ଟେଷ୍ଟ ସିରିଜ୍‌ରୁ ରାହାଣେ ଓ ପୂଜାରା ଆଉଟ, ସୌରଭ କୁମାର ନୂଆ ମୁହଁ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ହାରିବା ପରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ବିସିସିଆଇ ଆଜି ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ସେହିପରି ଯଶପ୍ରୀତ ବୁମ୍ରା ଟି-୨୦ ଭଳି ଟେଷ୍ଟ ସିରିଜରେ ମଧ୍ୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ନୂଆ […]

Test

Test

Hemant Lenka
  • Published: Saturday, 19 February 2022
  • Updated: 19 February 2022, 05:19 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ହାରିବା ପରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ବିସିସିଆଇ ଆଜି ରୋହିତ ଶର୍ମାଙ୍କୁ ଟେଷ୍ଟ ଟିମର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛି।

ସେହିପରି ଯଶପ୍ରୀତ ବୁମ୍ରା ଟି-୨୦ ଭଳି ଟେଷ୍ଟ ସିରିଜରେ ମଧ୍ୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ନୂଆ ମୁହଁ ଭାବେ ବାମହାତୀ ସ୍ପିନର ସୌରଭ କୁମାର ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଟିମ୍‌ରେ ନେଟ ବୋଲର ଭାବେ ସୁଯୋଗ ପାଇଥିଲେ। ଏବେ ଉତ୍ତର ପ୍ରଦେଶର ଏହି ବୋଲରଙ୍କୁ ବିସିସିଆଇ ଟିମ୍‌ ଇଣ୍ଡିଆର ସ୍କ୍ୱାଡରେ ସାମିଲ କରିଛି।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ଖରାପ ଫର୍ମ ଦେଇ ଗତି କରୁଥିବା ଦଳର ଦୁଇ ଷ୍ଟାର ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ବାଦ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଉଭୟଙ୍କ ବ୍ୟାଟିଂକୁ ନେଇ ନାନା ପ୍ରକାରର ପ୍ରଶ୍ନ ଉଠିଥିଲା। ଏପରି କି ସୋଶାଲ ମିଡିଆରେ ଉଭୟଙ୍କୁ ଦଳକୁ ବିଦା କରିବାକୁ ଦାବି ମଧ୍ୟ ଉଠିଥିଲା। ଏବେ ସତକୁ ସତ ବିସିସିଆଇ ଉଭୟଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ଦେଇଛି।

[caption id="" align="aligncenter" width="980"]Who Is Saurabh Kumar, The Net Bowler In India's Extended Squad Against  England? ସୌରଭ କୁମାର (ଫାଇଲ ଫଟୋ)[/caption]

ଦଳ ଘୋଷଣା ବେଳେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି, “ନିଷ୍ପତ୍ତି ନେବା ପୂର୍ବରୁ ଚୟନକର୍ତ୍ତା କମିଟି ବହୁତ କିଛି ଭାବିଥିଲା। ଏହାପରେ ନିଷ୍ପତ୍ତି ନିଆଯାଇଛି। ଆମେ ରାହାଣେ ଓ ପୂଜାରଙ୍କ ସହ କଥା ହୋଇଛି। ସେମାନଙ୍କ ନାଁ ବିଚାରକୁ ନିଆଯାଉ ନଥିବା ମଧ୍ୟ କହିଛୁ। ହେଲେ ଦଳକୁ ଫେରିବାର ସୁଯୋଗ ସେମାନଙ୍କ ପାଖରେ ରହିଛି। କେବଳ ଦୁଇଟି ଟେଷ୍ଟ ପାଇଁ ସେମାନଙ୍କୁ ବାଦ ଦିଆଯାଇଛି। ଏଥିପାଇଁ ଅନ୍ୟ ଖେଳାଳିଙ୍କୁ ସୁଯୋଗ ମିଳିଛି। ସେମାନେ ଏବେ ରଣଜୀ ଟ୍ରଫି ଖେଳୁଛନ୍ତି।”

ଅନ୍ୟପକ୍ଷରେ ଟେଷ୍ଟ ସ୍କ୍ୱାଡରେ ରବି ଅଶ୍ୱିନ ରହିଛନ୍ତି। ହେଲେ ସେ ଫିଟ ହେବା ପରେ ହିଁ ମ୍ୟାଚ ଖେଳିବେ। ଦଳକୁ ରବୀନ୍ଦ୍ର ଜାଡେଜା ଓ ଶୁବମନ ଗିଲ୍ କମବ୍ୟାକ କରିଛନ୍ତି। ନୂଆ ମୁହଁ ଭାବେ ସ୍ପିନର ସୌରଭ କୁମାର ସ୍ଥାନ ପାଇଛନ୍ତି। କେଏଲ ରାହୁଲ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ କିମ୍ବା ଟି-୨୦ ସିରିଜ ଖେଳିବେ ନାହିଁ। ଏମାନଙ୍କ ବ୍ୟତୀତ କେଏସ ଭରତ, କୁଲଦୀପ ଯାଦବ, ଜୟନ୍ତ ଯାଦବ, ଉମେଶ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ ପ୍ରମୁଖ ଦଳରେ ରହିଛନ୍ତି।

ଟେଷ୍ଟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁବମନ ଗିଲ୍‌, ଋଷଭ ପନ୍ତ(ୱିକେଟ କିପର), କେଏସ ଭରତ(ୱିକେଟ କିପର), ରବି ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ସୌରଭ କୁମାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story