍ ବିଜେତା ହୋଇଛି। ଏହା ପୂର୍ବରୁ ୨୦୧୬ରେ କର୍ଣ୍ଣ ସନରାଇଜର୍ସ ହାଇଦ୍ରାବାଦ୍ ଟିମର ସଦସ୍ୟ ଥିଲେ। ଟିମ୍ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଚାମ୍ପିଅନ୍ ହୋଇଥିଲା। ୨୦୧୭ରେ ସେ ମୁମ୍ବାଇ ଟିମରେ ଯୋଗ ଦେଇଥିଲେ ଏବଂ ଟିମ୍ ଟାଇଟଲ୍ ନିଜ ନାମରେ କରିଥିଲା। ୨୦୧୮ରେ ସେ ଚେନ୍ନାଇ ପକ୍ଷରୁ ଖେଳିଥିଲେ, ଯେଉଁଥିରେ ଧୋନିଙ୍କ ଟିମ୍ ତୃତୀୟଥର ବିଜେତା ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଯେ, ଚେନ୍ନାଇ ଟିମ୍ କର୍ଣ୍ଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଉଛନ୍ତି କି ନାହିଁ।

ତୃତୀୟ ସଂଯୋଗ-ଏହି ଅଙ୍କ କହୁଛି ମୁମ୍ବାଇ ଜିତିବ: ମୁମ୍ବାଇକୁ ଏଥର ଟାଇଟଲର ଦୃଢ଼ ଦାବିଦାର କୁହାଯାଉଛି। ଏହାର ବଳିଷ୍ଠ ଉଦାହରଣ ମଧ୍ୟ ଅଛି। ମୁମ୍ବାଇ ୨୦୧୩, ୨୦୧୫ ଓ ୨୦୧୭ରେ ଚାମ୍ପିଅନ୍ ହୋଇଥିଲା। ଅର୍ଥାତ୍ ରୋହିତ୍ ଶର୍ମାଙ୍କ ଟିମ୍ ବର୍ଷକ ବ୍ୟବଧାନରେ ଟାଇଟଲ୍ ଜିତିଆସୁଛି। ଏହି ଆଧାରରେ ମୁମ୍ବାଇ ୨୦୧୯ରେ ଚାମ୍ପିଅନ୍ ହେବ ବୋଲି ଅନେକ ବିଶ୍ୱାସ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story