ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ସାଉଥାମ୍ପଟନରେ ହେବ। ବୁଧବାର ଆଇସିସି ଏ ନେଇ ଆନୁଷ୍ଠାନିକ ଘୋଷଣା କରିଛି। ପୂର୍ବରୁ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ମଇଦାନରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବାୟୋ ବବଲ୍ ସୁରକ୍ଷାକୁ ଆଖି ଆଗରେ ରଖି ଭେନ୍ୟୁକୁ ବଦଳା ଯାଇଛି।
ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସହ ବିଚାର ବିମର୍ଶ କରିବା ପରେ ଆଇସିସି ଏହି ନିଷ୍ପତ୍ତି ନେଇଛି। ଏହି ଚର୍ଚ୍ଚାରେ ସମସ୍ତ ବିକଳ୍ପ ଉପରେ ଆଲୋଚନା ହୋଇଥିଲା। ବ୍ରିଟେନରେ ଏବେ କରୋନାର ନୂଆ ଷ୍ଟ୍ରେନ୍ ଆତଙ୍କ ଖେଳାଇଛି। ତେଣୁ ଯେଉଁ ସ୍ଥାନରେ କୋଭିଡ-୧୯ର ସବୁଠାରୁ କମ୍ ମାମଲା ଅଛି, ସେହିଠାରେ ହିଁ ମ୍ୟାଚ୍ ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି।
ଏହି ଭେନ୍ୟୁରେ ବିଶ୍ୱସ୍ତରୀୟ କ୍ରୀଡ଼ା ଓ ପ୍ରଶିକ୍ଷଣ ସୁବିଧା ରହିଛି, ଯାହାଦ୍ୱାରା ଉଭୟ ଦଳକୁ ସବୁଠାରୁ ଭଲ ବାତାବରଣ ମିଳିବ। ଏହାଛଡ଼ା ଉଭୟ ଦଳକୁ ଉକ୍ତ ଗ୍ରାଉଣ୍ଡରେ ଭଲ ପ୍ରସ୍ତୁତି ପାଇଁ ସୁବିଧା ମିଳିବ। ଫାଇନାଲରେ କିଛି ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବ, କିନ୍ତୁ ଏପର୍ଯ୍ୟନ୍ତ ଷ୍ଟାଡିୟମରେ କେତେ ପ୍ରତିଶତ ଦର୍ଶକ ଉପସ୍ଥିତ ରହିବେ, ତାହା ଆଇସିସି ସ୍ପଷ୍ଟ କରିନାହିଁ।
ନିକଟରେ ବିସିସିଆଇ ଅଧ୍ୟକ୍ଷ ଓ ଭାରତର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ସାଉଥାମ୍ପଟନରେ ଫାଇନାଲୋ ଖେଳାଯିବା କଥା କହିଥିଲେ। ସାଉଥାମ୍ପଟନ ଷ୍ଟାଡିୟମ ପରିସରରେ ପଞ୍ଚତାରକା (ହୋଟେଲ) ସୁବିଧା କାରଣରୁ ଆଇସିସି ଓ ଇସିବି ପକ୍ଷେ ଉଭୟ ଦଳର ବାୟୋ-ବବଲ (ଜୈବ ସୁରକ୍ଷା) ପ୍ରସ୍ତୁତ କରିବା ସହଜ ହେବ। ଏଥିପାଇଁ ଏହି ଗ୍ରାଉଣ୍ଡକୁ ଚୟନ କରାଯାଇଛି।
ନିକଟରେ ଭାରି ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତି ନେଇଥିଲା। ଏହାସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ତାଲିକାର ପ୍ରଥମ ସ୍ଥାନ ହାସଲ କରି ଫାଇନାଲ ଟିକେଟ୍ କାଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।