ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଭାରତ ଆସିବ ଅଷ୍ଟ୍ରେଲିଆ। ଏଥିପାଇଁ ଆଜି ବିସିସିଆଇ ପକ୍ଷରୁ ମ୍ୟାଚ୍ ସୂଚୀ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ଗସ୍ତରେ ଅଷ୍ଟ୍ରେଲିଆ ୪ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମେ ଟେଷ୍ଟ ସିରିଜ୍ରୁ ଲଢ଼େଇ ଆରମ୍ଭ ହେବ।
୯ ଫେବୃଆରୀରେ ନାଗପୁରରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳଯିବ। ଏହାପରେ ୧୭ ଫେବୃଆରୀରୁ ଦିଲ୍ଲୀରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ। ମାର୍ଚ୍ଚ ୧ରୁ ଧର୍ମଶାଳାରେ ତୃତୀୟ ଓ ୯ ମାର୍ଚ୍ଚରୁ ଅହମଦାବାଦରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହା ବର୍ଡର-ଗାଭାସ୍କର ଟ୍ରଫିର ଫାଇନାଲ ଶେଷ ସିରିଜ ବୋଲି ବିସିସିଆଇ କହିଛି।
ଟେଷ୍ଟ ସିରିଜ ପରେ ୩ଟିକିଆ ଦିନିକିଆର ସିରିଜ ଆରମ୍ଭ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୭ରେ ମୁମ୍ବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ଦିନିକିଆ ବିଶାଖାପଟନମରେ ୧୯ ମାର୍ଚ୍ଚ ଓ ଶେଷ ମ୍ୟାଚ୍ଟି ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ସ୍ମୃତି ମନ୍ଧାନାଙ୍କ ନାଁରେ ଯୋଡ଼ି ହେଲା ଏମିତି ରେକର୍ଡ
ମନ୍ଧାନା ଆଜି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳର କମାଣ ସମ୍ଭାଳିବା ସହ ୪୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ଯୋଗୁ ଆୟର୍ଲଣ୍ଡ ଦେଇଥିବା ୨୩୯ ରନର ଟାର୍ଗେଟକୁ ଭାରତୀୟ ମହିଳା ଦଳ ୯୩ଟି ବଲ ପୂର୍ବରୁ ୪ ୱିକେଟ ହରାଇ ହାସଲ କରି ନେଇଛି।
Cricket
ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ: ଚର୍ଚ୍ଚାରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୟାନ
ସେ ଗୋଟିଏ କାର୍ଯ୍ୟକ୍ରମରେ କହିଛନ୍ତି ଯେ “ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ। କିନ୍ତୁ ଏହା ଏକ ଅଫିସିଆଲ ଭାଷା।”
Cricket
ଶ୍ରୀଲଙ୍କାରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ ଷ୍ଟିଭ ସ୍ମିଥ, ଘୋଷଣା ହେଲା ସ୍କ୍ୱାଡ
ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିକୁ ଅଷ୍ଟ୍ରେଲିଆ ୩-୧ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିସାରିଛି। ଦଳ ଲର୍ଡସରେ ଦକ୍ଷିଣ ଆଫ୍ରିକା ସହ ଫାଇନାଲ ଖେଳିବ।
Cricket
ଷ୍ଟାଡିୟମ ନିର୍ମାଣ କାମ କେତେ ସରିଛି? ଜବାବ ରଖିଲା ପାକିସ୍ତାନ କ୍ରିକେଟ ବୋର୍ଡ
ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ଲାହୋରର ଗଦାଫି ଷ୍ଟାଡିୟମ ଓ କରାଚିର ନ୍ୟାଶନାଲ ବ୍ୟାଙ୍କ ଷ୍ଟାଡିୟମରେ ମ୍ୟାଚ ଗୁଡ଼ିକ ଖେଳାଯିବାର ଅଛି। ଭାରତ ତା’ର ମ୍ୟାଚ ଗୁଡ଼ିକ ପାକିସ୍ତାନ ବଦଳରେ ଦୁବାଇରେ ଖେଳିବ।
Cricket
ନ୍ୟୁଜିଲ୍ୟାଣ୍ଡ ସର୍ଜନଙ୍କ ସହ ଆହତ ସମସ୍ୟା ସମ୍ପର୍କରେ କଥା ହେଲେ ବୁମ୍ରା
ମ୍ୟାଚ୍ ବେଳେ ବୁମ୍ରା ଅସହଜ ଅନୁଭବ କରିବାରୁ ସ୍କାନ ପାଇଁ ହସ୍ପିଟାଲ ବି ଯାଇଥିଲେ। ତାଙ୍କ ଆହତ ସମସ୍ୟା କେତେ ଗୁରୁତର, ସେବିଷୟରେ ବିସିସିଆଇ ଏଯାଏ କୌଣସି ଅପଡେଟ ଦେଇନାହିଁ।