ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଗୋଟିଏ ସ୍ଥାନ ଉପରକୁ ଉଠିଲେ ବୁମ୍ରା, ଖସିଲେ ଅଶ୍ୱିନ

ଦୁବାଇ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଆଉ ଏକ ସଫଳତା ମିଳିଛି। ଆଜି ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଗୋଟିଏ ସ୍ଥାନ ଉପରକୁ ଉଠି ବୁମ୍ରା ୯ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟର ଦୁଇଟି ଯାକ ଇନିଂସ୍‌ରେ ବୁମ୍ରା ୪ଟି ୱିକେଟ ନେଇଥିଲେ। ଏହାକୁ ମିଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ୱିକେଟ ସଂଖ୍ୟା ୧୮ରେ […]

Jasprit-Bumrah

Jasprit-Bumrah

Hemant Lenka
  • Published: Wednesday, 08 September 2021
  • Updated: 08 September 2021, 09:13 PM IST

Sports

Latest News

ଦୁବାଇ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଆଉ ଏକ ସଫଳତା ମିଳିଛି। ଆଜି ଆଇସିସି ପକ୍ଷରୁ ପ୍ରକାଶିତ ଟେଷ୍ଟ ବୋଲିଂ ରାଙ୍କିଙ୍ଗର ଗୋଟିଏ ସ୍ଥାନ ଉପରକୁ ଉଠି ବୁମ୍ରା ୯ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟର ଦୁଇଟି ଯାକ ଇନିଂସ୍‌ରେ ବୁମ୍ରା ୪ଟି ୱିକେଟ ନେଇଥିଲେ। ଏହାକୁ ମିଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ତାଙ୍କ ୱିକେଟ ସଂଖ୍ୟା ୧୮ରେ ପହଞ୍ଚି ଯାଇଛି। ଏବେ ସେ ସିରିଜ୍‌ର ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ରହିଛନ୍ତି।

୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ବୁମ୍ରା ଦମଦାର ପ୍ରଦର୍ଶନ କରିଥିବାରୁ ଟେଷ୍ଟ ରାଙ୍କିଙ୍ଗରେ ତାଙ୍କ ପଏଣ୍ଟ ୭୭୧ରେ ପହଞ୍ଚି ଯାଇଛି। ଏଥିସହ ସେ ଏବେ ଜେସନ ହୋଲ୍ଡରଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବ ଭଳି ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ, ଦ୍ୱିତୀୟରେ ରବି ଅଶ୍ୱିନ ଓ ତୃତୀୟରେ ଟିମ ସାଉଦି ରହିଛନ୍ତି। ୪ର୍ଥ ଟେଷ୍ଟରେ ଇଂଲଣ୍ଡ ଟିମକୁ କମବ୍ୟାକ୍‌ କରିଥିବା କ୍ରିସ ୱକ୍ସ ୭ଟି ୱିକେଟ ନେଇ ଅଲରାଉଣ୍ଡର ରାଙ୍କିଙ୍ଗର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ତେବେ ଜେମ୍ସ ଆଣ୍ଡରସନ ୨ଟି ସ୍ଥାନ ଦଳକୁ ଖସି ବୋଲିଂ ରାଙ୍କିଙ୍ଗର ୭ମରେ ରହିଛନ୍ତି।

ଅନ୍ୟପକ୍ଷରେ ଅଲରାଉଣ୍ଡର ରାଙ୍କିଙ୍ଗରେ ଅଶ୍ୱିନ ୫ନଂ ସ୍ଥାନକୁ ଖସି ଯାଇଛନ୍ତି। ଏଯାଏ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ତାଙ୍କୁ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନି। ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କ ଉପରେ ମ୍ୟାନେଜମେଣ୍ଟ ଅଧିକ ଭରସା ଦେଖାଇଛି। ଫଳରେ ଅଶ୍ୱିନ ଏବେ ଅଲରାଉଣ୍ଡର ତାଲିକାର ୫ମକୁ ଖସି ଯାଇଛନ୍ତି। ପୂର୍ବରୁ ସେ ୪ନଂ ସ୍ଥାନରେ ଥିଲେ।

ବ୍ୟାଟସମ୍ୟାନ ତାଲିକାରେ ଆଖି ଦୃଶିଆ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ରୋହିତ ଶର୍ମା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପଏଣ୍ଟ ହାସଲ କରି ପୂର୍ବଭଳି ୫ମ ସ୍ଥାନରେ ରହିଛନ୍ତି। ରୋହିତଙ୍କ ପାଖରେ ୮୧୩ ପଏଣ୍ଟ ଥିବା ବେଳେ ବିରାଟ କୋହଲି ୭୮୩ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି।

ପୂର୍ବଭଳି ଜୋ ରୁମ ୯୦୩ ପଏଣ୍ଟ ସହ ୧ନଂ ସ୍ଥାନରେ, ୯୦୧ ପଏଣ୍ଟ ସହ କେନ୍‌ ୱିଲିୟମସନ ଦ୍ୱିତୀୟ ସ୍ଥାନରେ ଓ ୮୯୧ ପଏଣ୍ଟ ସହ ଷ୍ଟିଭ ସ୍ମିଥ ୩ୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story