ଆଇପିଏଲର ରେକର୍ଡ ବୁକରେ ଚହଲ, ପ୍ରଥମଥର ନେଲେ ହ୍ୟାଟ୍ରିକ ୱିକେଟ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜଭେନ୍ଦର ଚହଲ ଆଇପିଏଲର ରେକର୍ଡ ବୁକରେ ନିଜ ନାଁ ସାମିଲ କରିପାରିଛନ୍ତି। ସୋମବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ସେ ପ୍ରଥମଥର ପାଇଁ ଆଇପିଏଲରେ ହ୍ୟାଟ୍ରିକ ଓ ୫ ୱିକେଟ ଦଖଲ କରିଛନ୍ତି। ଚହଲ ଗୋଟିଏ ଓଭର୍‌ରେ ୪ଟି ୱିକେଟ ନେଇ କୋଲକାତାର ରନ୍‌ ଚେଜ୍‌ ହାରକୁ ରୋକିବାକୁ ସମର୍ଥ ହୋଇଛନ୍ତି। ସୋମବାର ମ୍ୟାଚ୍‌ଟି ହାଇସ୍କୋରିଂ ଥିଲେ ମଧ୍ୟ ଚହଲ ନିଜର ଚମକ ଦେଖାଇଛନ୍ତି। ରାଜସ୍ଥାନ ପ୍ରଥମେ ବ୍ୟାଟିଂ […]

Chahal

Chahal

Hemant Lenka
  • Published: Tuesday, 19 April 2022
  • Updated: 19 April 2022, 11:40 AM IST

Sports

Latest News

ମୁମ୍ବାଇ: ରାଜସ୍ଥାନ ରୟାଲ୍ସର ଲେଗ ସ୍ପିନର ୟୁଜଭେନ୍ଦର ଚହଲ ଆଇପିଏଲର ରେକର୍ଡ ବୁକରେ ନିଜ ନାଁ ସାମିଲ କରିପାରିଛନ୍ତି। ସୋମବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ସେ ପ୍ରଥମଥର ପାଇଁ ଆଇପିଏଲରେ ହ୍ୟାଟ୍ରିକ ଓ ୫ ୱିକେଟ ଦଖଲ କରିଛନ୍ତି।
ଚହଲ ଗୋଟିଏ ଓଭର୍‌ରେ ୪ଟି ୱିକେଟ ନେଇ କୋଲକାତାର ରନ୍‌ ଚେଜ୍‌ ହାରକୁ ରୋକିବାକୁ ସମର୍ଥ ହୋଇଛନ୍ତି। ସୋମବାର ମ୍ୟାଚ୍‌ଟି ହାଇସ୍କୋରିଂ ଥିଲେ ମଧ୍ୟ ଚହଲ ନିଜର ଚମକ ଦେଖାଇଛନ୍ତି। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୧୭ ରନ କରିଥିଲା।

ଦଳ ପକ୍ଷରୁ ବଟଲର ୧୦୩ ରନ୍‌ର ଇନିଂସ ଖେଳିଥିଲେ। ଏହାର ଜବାବରେ କୋଲକାତା ମଧ୍ୟ ଦମଦାର ବ୍ୟାଟିଂ କରି ମ୍ୟାଚ୍‌କୁ ଶେଷ ଓଭର ଯାଏ ନେଇଥିଲା। ହେଲେ ଚହଲ ଚମକ ଯୋଗୁ କୋଲକାତା ୨୧୦ ରନ୍‌ରେ ହିଁ ଅଟକି ଯାଇଥିଲା।

ଚହଲ ମ୍ୟାଚ୍‌ରେ ଦମଦାର ବୋଲିଂ କରି ନୀତୀଶ ରାଣା, ଭେଙ୍କଟେଶ ଆୟର, ୮୫ ରନ୍‌ କରିଥିବା ଶ୍ରେୟସ ଆୟର, ଶିବମ ମାଭି ଓ ପ୍ୟାଟ କମିନ୍ସଙ୍କ ୱିକେଟ ନେଇଛନ୍ତି। ତାଙ୍କ ହ୍ୟାଟ୍ରିକ ଶିକାର ଶ୍ରେୟସ ଆୟର, ଶିବମ ମାଭି ଓ ପ୍ୟାଟ କମିନ୍ସ ବନିଛନ୍ତି। ମ୍ୟାଚ୍‌ରେ ଚହଲ ନିଜର ପ୍ରଥମ ଓଭରେ ୧୭ ରନ୍‌ ବ୍ୟୟ କରିଥିଲେ। ହେଲେ ଏହାପରେ ଜବରଦସ୍ତ କମବ୍ୟାକ୍‌ କରି ଗୋଟିଏ ଓଭର୍‌ରେ ୪ ୱିକେଟ ଦଖଲ କରିବା ସହ ନିଜ ସ୍ପେଲକୁ ୫/୪୦ରେ ଶେଷ କରିଛନ୍ତି।

