ଆଫ୍ରିଦିଙ୍କୁ ପଛରେ ପକାଇ ଅଶ୍ୱିନ କଲେ ବିରାଟ ରେକର୍ଡ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଭାରତୀୟ ସ୍ପିନ ତାରକା ରବିଚନ୍ଦ୍ରନ ଅଶ୍ୱିନଙ୍କ ଦବଦବା ଜାରି ରହିଛି। ଏବେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। କାନପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ ଅଶ୍ୱିନ ୩ଟି ୱିକେଟ ନେଇ ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ପଛରେ ପକାଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର […]

ashwin

ashwin

Hemant Lenka
  • Published: Saturday, 27 November 2021
  • Updated: 27 November 2021, 06:53 PM IST

Sports

Latest News

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଭାରତୀୟ ସ୍ପିନ ତାରକା ରବିଚନ୍ଦ୍ରନ ଅଶ୍ୱିନଙ୍କ ଦବଦବା ଜାରି ରହିଛି। ଏବେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। କାନପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ ଅଶ୍ୱିନ ୩ଟି ୱିକେଟ ନେଇ ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ସେ ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କୁ ପଛରେ ପକାଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ବନି ଯାଇଛନ୍ତି। ୨୦୨୧ ବର୍ଷରେ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୪୧ରେ ପହଞ୍ଚି ଯାଇଛି। ଏଯାଏ ଗୋଟିଏ ବର୍ଷରେ ଏତେ ସଂଖ୍ୟକ ୱିକେଟ କୌଣସି ବୋଲର ନେଇ ନଥିଲେ।

ଆଜି ନ୍ୟୁଜିଲ୍ୟାଣ୍ଡ ଇନିଂସ ବେଳେ ଅଶ୍ୱିନ ବ୍ୟାଟସମ୍ୟାନ ୱିଲ ୟଙ୍ଗଙ୍କ ୱିକେଟ ଦଖଲ କରିବା କ୍ଷଣି ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଥିଲା। ଅଶ୍ୱିନଙ୍କ ଭଳି ଆଫ୍ରିଦି ମଧ୍ୟ ଏବେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛନ୍ତି। ତେଣୁ ତାଙ୍କ ପାଖରେ ଅଶ୍ୱିନଙ୍କୁ ଅତିକ୍ରମ କରିବାର ସୁଯୋଗ ମଧ୍ୟ ରହିଛି।

ଆଫ୍ରିଦି ୨୦୨୧ରେ ୮ଟି ମ୍ୟାଚ୍‌ ଖେଳି ୩୮ଟି ୱିକେଟ ନେଇଥିବା ବେଳେ ଅଶ୍ୱିନ ୭ଟି ଟେଷ୍ଟରେ ୪୧ଟି ୱିକେଟ ନେଇଛନ୍ତି।

କେବଳ ଆଫ୍ରିଦି ନୁହନ୍ତି ଅଶ୍ୱିନ ଆଜି କିମ୍ବଦନ୍ତୀ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଆକ୍ରମ ତାଙ୍କ ଟେଷ୍ଟ କ୍ୟାରିୟରରେ ୪୧୪ଟି ୱିକେଟ ଦଖଲ କରିଥିଲେ। କିନ୍ତୁ ଅଶ୍ୱିନ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଅଧିବେଶନରେ କାୟେଲ ଜାମିସନଙ୍କୁ ଆଉଟ କରି ଏହାକୁ ଅତିକ୍ରମ କରିଛନ୍ତି। ଏଯାଏ ୮୦ ମ୍ୟାଚ୍‌ ଖେଳିଥିବା ଅଶ୍ୱିନ ୪୧୫ଟି ୱିକେଟ ନେଇ ସାରିଲେଣି।

୨୦୧୧ରେ ଭାରତ ପାଇଁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିବା ରବି ଅଶ୍ୱିନ ୩୦ଥର ଟେଷ୍ଟ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ସେହିପରି ସେ ୭ଥର ଗୋଟିଏ ମ୍ୟାଚରେ ୧୦ଟି ଲେଖାଏ ୱିକେଟ ନେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ଅଧିକ ୱିକେଟ ନେଇଥିବା ସବୁ ବୋଲରଙ୍କ ତୁଳନାରେ ଅଶ୍ୱିନଙ୍କ ବୋଲିଂ ଆଭରେଜ ମଧ୍ୟ ଭଲ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos