ଆୟର୍ଲ୍ୟାଣ୍ଡ ବିପକ୍ଷରେ ଟସ୍ ଜିତିଲା ଭାରତ, ଦଳରେ ୩ ପରିବର୍ତ୍ତନ

ଡବଲିନ: ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତିଛି ଟିମ୍‌ ଇଣ୍ଡିଆ। ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ମ୍ୟାଚ୍‌କୁ ଜିତି ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଆଜି ମ୍ୟାଚ୍‌ ଜିତିଲେ ଦଳ ୨-୦ରେ ସିରିଜ୍ କବଜା କରିବ। ଆଜି ଦଳରେ ୩ଟି ପରିବର୍ତ୍ତନ କରାଯାଇଛି। ଆହତ ଯୋଗୁ ଋତୁରାଜ ଗାଏକ୍ୱାଡ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ବଦଳରେ ସଞ୍ଜୁ ସାମସନ […]

Toss

Toss

Hemant Lenka
  • Published: Tuesday, 28 June 2022
  • Updated: 28 June 2022, 08:49 PM IST

Sports

Latest News

ଡବଲିନ: ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଟସ୍‌ ଜିତିଛି ଟିମ୍‌ ଇଣ୍ଡିଆ। ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ମ୍ୟାଚ୍‌କୁ ଜିତି ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଆଜି ମ୍ୟାଚ୍‌ ଜିତିଲେ ଦଳ ୨-୦ରେ ସିରିଜ୍ କବଜା କରିବ।

ଆଜି ଦଳରେ ୩ଟି ପରିବର୍ତ୍ତନ କରାଯାଇଛି। ଆହତ ଯୋଗୁ ଋତୁରାଜ ଗାଏକ୍ୱାଡ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ବଦଳରେ ସଞ୍ଜୁ ସାମସନ ସୁଯୋଗ ପାଇଛନ୍ତି। ସେହିପରି ଆଭେଶ ଖାନଙ୍କ ବଦଳରେ ହର୍ଷଲ ପଟେଲ ଓ ୟୁଜବେନ୍ଦର ଚହଲଙ୍କ ବଦଳରେ ରବି ବିଷ୍ଣୋଇ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ଏହାର ଅର୍ଥ ରାହୁଲ ତ୍ରିପାଠୀ ଓ ଅର୍ଶଦୀପ ସିଂହ ଭାରତ ପାଇଁ ଡେବ୍ୟୁ କରିବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ଉମ୍ରାନ ମଲିକ ଗତ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ମଧ୍ୟ କେବଳ ଗୋଟିଏ ଓଭର ବୋଲିଂ କରିଥିଲେ। ଆଜି ତାଙ୍କୁ ପୁଣି ଗୋଟିଏ ସୁଯୋଗ ମିଳିଛି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମଥର ପାଇଁ କୌଣସି ସିରିଜ ଖେଳୁଛି। ତେଣୁ ଏହି ସିରିଜ୍‌ ଜିତିଲେ ପାଣ୍ଡ୍ୟା ମଧ୍ୟ ଏକାଧିକ ରେକର୍ଡର ଅଧିକାରୀ ହେବେ।

ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ୧୨ ଓଭର ବିଶିଷ୍ଟ ହୋଇଥିଲେ। କିନ୍ତୁ ଆଜି ଡବଲିନରେ ପାଗ ଶୁଖିଲା ରହିଛି। ଏଥିପାଇଁ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ଆୟର୍ଲ୍ୟାଣ୍ଡ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଗ୍ରେଗ ୟଙ୍ଗ ଆଜି ନିଜର ୫୦ତମ ଟି-୨୦ ମୁକାବିଲା ଖେଳିବାକୁ ମୈଦାନକୁ ଓହ୍ଲାଉନ୍ତି। ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos