ବିଶ୍ୱକପରେ ଆର୍ଜେଣ୍ଟିନା ପାଇଁ ରେକର୍ଡ କଲେ ମେସି

ଦୋହା: ସମ୍ଭବତଃ ନିଜ ଫୁଟବଲ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଲିଓନେଲ ମେସି ଆଜେଣ୍ଟିନା ପାଇଁ ରେକର୍ଡ କରିଛନ୍ତି। ଚଳିତ ବର୍ଷ କତାରରେ ଖେଳାଯାଉଥିବା ଫିଫା ଫୁଟବଲ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ମେସିଙ୍କ ଆର୍ଜେଣ୍ଟିନା ୩-୦ରେ ୨୦୧୮ର ରନର୍ସ ଅପ କ୍ରୋଏସିଆକୁ ହରାଇଛି। ଏହି ମ୍ୟାଚ୍‌ରେ ମେସି ମଧ୍ୟ ଗୋଟିଏ ଗୋଲ ସ୍କୋର କରିଛନ୍ତି। ସେହିପରି ଆଉ ଗୋଟିଏ ଗୋଲରେ ସେ ସହଯୋଗ କରିଛନ୍ତି। ତେବେ ସେ କ୍ରୋଏସିଆ ବିପକ୍ଷରେ ଗୋଲ ଦେବା ପରେ ଆର୍ଜେଣ୍ଟିନା […]

messi1

messi1

Hemant Lenka
  • Published: Wednesday, 14 December 2022
  • Updated: 14 December 2022, 12:53 PM IST

Sports

Latest News

ଦୋହା: ସମ୍ଭବତଃ ନିଜ ଫୁଟବଲ କ୍ୟାରିୟରର ଶେଷ ବିଶ୍ୱକପ ଖେଳୁଥିବା ଲିଓନେଲ ମେସି ଆଜେଣ୍ଟିନା ପାଇଁ ରେକର୍ଡ କରିଛନ୍ତି। ଚଳିତ ବର୍ଷ କତାରରେ ଖେଳାଯାଉଥିବା ଫିଫା ଫୁଟବଲ ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ମେସିଙ୍କ ଆର୍ଜେଣ୍ଟିନା ୩-୦ରେ ୨୦୧୮ର ରନର୍ସ ଅପ କ୍ରୋଏସିଆକୁ ହରାଇଛି।

ଏହି ମ୍ୟାଚ୍‌ରେ ମେସି ମଧ୍ୟ ଗୋଟିଏ ଗୋଲ ସ୍କୋର କରିଛନ୍ତି। ସେହିପରି ଆଉ ଗୋଟିଏ ଗୋଲରେ ସେ ସହଯୋଗ କରିଛନ୍ତି। ତେବେ ସେ କ୍ରୋଏସିଆ ବିପକ୍ଷରେ ଗୋଲ ଦେବା ପରେ ଆର୍ଜେଣ୍ଟିନା ପାଇଁ ବିଶ୍ୱକପରେ ରେକର୍ଡ ସୃଷ୍ଟି କରିଛନ୍ତି।

ବର୍ତ୍ତମାନ ମେସି ବିଶ୍ୱକପରେ ଆର୍ଜେଣ୍ଟିନା ପାଇଁ ସର୍ବାଧିକ ଗୋଲ ସ୍କୋର କରିଥିବା ଖେଳାଳି ହୋଇଯାଇଛନ୍ତି। ଏଥିସହ ଚଳିତ ବିଶ୍ୱକପରେ ୫ମ ଗୋଲ ସ୍କୋର କରି ସେ ଗୋଲଡେନ ବୁଟ ପାଇବା ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। ତାଙ୍କ ସହ ଏହି ଦୌଡ଼ରେ ଫ୍ରାନ୍ସର କାୟଲିଆନ ଏମବାପେ ମଧ୍ୟ ରହିଛନ୍ତି।

ମେସିଙ୍କ ପୂର୍ବରୁ ଆର୍ଜେଣ୍ଟିନା ପାଇଁ ବିଶ୍ୱକପରେ ଗାବ୍ରିଏଲ ବାଟିଷ୍ଟୁଟା ୧୦ଟି ଗୋଲ ସ୍କୋର କରିଥିଲେ। ସେ ୧୯୯୪, ୧୯୯୮ ଓ ୨୦୦୨ ବିଶ୍ୱକପରେ ଅଂଶ ଗ୍ରହଣ କରି ୧୦ଟି ଗୋଲ ଦେଇଥିଲେ।

ମେସି ଏଯାଏ ବିଶ୍ୱକପରେ ଆର୍ଜେଣ୍ଟିନା ପାଇଁ ୨୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୧୧ଟି ଗୋଲ ଦେଇଛନ୍ତି। ଏଥିସହ ସେ ହଙ୍ଗେରୀର ସାଣ୍ତୋର କୋସିସ୍‌ ଓ ଜର୍ମାନାର ଗୋଲ ମେସିନ ଜୁରଗେନ କ୍ଲିନସମାନ୍ନଙ୍କ ସମକକ୍ଷ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମେସି ଜର୍ମାନୀର ଲୋଥାର ମାଥୁହାସଙ୍କ ପରେ ବିଶ୍ୱକପରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି। ସେ ଏଯାଏ ୨୫ଟି ମ୍ୟାଚ୍‌ ଦେଶ ପାଇଁ ଖେଳି ସାରିଲେଣି। ଫାଇନାଲ ମ୍ୟାଚ ପାଇଁ ସେ ପଡ଼ିଆକୁ ଓହ୍ଲାଇବା କ୍ଷଣି ଏହି ସଂଖ୍ୟା ୨୬ରେ ପହଞ୍ଚି ଯିବ।

ଏବେ ଅଧିକ ଗୋଲ ସ୍କୋର କରିବା ତାଲିକାରେ ମେସିଙ୍କ ଉପରେ ପେଲେ(୧୨), ଜଷ୍ଟ ଫୋଣ୍ଟାଇନ(୧୩), ଗ୍ରେଡ ମୁଲ୍ଲର(୧୪), ବ୍ରାଜିଲର ରୋନାଲ୍ଡୋ(୧୫) ଓ ଜର୍ମାନୀର ମିରୋସ୍ଲାଭ କ୍ଲୋସେ(୧୬) ରହିଛନ୍ତି।

ମେସିଙ୍କ ପ୍ରଥମ ବିଶ୍ୱକପ ଗୋଲ ୨୦୦୬ରେ ଆସିଥିଲା। ଏହା ତାଙ୍କର ପ୍ରଥମ ବିଶ୍ୱକପ ଥିଲା। ସେ ସବଷ୍ଟିଚ୍ୟୁଟ ହୋଇ ଅସିବା ସହ ସବିୟା ବିରୋଧରେ ଗୋଲ ସ୍କୋର କରିଥିଲେ। ଏହାର ୪ ବର୍ଷ ପରେ ମେସି ଦ୍ୱିତୀୟ ବିଶ୍ୱକପ ଖେଳିଥିଲେ। କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲେ। ଆର୍ଜେଣ୍ଟିନା ମଧ୍ୟ କ୍ୱାର୍ଟର ଫାଇନାଲରେ ଜର୍ମାନୀ ଠାରୁ ୪-୦ରେ ହାରି ବିଶ୍ୱକପରୁ ବିଦାୟ ନେଇଥିଲା।

୨୦୧୪ରେ ମେସିଙ୍କ ଯାଦୁ ଚାଲିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ୩ ମ୍ୟାଚ୍‌ରେ ମେସି ୪ ଗୋଲ ସ୍କୋର କରିଥିଲେ। ଆର୍ଜେଣ୍ଟିନା ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଦଳ ପୁଣି ଜର୍ମାନୀ ଠାରୁ ହାରିଥିଲା। ୨୦୧୮ ବିଶ୍ୱକପରେ ସେ ଗୋଟିଏ ଗୋଲ ଦେଇଥିବା ବେଳେ ଏବେ ୨୦୨୨ ବିଶ୍ୱକପରେ ସେ ୫ ଗୋଲ ସ୍କୋର କରିସାରିଲେଣି। ଆର୍ଜେଣ୍ଟିନା ପାଇଁ ମୋଟ ୧୬୯ଟି ମ୍ୟାଚ ଖେଳିଥିବା ମେସି ୯୪ଟି ଗୋଲ ଦେଇଛନ୍ତି।

ମେସି ଚଳିତ ବିଶ୍ୱକପ ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ। ତେଣୁ ଦଳ ତାଙ୍କୁ ବିଜୟ ସହ ବିଦାୟ ଜଣାଇବାକୁ ଲକ୍ଷ୍ୟ ରଖିଛି। ୨୦୧୪ରେ ମଧ୍ୟ ମେସିଙ୍କ ଆର୍ଜେଣ୍ଟିନା ଫିଫା ଫୁଟବଲ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଦଳକୁ ୧-୦ରେ ଜର୍ମାନୀ ଠାରୁ ହାରିବାକୁ ପଡ଼ିଥିଲା।

ଏବେ ପୁଣିଥରେ ଦଳ ପାଖରେ ବିଶ୍ୱକପ ଜିତିବାର ସୁଯୋଗ ସୃଷ୍ଟି ହୋଇଛି। ୧୯୮୬ରେ ମାରାଡୋନା ଶେଷଥର ପାଇଁ ଆର୍ଜେଣ୍ଟିନାକୁ ବିଶ୍ୱକପ ବିଜେତା କରିଥିଲେ। ହେଲେ ଏହାପରେ ଦଳ ଆଉ ବିଶ୍ୱକପ ଜିତିନି। ଯଦି କତାରରେ ଦଳ ବିଶ୍ୱକପ ଜିତିବ, ତା’ହେଲେ ତୃତୀୟ ଥର ପାଇଁ ବିଶ୍ୱ ବିଜେତା ହେବ।

ବ୍ରାଜିଲ ସର୍ବାଧିକ ୫ଥର ବିଶ୍ୱକପ ଜିତିଥିବା ବେଳେ ଇଟାଲୀ ୪ଥର ଓ ଜର୍ମାନୀ ୪ଥର ବିଶ୍ୱକପ ଜିତିଛନ୍ତି। ‍ଫ୍ରାନ୍ସ ଓ ଆର୍ଜେଣ୍ଟିନା ୨ଥର ବିଶ୍ୱ ବିଜେତା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story