ବିରାଟ ଓ ରାହୁଲଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଭାରତ

ଆଡିଲେଡ: ଚଳିତ ଟି-୨୦ ବିଶ୍ୱକପରେ କ୍ରମାଗତ ଫେଲ ମାରୁଥିବା କେଏଲ ରାହୁଲଙ୍କ ୩୨ ବଲରେ ୫୦ ଓ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୪ ବଲରେ ଅପରାଜିତ ୬୪ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ ବାଂଲାଦେଶକୁ ୧୮୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ମିଳିଛି। ଉଭୟ ଭାରତ ଓ ବାଂଲାଦେଶ ପାଇଁ ସେମି ଫାଇନାଲ ଦୃଷ୍ଟିରୁ ଏହି ମ୍ୟାଚ୍‌ […]

virat

virat

Hemant Lenka
  • Published: Wednesday, 02 November 2022
  • Updated: 02 November 2022, 03:20 PM IST

ଆଡିଲେଡ: ଚଳିତ ଟି-୨୦ ବିଶ୍ୱକପରେ କ୍ରମାଗତ ଫେଲ ମାରୁଥିବା କେଏଲ ରାହୁଲଙ୍କ ୩୨ ବଲରେ ୫୦ ଓ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୪ ବଲରେ ଅପରାଜିତ ୬୪ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ କରିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ ବାଂଲାଦେଶକୁ ୧୮୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ମିଳିଛି। ଉଭୟ ଭାରତ ଓ ବାଂଲାଦେଶ ପାଇଁ ସେମି ଫାଇନାଲ ଦୃଷ୍ଟିରୁ ଏହି ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦଳ ୩ଟି ଲେଖାଏ ମ୍ୟାଚ୍‌ ଖେଳି ସମାନ ୪ ପଏଣ୍ଟ ଲେଖାଏ ପାଇଛନ୍ତି।

ଆଡିଲେଡ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ସାବ୍ୟସ୍ତ କରି ବାଂଲାଦେଶର ଦ୍ରୁତ ବୋଲି ତସ୍କିନ ଅହମ୍ମଦ ଦମଦାର ବୋଲିଂ କରିଥିଲେ। ସେ ଗୋଟିଏ ସ୍କେଲରେ ନିଜର ୪ ଓଭର ଶେଷ କରିବା ସହ ମାତ୍ର ୧୫ ରନ ଦେଇଥିଲେ। ତେବେ ସେ କୌଣସି ୱିକେଟ ପାଇ ନଥିଲେ।

କିନ୍ତୁ ଅନ୍ୟପଟେ ହାସନ ମହମୁଦ ନିଜର ପ୍ରଥମ ଓଭରରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୨)ଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ। ଏହାପୂର୍ବରୁ ମହମୁଦ ନିଜେ ତସ୍କିନଙ୍କ ବଲରେ ରୋହିତ ଶର୍ମା ଦେଇଥିବା କ୍ୟାଚ୍‌କୁ ଛାଡ଼ି ଦେଇଥିଲେ। ଜୀବନଦାନ ମିଳିବା ସତ୍ତ୍ୱେ ରୋହିତ ବଡ଼ ସ୍କୋର କରିପାରି ନଥିଲେ।

