କରୋନା ପାଇଁ ବାତିଲ ହେବ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର!

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ଉପରେ ମହାମାରୀ କରୋନାର କୁପ୍ରଭାବ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ଆଫ୍ରିକାରେ ଏବେ କରୋନାର ମାରାତ୍ମକ B.1.1.529 ଭାରିଏଣ୍ଟ ଠାବ ହୋଇଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ପ୍ରକଟ ପାଇଥିବା ବେଳେ ଡିସେମ୍ବର ମାସରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର ଆରମ୍ଭ ହେବ। ସିନିୟର ଟିମର ଦକ୍ଷିଣ ଆଫ୍ରିକା ଟୁର ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଣ୍ଡିଆ ଏ ଟିମ ସେଠାରେ ରହିଛି। ଦକ୍ଷଣି […]

Team-India

Team-India

Hemant Lenka
  • Published: Friday, 26 November 2021
  • Updated: 26 November 2021, 08:12 PM IST

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ଉପରେ ମହାମାରୀ କରୋନାର କୁପ୍ରଭାବ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ଆଫ୍ରିକାରେ ଏବେ କରୋନାର ମାରାତ୍ମକ B.1.1.529 ଭାରିଏଣ୍ଟ ଠାବ ହୋଇଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତା ପ୍ରକଟ ପାଇଥିବା ବେଳେ ଡିସେମ୍ବର ମାସରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର ଆରମ୍ଭ ହେବ।

ସିନିୟର ଟିମର ଦକ୍ଷିଣ ଆଫ୍ରିକା ଟୁର ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ବେଳେ ଏବେ ଇଣ୍ଡିଆ ଏ ଟିମ ସେଠାରେ ରହିଛି। ଦକ୍ଷଣି ଆଫ୍ରିକାରେ ଇଣ୍ଡିଆ ଏ’ ଟିମ ୩ଟି ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ଖେଳିବ। ଏବେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚାଲିଛି। ତେବେ ଏସବୁ ଭିତରେ ସିନିୟର ଟିମର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ନୂଆ ଭାରିଏଣ୍ଟ ଠାବ ହେବା କାରଣରୁ ଭାରତୀୟ ଟିମ୍ ସେଠାକୁ ଯିବ କି ନାହିଁ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିସିସିଆଇ ମଧ୍ୟ ଗସ୍ତ ସମ୍ପର୍କିତ ଗ୍ରୀନ ସିଗ୍ନାଲ ପାଇଁ ଭାରତ ସରକାରଙ୍କୁ ଅପେକ୍ଷା କରିଛି। ଭାରତ ସରକାର ଯଦି ଅନୁମତି ଦେବେ, ତା’ହେଲେ କଡ଼ା ସୁରକ୍ଷା ମଧ୍ୟରେ ଟିମ ଇଣ୍ଡିଆର ସଦସ୍ୟମାନେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ନ ହେଲେ ଏହାକୁ ବାତିଲ କରାଯିବ।

ଟିମ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ସହ ଟେଷ୍ଟ ସିରିଜ୍‌ ଖେଳୁଛି। ଏହି ସିରିଜ୍‌ର ୨ଟି ଯାକ ମ୍ୟାଚ୍‌ ଶେଷ ହେବା ପରେ ଦଳ ଡିସେମ୍ବର ୮ରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିବ। କରୋନା ଜନିତ ବିପଦ ଓ ନୂଆ ଭାରିଏଣ୍ଟ ପାଇଁ ବିସିସିଆଇ ଇଣ୍ଡିଆ ଏ’ ସହ ଥିବା କିଛି ସଦସ୍ୟଙ୍କୁ ଦକ୍ଷିଣ ଆଫ୍ରିକାରେ ହିଁ ରଖିବାକୁ ଲକ୍ଷ୍ୟ ରଖିଛି। ତେବେ ସବୁ କିଛି ଭାରତ ସରକାରଙ୍କ ଅନୁମତି ଉପରେ ନର୍ଭର କରୁଛି।

ସେହିପରି ଦକ୍ଷିଣ ଆଫ୍ରିକାର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ବ୍ୟାପୁଇଥିବାରୁ ସେଠାକାର ସରକାର ଶଟଡାଉନ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଘନଘନ ବୈଠକ ମଧ୍ୟ ଚାଲିଛି। ଯଦି ସରକାର ଶଟଡାଉନ ଲାଗୁ କରନ୍ତି, ତା’ହେଲେ ଦକ୍ଷିଣ ଆଫ୍ରିକାର ଘରୋଇ କ୍ରିକେଟ ସିଜିନ ବନ୍ଦ ହୋଇଯିବ। ତେଣୁ ଦିନ କି ଦୁଇ ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ଏହାବାଦ ନେଦରଲାଣ୍ଡସ ମଧ୍ୟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଫ୍ରିକା ଟୁର କରିବ କି ନାହିଁ, ସେ ସମ୍ପର୍କରେ ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ମାରାତ୍ମକ B.1.1.529 ଭାରିଏଣ୍ଟ ଠାବ ହୋଇଛି। ଏବେ ପୂରା ବିଶ୍ୱର ବୈଜ୍ଞାନିକମାନେ ଏହି ଭାରିଏଣ୍ଟକୁ ନେଇ ସମୀକ୍ଷା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି B.1.1.529 ଭାରିଏଣ୍ଟ ଅତ୍ୟନ୍ତ ମାରାତ୍ମକ। ମ୍ୟୁଟେସନ ହେବାର କ୍ଷମତା ଏହା ପାଖରେ ରହିଛି।

ସେହିପରି ଟିକାକୁ ମଧ୍ୟ ମାତ ଦେବାକୁ ଏହି ଭାରିଏଣ୍ଟ ସକ୍ଷମ ବୋଲି ଅନେକ ମତ ଦେଉଛନ୍ତି। କାରଣ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକମାନେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଦକ୍ଷିଣ ଆଫ୍ରିକାରେ ୧୦୦ରୁ ଅଧିକ B.1.1.529 ଭାରିଏଣ୍ଟ ଜନିତ କେସ୍‌ ଠାବ ହୋଇଛି। ତେଣୁ ସମସ୍ତଙ୍କ ମନରେ ଛନକା ପ୍ରକାଶ ପାଇଛି।

ଟିମ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ୧୭ ତାରିଖରୁ ଜୋହାନ୍ସବର୍ଗରେ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବକ୍ସିଂ ଡେ’ ଟେଷ୍ଟ ସେଞ୍ଚୁରିଆନ ଓ ଶେଷ ଟେଷ୍ଟ ମ୍ୟାଚ୍‌ଟି ଜାନୁଆରୀ ୩ରୁ କେପ ଟାଉନରେ ଖେଳାଯିବ। ଏହାପରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story