ପୁଣି ଇଂଲଣ୍ଡର ରୋମାଞ୍ଚକର ବିଜୟ, ମ୍ୟାଚ୍‌ ସହ ଟେଷ୍ଟ ସିରିଜ ହାରିଲା ପାକିସ୍ତାନ

ମୁଲତାନ: ପୁଣି ଗୋଟିଏ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଛି ଇଂଲଣ୍ଡ। ରାୱାଲପିଣ୍ଡି ଭଳି ମୁଲତାନରେ ବି ହାରିଛି ପାକିସ୍ତାନ। ୨୬ ରନରେ ପାକିସ୍ତାନକୁ ହରାଇ ମ୍ୟାଚ୍‌ ସହ ଟେଷ୍ଟ ସିରିଜ ଜିତିଛି ଭ୍ରମଣକାରୀ ଇଂଲଣ୍ଡ। ଦ୍ୱିତୀୟ ଟେଷ୍ଟକୁ ୪ ଦିନରେ ଶେଷ କରି ପାକିସ୍ତାନକୁ ତା’ରି ମାଟିରେ ଚିତ୍ କରିଛି ବେନ ଷ୍ଟୋକ୍ସଙ୍କ ଇଂଲଣ୍ଡ। ବିଶେଷ କରି ଦ୍ୱିତୀୟ ନୂଆ ବଲରେ ମାର୍କ ଉଡଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଢ ୬ ୱିକେଟ ଦଖଲ କରି […]

england

england

Hemant Lenka
  • Published: Monday, 12 December 2022
  • Updated: 12 December 2022, 03:37 PM IST

Sports

Latest News

ମୁଲତାନ: ପୁଣି ଗୋଟିଏ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଛି ଇଂଲଣ୍ଡ। ରାୱାଲପିଣ୍ଡି ଭଳି ମୁଲତାନରେ ବି ହାରିଛି ପାକିସ୍ତାନ। ୨୬ ରନରେ ପାକିସ୍ତାନକୁ ହରାଇ ମ୍ୟାଚ୍‌ ସହ ଟେଷ୍ଟ ସିରିଜ ଜିତିଛି ଭ୍ରମଣକାରୀ ଇଂଲଣ୍ଡ। ଦ୍ୱିତୀୟ ଟେଷ୍ଟକୁ ୪ ଦିନରେ ଶେଷ କରି ପାକିସ୍ତାନକୁ ତା’ରି ମାଟିରେ ଚିତ୍ କରିଛି ବେନ ଷ୍ଟୋକ୍ସଙ୍କ ଇଂଲଣ୍ଡ। ବିଶେଷ କରି ଦ୍ୱିତୀୟ ନୂଆ ବଲରେ ମାର୍କ ଉଡଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଢ ୬ ୱିକେଟ ଦଖଲ କରି ପାକିସ୍ତାନ ପଞ୍ଝାରୁ ନିଶ୍ଚିତ ବିଜୟକୁ ଛଡ଼ାଇ ଆଣିଛି।

ପାକିସ୍ତାନକୁ ୩୫୫ ରନର ଟାର୍ଗେଟ ମିଳିଥିବା ବେଳେ ଦ୍ୱିତୀୟ ଇନିଂସରେ ସୌଦ ଶକୀଲ ଲଢ଼ୁଆ ୯୪ ରନର କରିଥଲେ। ତଥାପି ପାକିସ୍ତାନ ମାର୍କ ଉଡ, ଜେମ୍ସ ଆଣ୍ଡରସନ ଓ ଓଲି ରବିନସନଙ୍କ ଘାତକ ବୋଲିଂ ଯୋଗୁ ୩୨୮ ରନରେ ଅଲଆଉଟ ହୋଇଯାଇଛି।

ଟସ୍ ଜିତି ପ୍ରଥମେ ମୁଲତାନରେ ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଓଲି ପପଙ୍କ ୬୦ ରନ ବଳରେ ପ୍ରଥମ ଇନିଂସରେ ୨୮୧ ରନ କରିଥିଲା। ପାକିସ୍ତାନ ପକ୍ଷରୁ ଡେବ୍ୟୁଟାଣ୍ଟ ଅବ୍ରାର ଅହମଦ ୭ ୱିକେଟ ଦଖଲ କରିଥିଲେ। ପାକିସ୍ତାନ ତା’ର ପ୍ରଥମ ଇନିଂସରେ ଅଧିନାୟକ ବାବର ଆଜମଙ୍କ ୭୫ ଓ ଶକୀଲଙ୍କ ୬୩ ରନ ସତ୍ତ୍ୱେ କେବେଳ ୨୦୨ ରନ କରିଥିଲା। ଇଂଲଣ୍ଡର ଜ୍ୟାକ ଲିଚ୍‌ ୪ ୱିକେଟ ଦଖଲ କରିଥିଲେ।

ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ହ୍ୟାରୀ ବ୍ରୁକ ୧୦୮, ବେନ ଡକେଟ ୭୯ ଓ ବେନ ଷ୍ଟୋକ୍ସ ୪୧ ରନ କରିବାରୁ ୨୭୫ ରନ କରିଥିଲା। ଏହି ଇନିଂସରେ ଅବରାର ଅହମଦ ମଧ୍ୟ ୪ ୱିକେଟ ଦଖଲ କରିଥିଲେ। ଇଂଲଣ୍ଡ ୨୭୫ ରନ କରିବାରୁ ପାକିସ୍ତାନ ୩୫୫ ରନର ଟାର୍ଗେଟ ମିଳିଥିଲା।

ଦ୍ୱିତୀୟ ଇନିଂସରେ ଅବଦୁଲ୍ଲା ଶଫିକ୍ୟୁ ୪୫, ମହମ୍ମଦ ରିଜୱାନ ୩୦, ଶକୀଲ ୯୪, ଇମାମ ଉଲ ହକ ୬୦ ଓ ମହମ୍ମଦ ନୱାଜ ୪୫ ରନର ଇନିଂସ ଖେଳିଥିଲେ। ଦଳୀୟ ସ୍କୋର ୨୯୧ ଥିବା ବେଳେ ଶକୀଲ ଆଉଟ ହୋଇଥିଲେ। ଏହାପରେ ପାକିସ୍ତାନ କ୍ରମାଗତ ୩ ୱିକେଟ ହରାଇ ୩୨୮ ରନରେ ଅଲଆଉଟ ହୋଇଯାଇଥିଲା।

ମାର୍କ ଉଡ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଓଲି ରବିନସନ ଓ ଜେମ୍ସ ଆଣ୍ଡରସନ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଲିଚ୍‌ ଓ ଜୋ ରୁଟ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

ପ୍ରଥମଥର ପାଇଁ ଇଂଲଣ୍ଡ ପାକିସ୍ତାନରେ କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍‌ ଜିତିଛି। ତୃତୀୟ ଥର ପାଇଁ ଏସିଆନ ମାଟିରେ ଟେଷ୍ଟ ସିରିଜ୍‌ ଜିତିଛି। ଶେଷଥର ପାଇଁ ଇଂଲଣ୍ଡ ୨୦୦୫ରେ ପାକିସ୍ତାନକୁ ଟେଷ୍ଟ ସିରିଜ ଖେଳିବାକୁ ଯାଇଥିଲା। ସେହିପରି ୨୦୦୦ ମସିହାରେ ଇଂଲଣ୍ଡ ଶେଷଥର ପାଇଁ ପାକିସ୍ତାନରେ କୌଣସି ଟେଷ୍ଟ ସିରିଜ ଜିତିଥିଲା।

୧୯୫୯ ପରେ ପାକିସ୍ତାନ ନିଜ ମାଟିରେ କ୍ରମାଗତ ଦୁଇଟି ଟେଷ୍ଟ ମ୍ୟାଚ୍‌ ହାରିଛି। ସେହିପରି ଷ୍ଟୋକ୍ସ ଓ ଇଂଲଣ୍ଡର ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଯୋଡ଼ି ଶେଷ ୯ ଟେଷ୍ଟରୁ ୮ଟିରେ ଜିତି ସାରିଲେଣି।

ପାକିସ୍ତାନ ଟେଷ୍ଟ ସିରିଜ୍‌ରେ ୨-୦ରେ ପଛୁଆ ରହିଛି। ଏବେ ୧୭ ଡିସେମ୍ବରରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story