ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ୍‌ରେ ଆଗୁଆ, କ୍ରିଜରେ ରାହୁଲ୍ ଓ ଜାଡେଜା

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଛି। ତୃତୀୟ ଦିବସର ପ୍ରଥମ ସେସନ୍ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୧୯୧ ରନ୍ କରିଛି। ଭାରତ ଏବେ ୮ ରନରେ ଆଗୁଆ ରହିଛି। ଲୋକେଶ ରାହୁଲ୍ ୭୭ (୨୦୨ ବଲ, ୧୧ ଚୌକା) ଓ ରବୀନ୍ଦ୍ର ଜାଡେଜା ୨୭ (୫୩ ବଲ୍, ୪ ଚୌକା) ରନରେ ବ୍ୟାଟିଂ କରୁଛନ୍ତି। ଇଂଲଣ୍ଡର ୧୮୩ ରନ୍ ଜବାବରେ […]

india-vs-eng

india-vs-eng

Ranjit Kumar Jena
  • Published: Friday, 06 August 2021
  • Updated: 06 August 2021, 06:32 PM IST

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଛି। ତୃତୀୟ ଦିବସର ପ୍ରଥମ ସେସନ୍ ସୁଦ୍ଧା ଭାରତ ୫ ୱିକେଟ୍ ହରାଇ ୧୯୧ ରନ୍ କରିଛି। ଭାରତ ଏବେ ୮ ରନରେ ଆଗୁଆ ରହିଛି। ଲୋକେଶ ରାହୁଲ୍ ୭୭ (୨୦୨ ବଲ, ୧୧ ଚୌକା) ଓ ରବୀନ୍ଦ୍ର ଜାଡେଜା ୨୭ (୫୩ ବଲ୍, ୪ ଚୌକା) ରନରେ ବ୍ୟାଟିଂ କରୁଛନ୍ତି।

ଇଂଲଣ୍ଡର ୧୮୩ ରନ୍ ଜବାବରେ ଭାରତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିବସରେ ୪ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା। ତୃତୀୟ ଦିବସର ପ୍ରଥମ ସେସନରେ ବର୍ଷାର ଲୁଚକାଳି ଜାରି ରହିଛି। ଖେଳ ଆରମ୍ଭ ହେବାର କେଇଟା ବଲ୍ ପଡ଼ିବା ପରେ ବର୍ଷା ଆରମ୍ଭ ହୋଇଥିଲା। ଯେଉଁ କାରଣରୁ ପାଖାପାଖି ଘଣ୍ଟାଏ ଖେଳ ବିଳମ୍ବ ହୋଇଥିଲା। ବର୍ଷା ପରେ ପୁନର୍ବାର ମ୍ୟାଚ୍ ଆରମ୍ଭ ହୋଇଥିଲା। ୱିକେଟ୍ କିପର ଋଷଭ ପନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ।

ପନ୍ତ ବିଶେଷକରି ଓଲି ରବିନସନଙ୍କୁ ଆଟାକ୍ କରିଥିଲେ। ରବିନସନଙ୍କ ଗୋଟିଏ ଓଭରରେ ପନ୍ତ ଚୌକା ଓ ପରେ ଛକା ମାରିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ରବିନସନ୍ ପନ୍ତଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ। ଏଥିସହ ପନ୍ତ ୨୦ ବଲରେ ୨୫ (୩ ଚୌକା ଓ ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଏହା ପରେ ରାହୁଲଙ୍କୁ ସାଥ୍ ଦେଇଥିଲେ ଜାଡେଜା। ଜାଡେଜା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଭାରତକୁ ଆଉ କ୍ଷତି ହେବାକୁ ଦେଇନାହାନ୍ତି। ଦୁହେଁ ଅତିକମରେ ଭାରତକୁ ୨୫୦ ରନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।

ଏହା ପୂର୍ବରୁ ଦ୍ୱିତୀୟ ଦିବସର ଖେଳ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁ ଗୁରୁବାର ମାତ୍ର ୩୩.୪ ଓଭର ବୋଲିଂ ସମ୍ଭବ ହୋଇଥିଲା। ତେବେ ଦ୍ୱିତୀୟ ଦିବସ ସମ୍ପୂର୍ଣ୍ଣ ଭାବେ ଇଂଲଣ୍ଡ କବଜାରେ ରହିଥିଲା। ଇଂଲଣ୍ଡ ୧୫ ରନ୍ ଭିତରେ ୪ ୱିକେଟ୍ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। କିନ୍ତୁ ଏବେ ଭାରତ ପୁଣିଥରେ ଟ୍ରାକକୁ ଫେରିଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story