ହଂକଂକୁ ୪୦ ରନରେ ହରାଇ ଏସିଆ କପ ସୁପର ୪ରେ ଭାରତ

ଦୂବାଇ: ଅପେକ୍ଷାକୃତ ଦୁର୍ବଳ ହଂକଂକୁ ହରାଇ ଏସିଆ କପ୍‌ର ସୁପର ୪ରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ୨୬ ବଲରେ ୬୮ ଓ ବିରାଟ କୋହଲିଙ୍କ ୫୯ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଥିଲା। ଏହାର ଜବାବରେ ହଂକଂ ଭଲ ବ୍ୟାଟିଂ କରିଥିଲେ ମଧ୍ୟ କେବଳ ୫ ୱିକେଟ କେବଳ ୧୫୨ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍‌କୁ ଭାରତ ୪୦ […]

jadeja

jadeja

Hemant Lenka
  • Published: Wednesday, 31 August 2022
  • Updated: 31 August 2022, 10:58 PM IST

Sports

Latest News

ଦୂବାଇ: ଅପେକ୍ଷାକୃତ ଦୁର୍ବଳ ହଂକଂକୁ ହରାଇ ଏସିଆ କପ୍‌ର ସୁପର ୪ରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ସୂର୍ଯ୍ୟ କୁମାର ଯାଦବଙ୍କ ବିସ୍ଫୋରକ ୨୬ ବଲରେ ୬୮ ଓ ବିରାଟ କୋହଲିଙ୍କ ୫୯ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଥିଲା। ଏହାର ଜବାବରେ ହଂକଂ ଭଲ ବ୍ୟାଟିଂ କରିଥିଲେ ମଧ୍ୟ କେବଳ ୫ ୱିକେଟ କେବଳ ୧୫୨ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍‌କୁ ଭାରତ ୪୦ ରନରେ ଜିତି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା।

ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଅଧିନାୟକ ରୋହିତ ଶର୍ମା (୨୧) ଓ କେଏଲ ରାହୁଲ (୩୬)ଙ୍କୁ ୯୪ ରନରେ ହରାଇଥିଲା। ହେଲେ ତୃତୀୟ ୱିକେଟ ପାଇଁ ବିରାଟ ଓ ସୂର୍ଯ୍ୟ ଅପରାଜିତ ୯୮ ରନର ଭାଗିଦାରୀ କରି ଦଳକୁ ୧୯୨ ରନରେ ପହଞ୍ଚାଇଥିଲେ।

୧୯୩ ରନର ଟାର୍ଗେଟ ପାଇଥିବା ହଂକଂ ୧୨ ରନରେ ୟାସିମ ମୋର୍ତାଜାଙ୍କୁ ହରାଇଥିଲା। ତାଙ୍କ ୱିକେଟ ଅର୍ଶଦୀପ ସିଂହ ନେଇଥିଲେ। ଦ୍ୱିତୀୟ ୱିକେଟ ପାଇଁ ଅଧିନାୟକ ନଜାକତ ଖାନ(୧୦) ଓ ବାବର ହାୟତ(୪୧) ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୫୧ରେ ପହଞ୍ଚାଇଥିଲେ। ହେଲେ ନଜାକତ ରନ ଆଉଟ ହେବା ପରେ ଦଳର ସ୍କୋରିଂ ହାର କମି ଯାଇଥିଲା। ୩ୟ ୱିକେଟ ପାଇଁ ବାବରଙ୍କ ସହ କିଞ୍ଚିତ ଶାହ ୨୩ ରନ ଯୋଡ଼ିଥିଲେ।

ରବୀନ୍ଦ୍ର ଜାଡେଜା ୪୧ ରନ କରିଥିବା ବାବର ହାୟତଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଏଜାଜ ଖାନ(୧୪) ଅଭେଶ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୧୧୬ ଥିବା ବେଳେ କିଞ୍ଚିତ ଶାହ(୩୦)ଙ୍କୁ ଭୁବନେଶ୍ୱର କୁମାର ଆଉଟ କରି ହଂକଂଙ୍କୁ ୫ମ ଝଟକା ଦେଇଥିଲେ। ଭାରତ ଆଜି ୫ ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା।

ଆଭେଶ ଖାନ ଓ ଅର୍ଶଦୀପ ମହଙ୍ଗା ସାବ୍ୟସ୍ତ ହେବାରୁ ଇନିଂସର ୧୬ତମ ଓଭର ବିରାଟ କୋହଲି ପକାଇଥିଲେ। ସେ ଅଧିନାୟକ ରୋହିତଙ୍କୁ ନିରାଶ ନ କରି କେବଳ ୬ ରନ ଦେଇଥିଲେ। ତେବେ ୧୯ତମ ଓଭରରେ ଆଭେଶ ଖାନ ୨୧ ରନ ଖର୍ଚ୍ଚ କରିବା ସମସ୍ତଙ୍କୁ ନିରାଶ କରିଥିଲା। ଶେଷ ଓଭରରେ ହଂକଂକୁ ଜିତିବା ପାଇଁ ୫୩ ରନ ଦରକାର ଥିବା ବେଳେ ଅର୍ଶଦୀପ ସିଂହ ବୋଲିଂ କରିବାକୁ ଆସିଥିଲେ। ସେ ମୋଟ ୧୨ ରନ ଦେଇ ହଂକରୁ ୧୫୨.୫ରେ ଅଟକାଇ ଦେଇଥିଲେ। ଏଥିସହ ଭାରତ ୪୦ ରନରେ ମ୍ୟାଚ ଜିତି ସୁପର ୪ରେ ସ୍ଥାନ ପକ୍କା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story