କାନ୍ଦି କାନ୍ଦି କ୍ରିକେଟ୍କୁ ଗୁଡବାଏ କହିଲେ ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ: ଭାରତର ପୂର୍ବତନ ୱିକେଟ୍ କିପରବ ବ୍ୟାଟ୍ସମ୍ୟାନ୍ ନମନ ଓଝା କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ସୋମବାର ସନ୍ଧ୍ୟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଅବସର ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ତାଙ୍କ ଆଖିରୁ ଛଳ ଛଳ ଲୁହ ବୋହିଥିଲା। ୩୭ ବର୍ଷୀୟ ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ କହିଛନ୍ତି, ସେ ଆଉ ନିଜର ଅନ୍ତର୍ଜାତୀୟ କ୍ରିକେଟକୁ ଆଗକୁ ବଢ଼ାଇବେ ନାହିଁ। ତାଙ୍କୁ ଅଣ୍ଟାରେ ଯନ୍ତ୍ରଣା ଲଗାତର ସମସ୍ୟାରେ ପକାଉଛି। ଏହାସହ ସେ ନିଜ ପରିବାରକୁ ସମୟ ଦେବା ପାଇଁ ଏହି ବଳିଷ୍ଠ ନିଷ୍ପତ୍ତି ନେଇଛନ୍ତି।
ନମନ ମଧ୍ୟ ପ୍ରଦେଶର ମଧ୍ୟ ପ୍ରଦେଶର ରତଲାମ ସହରରେ ରୁହନ୍ତି। ନମନ ଭାରତ ପକ୍ଷରୁ ତିନୋଟି ଯାକ ଫର୍ମାଟ୍ ଅର୍ଥାତ୍ ଟେଷ୍ଟ, ଦିନିକିଆ ଓ ଟି-୨୦ କ୍ରିକେଟ୍ ଖେଳିଛନ୍ତି। ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ୨୦୧୦ରେ ଜିମ୍ବାୱେ ଗସ୍ତ ପାଇଁ ଭାରତ ପକ୍ଷରୁ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଥିଲା। ସେହି ଗସ୍ତରେ ସେ ଗୋଟିଏ ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବା ପରେ ଟିମରୁ ବାଦ୍ ପଡ଼ିଥିଲେ।
Naman ojha couldn't control his tears while announcing his retirement pic.twitter.com/akLBxpoCeG
— K I R A N 🇮🇳 (@Kiran_reddy_k) February 15, 2021
ସେ ଭାରତ ପକ୍ଷରୁ ଓଭରଅଲ୍ ଗୋଟିଏ ଦିନିକିଆ ଖେଳି ୧ ଓ ୨ଟି ଟି-୨୦ ମ୍ୟାଚରେ ୧୨ ରନ୍ କରିଛନ୍ତି। ଏହା ପରେ ଇଣ୍ଡିଆ-ଏ’ର ଅଷ୍ଟ୍ରେଲିଆ ଗସ୍ତରେ ଲଗାତର ଦୁଇଟି ଦ୍ୱିଶତକ ମାରିବା ପରେ ନମନଙ୍କୁ ଭାରତ ପକ୍ଷରୁ ଏକମାତ୍ର ଟେଷ୍ଟରେ ପଦାର୍ପଣ କରିବା ପାଇଁ ସୁଯୋଗ ମିଳିଥିଲା। ସେ ଗୋଟିଏ ଟେଷ୍ଟରେ ୫୬ ରନ୍ କରିଛନ୍ତି। ଏହାବ୍ୟତୀତ ସେ ଟେଷ୍ଟରେ ୪ଟି କ୍ୟାଚ୍ ଓ ଗୋଟିଏ ଷ୍ଟମ୍ପ କରିଛନ୍ତି।
#namanojharetires pic.twitter.com/80YGIzXk9l
— ANOOP DEV (@AnoopCricket) February 15, 2021
ନମନ ମାତ୍ର ୧୭ ବର୍ଷ ବୟସରେ ମଧ୍ୟ ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଦୁଇ ଦଶନ୍ଧି ଧରି ଘରୋଇ କ୍ରିକେଟର ଅନ୍ୟତମ ସବୁଠାରୁ ସଫଳ ୱିକେଟକିପର ବ୍ୟାଟ୍ସମ୍ୟାନ୍। ଓପନିଂ ସହ କୌଣସି କ୍ରମରେ ବ୍ୟାଟିଂ କରିବା ଦକ୍ଷତା କାରଣରୁ ନମନ ଘରୋଇ କ୍ରିକେଟରେ ପ୍ରଚୁର ରନ୍ କରିଛନ୍ତି। ସେ ପ୍ରଥମଶ୍ରେଣୀ କ୍ରିକେଟରେ ୧୪୬ ମ୍ୟାଚ୍ ଖେଳି ୪୧.୪୬ ହାରରେ ୯୭୫୩ ରନ୍ କରିଛନ୍ତି, ଯେଉଁଥିରେ ୨୨ ଶତକ ଓ ୫୫ ଅର୍ଦ୍ଧଶତକ ସାମିଲ ଅଛି। ଏହାବ୍ୟତୀତ ସେ ଟେଷ୍ଟ ୱିକେଟ୍ ପଛରେ ୪୭୧ (୪୧୭ କ୍ୟାଚ୍ ଓ ୫୪ ଷ୍ଟମ୍ପିଂ) ଶିକାର କରିଛନ୍ତି। ନମନ ମଧ୍ୟ ରଣଜୀ ଟ୍ରଫିରେ ୩୫୧ ଶିକାର କରିଛନ୍ତି, ଯାହା ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।