ରୋହିତ ଆଉଟ ହେବା ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ସେ ଆରମ୍ଭରୁ ତସ୍କିନଙ୍କୁ ଆଟାକ କରିବାରେ ଲାଗିଥିଲେ। ଏଥିସହ ଲଗାତର ୨ଟି ଚୌକା ମଧ୍ୟ ହାସଲ କରିଥିଲେ। ପୂର୍ବରୁ ବିଶ୍ୱକପର ୩ଟି ଯାକ ମ୍ୟାଚ୍‌ରେ ଫେଲ ମାରିଥିବା ରାହୁଲ ମଧ୍ୟ ବଡ଼ ଶଟ ଖେଳିବାକୁ ଭୁଲି ନୋଥିଲେ। ସେ ବଡ଼ବଡ଼ ଶଟ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ଏହାକୁ ବଡ଼ ସ୍କୋରରେ ପରିଣତ କରି ପାରି ନଥିଲେ। ସେ ୫୦ ରନ କରିଥିବା ବେଳେ ସାକିବ ତାଙ୍କୁ ଆଉଟ କରି ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲା। ଏହି ୫୦ ରନର ଇନିଂସରେ ରାହୁଲ ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି। ସୂର୍ଯ୍ୟ କୁମାର ଯାଦବ ଦ୍ରୁତ ଗତିରେ ବ୍ୟାଟିଂ କରି ୧୬ ବଲରେ ୩୦ ରନ କରିଥିଲେ। ତାଙ୍କ ୱିକେଟ ମଧ୍ୟ ସାକିବ ନେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୫ ରନ କରିଥିବା ବେଳେ ତାଙ୍କୁ ମହମୁଦ ଆଉଟ କରି ଭାରତକୁ ୪ର୍ଥ ଝଟକା ଦେଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ବିରାଟ ତାଙ୍କ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ୩୭ ବଲରେ ସେ ଚଳିତ ଟି-୨୦ ବିଶ୍ୱକପରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଦିନେଶ କାର୍ତ୍ତିକ ଭରପୂର ସାଥ ଦେଇଥିଲେ। ୧୭ତମ ଓଭରରେ ଶୌରିଫୁଲ ଇସଲାମଙ୍କୁ ପ୍ରଥମ ବଲରେ ଚୌକା ମାରି କାର୍ତ୍ତିକ ନିଜର ଜଲୱା ଦେଖାଇଥିଲେ। ହେଲେ ଏହି ଓଭରର ଶେଷ ବଲରେ ତାଳମେଳ ଅଭାବରୁ କାର୍ତ୍ତିକ(୫) ରନ ଆଉଟ ହୋଇଯାଇଥିଲେ।

ଭାରତ ଏହି ଓଭରରେ ମୋଟ ୧୦ ରନ ଆଦାୟ କରିବା ସହ ଗୋଟିଏ ୱିକେଟ ହରାଇଥିଲା। ୧୮ତମ ମୁସ୍ତାଫିଜୁର ରହମାନ ପକାଇଥିବା ବେଳେ ପ୍ରଥମ ବଲରେ ଅକ୍ଷର ପଟେଲ ଚୌକା ମାରିଥିଲେ। ହେଲେ ଏହି ଓଭରରେ ଭାରତ ମାତ୍ର ୭ ରନ ହିଁ କରିପାରିଥିଲା।

୧୯ତମ ଓଭରର ପ୍ରଥମ ବଳରେ ବାଂଲାଦେଶକୁ ସଫଳତା ମିଳିଥିଲା। ପ୍ରଥମ ବଲରେ ହିଁ ମହମୁଦ ୭ ରନ କରିଥିବା ଅକ୍ଷର ପଟେଲଙ୍କୁ ଆଉଟ କରିଥିଲେ। ହେଲେ ଶେଷ ଦୁଇ ବଲରେ ବିରାଟ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିବାରୁ ଦଳୀୟ ସ୍କୋର ୧୭୦ରେ ପହଞ୍ଚିଥିଲା। ଶେଷ ଓଭରରେ କମାଲ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ଲଗାତର ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳୀୟ ସ୍କୋରକୁ ୧୮୦ରେ ପହଞ୍ଚାଇ ଦେଇଥିଲେ।

ଶେଷ ୨ ବଲରେ ବିରାଟ ସାମ୍ନା କରିଥିବା ବେଳେ କେବଳ ୩ ରନ କରିବାକୁ ସକ୍ଷମ ହୋଇଥିଲେ। ବିରାଟ ଶେଷ ଯାଏ ୪୪ ବଲରେ ୬୪ ରନ କରି ଅପରାଜିତ ରହିବାରୁ ଭାରତ ୬ ୱିକେଟ ହରାଇ ୧୮୪ ରନ କରିଛି। ତାଙ୍କ ସହ ଅଶ୍ୱିନ ୪ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।
ବାଂଲାଦେଶ ପକ୍ଷରୁ ମହମୁଦ ୩ଟି ୱିକେଟ ନେଇଥିବା ବେଳେ ସାକିବ ୨ଟି ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story