ଚଳିତ ସିଜିନରେ ଚହଲ ମୁମ୍ବାଇ ବିପକ୍ଷରେ ମଧ୍ୟ ହ୍ୟାଟ୍ରିକ ୱିକେଟ ଦଖଲ କରିବାର ସୁଯୋଗ ପାଇଥିଲେ। ହେଲେ ତାଙ୍କର ହ୍ୟାଟ୍ରିକ ବଲରେ କରୁଣ ନାଏର କ୍ୟାଚ୍ ଛାଡ଼ି ଦେଇଥିଲେ। ସୋମବାର କିନ୍ତୁ ସେ ନିଜର ପ୍ରଥମ ଆଇପିଏଲ ହ୍ୟାଟ୍ରିକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି।

ଚହଲ ତାଙ୍କ ହ୍ୟାଟ୍ରିକ ବଲ୍‌ଟି କମିନ୍ସକୁ ଗୁଗୁଲି ପକାଇବାକୁ ଚାହୁଁଥିଲେ। ହେଲେ ଶେଷ ମୁହୂର୍ତ୍ତରେ ମାଇଣ୍ଡ ବଦଳାଇ ଲେଗ ବ୍ରେକ୍‌ ପକାଇଥିଲେ। ଏହାକୁ ବୁଝିବାରେ କମିନ୍ସ ତ୍ରୁଟି କରି ୱିକେଟ କିପର ସଞ୍ଜୁ ସମାସନଙ୍କ ହାତରେ ଧରା ପଡ଼ି ଯାଇଥିଲେ। ତେବେ ନୀତୀଶ ରାଣା ଓ ଭେଙ୍କଟେଶ ଆୟରଙ୍କୁ ସେ ଗୁଗୁଲି ବଲରେ ହିଁ ଆଉଟ କରିଛନ୍ତି।

୧୭ତମ ଓଭରର ୪ର୍ଥ ବଲରେ ଚହଲ ପ୍ରଥମେ ଶ୍ରେୟସ ଆୟରଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଏହାପରେ ମାଭି ଓ ଶେଷ ବଲରେ କମିନ୍ସଙ୍କୁ ଆଉଟ କରିଥିଲେ। ଏହି ଓଭରରେ ସେ ଭେଙ୍କଟେଶ ଆୟରଙ୍କ ୱିକେଟ ମଧ୍ୟ ନେଇଥିଲେ।

ଆଇପିଏଲ ଇତିହାସରେ ଏହା ୨୧ତମ ହ୍ୟାଟ୍ରିକ। ଅମିତ ମିଶ୍ରା ସର୍ବାଧିକ ୩ଥର ହ୍ୟାଟ୍ରିକ ୱିକେଟ ନେବାର ରେକର୍ଡ କରିଛନ୍ତି। ଚହଲ ରାଜସ୍ଥାନର ୪ର୍ଥ ବୋଲର ଭାବେ ଆଇପିଏଲରେ ହ୍ୟାଟ୍ରିକ ନେଇଛନ୍ତି। ତାଙ୍କ ପୂର୍ବରୁ ପ୍ରବୀଣ ତାମ୍ବେ(୨୦୧୪), ଶେନ ୱାଟସନ(୨୦୧୪) ଓ ଶ୍ରେୟସ ଗୋପାଲ(୨୦୧୯) ହ୍ୟାଟ୍ରିକ ୱିକେଟ ନେଇଥିଲେ।

ଚହଲ କେବଳ ହ୍ୟାଟ୍ରିକ ୱିକେଟ ନେଇ ନାହାନ୍ତି। ବରଂ ଚଳିତ ଆଇପିଏଲରେ ସେ ୧୭ଟି ୱିକେଟ ସହ ବାଇଗଣୀ ଟୋପି ମଧ୍ୟ ଦଖଲ କରିଛନ୍ତି। ତାଙ୍କ ପଛକୁ ୧୨ ୱିକେଟ ସହ ହାଇଦ୍ରାବାଦର ଟି ନଟରାଜନ ଓ ଦିଲ୍ଲୀର କୁଲଦୀପ ଯାଦବ(୧୧ ୱିକେଟ) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos