ପ୍ରତିଶୋଧ ନେବ କି ଶ୍ରୀଲଙ୍କା? ଶ୍ରେୟସଙ୍କ ଛଡ଼ା ଆଉ କେହି ତିଷ୍ଠି ପାରିଲେନି

ବେଙ୍ଗାଲୁରୁ: ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ପରାଜିତ ହୋଇଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେବାକୁ ପୂରା ପ୍ରସ୍ତୁତ ହୋଇ ଆସିଛି କି? ବେଙ୍ଗାଲୁରୁରେ ଆଜି ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଭାରତର ପ୍ରଥମ ଇନିଂସକୁ ଦେଖିଲେ ଲାଗୁଛି ବଦ୍‌ଲା ମୁଡ୍‌ରେ ରହିଛି ଭ୍ରମଣକାରୀ ଦଳ। ଦଳର ବୋଲିଂ ସାମ୍ନାରେ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନାହାନ୍ତି। ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ୫୭୪ ରନ୍ କରିଥିବା ଭାରତୀୟ […]

India

India

Jitendra Garnayak
  • Published: Saturday, 12 March 2022
  • Updated: 12 March 2022, 09:04 PM IST

Sports

Latest News

ବେଙ୍ଗାଲୁରୁ: ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ପରାଜିତ ହୋଇଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେବାକୁ ପୂରା ପ୍ରସ୍ତୁତ ହୋଇ ଆସିଛି କି? ବେଙ୍ଗାଲୁରୁରେ ଆଜି ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଭାରତର ପ୍ରଥମ ଇନିଂସକୁ ଦେଖିଲେ ଲାଗୁଛି ବଦ୍‌ଲା ମୁଡ୍‌ରେ ରହିଛି ଭ୍ରମଣକାରୀ ଦଳ। ଦଳର ବୋଲିଂ ସାମ୍ନାରେ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନାହାନ୍ତି। ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ୫୭୪ ରନ୍ କରିଥିବା ଭାରତୀୟ ଦଳ ଆଜି ମାତ୍ର ୨୫୨ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆକୁ ଦ୍ୱିତୀୟ ଓଭରରେ ହିଁ ଲାଗିଥିଲା ପ୍ରଥମ ଝଟକା। ରନ୍ ଆଉଟ୍ ହୋଇଥିଲେ ଓପନର ମୟଙ୍କ ଅଗ୍ରୱାଲ୍। ସେ ମାତ୍ର ୪ ରନ୍ କରିଥିଲେ। ଏହା ପରେ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ହନୁମା ବିହାରୀ। କିନ୍ତୁ ଏଥର ବି ଫେଲ୍ ମାରିଲେ ଅଧିନାୟକ ରୋହିତ ଶର୍ମା। ୧୦ମ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୨୫ଟି ବଲ୍‌ରୁ ୧୫ ରନ୍ କରିଥିବା ବେଳେ ଲସିଥ ଏମ୍ବୁଲଡେନିୟାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ତିନି ନମ୍ବରରେ ଆସିଥିବା ହନୁମା ବିହାରୀ ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ବେଶ୍ କିଛି ସମୟ ଧରି କ୍ରିଜ୍‌ରେ ରହିଥିଲେ। କିନ୍ତୁ ୨୬.୨ ଓଭରରେ ଭାରତ ହରାଇଥିଲା ତା’ର ତୃତୀୟ ୱିକେଟ୍। ଆଉଟ୍ ହୋଇଯାଇଥିଲେ ହନୁମା ବିହାରୀ। ସେ ୮୧ଟି ବଲ୍‌ରୁ ୩୧ ରନ୍ କରିଥିବା ବେଳେ ପ୍ରବୀଣ ଜୟବିକ୍ରମାଙ୍କ ବଲ୍‌ରେ ନିରୋଶାନ ଡିକୱେଲାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ପରବର୍ତ୍ତୀ ଓଭରରେ ଭାରତକୁ ଲାଗିଥିଲା ପୁଣି ଏକ ଝଟକା। ଦୁଇ ବର୍ଷରୁ ଅଧିକ ସମୟ ହେଲା ଶତକ ମାରି ନଥିବା ବିରାଟ କୋହଲି ପୁଣି ନିରାଶ କରି ମାତ୍ର ୨୩ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ସେ ଧନଞ୍ଜୟ ଡି’ସିଲଭାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଋଷଭ ପନ୍ଥ ୨୬ଟି ବଲ୍‌ରୁ ୩୯ ରନ୍‌ କରି ଲସିଥ ଏମ୍ବୁଲଡେନିୟାଙ୍କ ବଲ୍‌ରେ ବୋଲ୍ଡ ହୋଇଥିବା ବେଳେ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିବା ରବୀନ୍ଦ୍ର ଜାଡେଜା ଆଜି ମାତ୍ର ୪ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଲସିଥ ଏମ୍ବୁଲଡେନିୟାଙ୍କ ବଲ୍‌ରେ ଲାହିରୁ ଥିରିମାନେଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତେବେ ଶ୍ରେୟସ ଆୟର ଏକ ପ୍ରଶଂସନୀୟ ଇନିଂସ ଖେଳିଥିଲେ। କହିବାକୁ ଗଲେ ସେ ଭାରତର ସମ୍ମାନ ରଖି ଦେଲେ। ସେ ୯୮ଟି ବଲ୍‌ରୁ ୧୦ଟି ଚୌକା ଓ ୪ଟି ଛକା ସହାୟତାରେ ୯୨ ରନ୍ କରିଥିଲେ। ପ୍ରବୀଣ ଜୟବିକ୍ରମାଙ୍କ ବଲ୍‌ରେ ନିରୋଶାନ ଡିକ୍‌ୱେଲ୍ଲାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ଓ ମହମ୍ମଦ ଶାମି ଯଥାକ୍ରମେ ୧୩, ୯ ଓ ୫ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିଲେ ଓ ନଟ୍ ଆଉଟ୍ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଲସିଥ ଏମ୍ବୁଲଡେନିୟା ଓ ପ୍ରବୀଣ ଜୟବିକ୍ରମା ଯଥାକ୍ରମେ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଧନଞ୍ଜୟ ଡି’ସିଲ୍‌ଭା ୨ଟି ଓ ସୁରଙ୍ଗା ଲାକମଲ ଗୋଟିଏ ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ଇନିଂସ୍ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପ୍ରଥମ ଟେଷ୍ଟରେ ପରାସ୍ତ କରିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story