ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ କରୋନା ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିଙ୍କୁ ନେଇ ବଡ଼ ଅପଡେଟ ଆସିଛି। ଦିଲ୍ଲୀ କ୍ୟାମ୍ପରେ ୨ ଜଣ ଖେଳାଳି ଓ ଫିଜିଓ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି। ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଆଉ ଜଣେ ଖେଳାଳିଙ୍କ ରିପୋର୍ଟ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା। ତେଣୁ ପୂରା ଟିମ୍‌ର ଖେଳାଳିଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଏଥିସହ ଆଜି ସମସ୍ତଙ୍କର ପ୍ରଥମ […]

Delhi

Delhi

Hemant Lenka
  • Published: Monday, 18 April 2022
  • Updated: 18 April 2022, 05:07 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିଙ୍କୁ ନେଇ ବଡ଼ ଅପଡେଟ ଆସିଛି। ଦିଲ୍ଲୀ କ୍ୟାମ୍ପରେ ୨ ଜଣ ଖେଳାଳି ଓ ଫିଜିଓ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି। ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଆଉ ଜଣେ ଖେଳାଳିଙ୍କ ରିପୋର୍ଟ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ ଆସିଥିଲା।

ତେଣୁ ପୂରା ଟିମ୍‌ର ଖେଳାଳିଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଏଥିସହ ଆଜି ସମସ୍ତଙ୍କର ପ୍ରଥମ ରାଉଣ୍ଡ କରୋନା ଟେଷ୍ଟ କରାଯାଇଛି। ଟେଷ୍ଟ ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି। ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲେ ବି ବିପଦ ଏଯାଏ ଟଳିନି। କାରଣ ବିସିସିଆଇ ଆଉ ଗୋଟିଏ ରାଉଣ୍ଡ ଆରଟି-ପିସିଆର ଟେଷ୍ଟ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ଦିଲ୍ଲୀ କ୍ୟାମ୍ପକୁ ପଠାଇଛି।

ସେମାନେ ଦିଲ୍ଲୀ ଟିମ୍‌ର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କରୋନା ଟେଷ୍ଟ କରିବେ। ରିପୋର୍ଟ ନ ଆସିବା ଯାଏ ପୂର୍ବଭଳି ଖେଳାଳିମାନେ ସଙ୍ଗରୋଧରେ ରହିବେ। ଆଜି ଦିଲ୍ଲୀର ଖେଳାଳିମାନେ ପୁଣେ ଯିବାର ଥିଲା। ବୁଧବାର ଏଠାରେ ପଞ୍ଜାବ ବିପକ୍ଷରେ ଦିଲ୍ଲୀ ମ୍ୟାଚ୍‌ ଖେଳିବ। କିନ୍ତୁ ପୁଣେ ଗସ୍ତକୁ ବାତିଲ କରାଯାଇଛି ଓ ସମସ୍ତ ଖେଳାଳିଙ୍କୁ ନିଜ ନିଜ ରୁମରେ ରହିବାକୁ ପରାମର୍ଶ ଦିଆଯାଇଛି। ଦ୍ୱିତୀୟ ରାଉଣ୍ଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସବୁ ଖେଳାଳିଙ୍କୁ ପୁଣେ ଯିବାକୁ ଅନୁମତି ମିଳିବ।

ପୂର୍ବ ବର୍ଷ ଭଳି କରୋନା ଯୋଗୁ କେବଳ ମୁମ୍ବାଇ ଓ ପୁଣେରେ ବିସିସିଆଇ ଆଇପିଏଲର ସବୁ ମ୍ୟାଚ୍ କରୁଛି। ଖେଳାଳିମାନେ ସ୍ୱତନ୍ତ୍ର ବାୟୋ ବବଲ୍ସ ଭିତରେ ରହୁଛନ୍ତି। ତଥାପି ଦୁଇ ଦିନ ତଳେ ଦିଲ୍ଲୀର ଫିଜଓ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚଳିତ ଆଇପିଏଲରେ ଏହା ପ୍ରଥମ ଘଟଣା। ଫିଜିଓ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ଦିଲ୍ଲୀ ତା’ର ମ୍ୟାଚ୍ ଖେଳିଥିଲା। ଏବେ ବୁଧବାର ମ୍ୟାଚ୍ ହେବ କି ନାହିଁ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos