ଆଇସିସି ରାଙ୍କିଙ୍ଗ: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପାଣ୍ଡ୍ୟା

ଦୁବାଇ: ଏସିଆ କପର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ସଫଳତା ମିଳିଛି। ସେ ତାଙ୍କ ଟି-୨୦ କ୍ୟାରିୟରର ସର୍ବଶ୍ରଷ୍ଠ ରାଙ୍କିଙ୍ଗ ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଜାରି ହୋଇଥିବା ଟି-୨୦ ରାଙ୍କିଙ୍ଗର ଅଲରାଉଣ୍ଡର ତାଲିକାରେ ପାଣ୍ଡ୍ୟା ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ କ୍ୟାରିୟରର ଏଯାଏ ଶ୍ରେଷ୍ଠ ରାଙ୍କିଙ୍ଗ। ସେ ଏକାଥରେ ୮ଟି ସ୍ଥାନ ଉପରକୁ ଉଠିଛନ୍ତି। ଦୁବାଇରେ ଖେଳାଯାଉଥିବା ଏସିଆ କପର ପ୍ରଥମ ମୁକାବିଲାରେ […]

Hardik

Hardik

Hemant Lenka
  • Published: Wednesday, 31 August 2022
  • Updated: 31 August 2022, 05:16 PM IST

Sports

Latest News

ଦୁବାଇ: ଏସିଆ କପର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ସଫଳତା ମିଳିଛି। ସେ ତାଙ୍କ ଟି-୨୦ କ୍ୟାରିୟରର ସର୍ବଶ୍ରଷ୍ଠ ରାଙ୍କିଙ୍ଗ ହାସଲ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଜାରି ହୋଇଥିବା ଟି-୨୦ ରାଙ୍କିଙ୍ଗର ଅଲରାଉଣ୍ଡର ତାଲିକାରେ ପାଣ୍ଡ୍ୟା ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ କ୍ୟାରିୟରର ଏଯାଏ ଶ୍ରେଷ୍ଠ ରାଙ୍କିଙ୍ଗ। ସେ ଏକାଥରେ ୮ଟି ସ୍ଥାନ ଉପରକୁ ଉଠିଛନ୍ତି।

ଦୁବାଇରେ ଖେଳାଯାଉଥିବା ଏସିଆ କପର ପ୍ରଥମ ମୁକାବିଲାରେ ପାଣ୍ତ୍ୟା ୨୫ ରନ ଦେଇ ୩ ୱିକେଟ ଓ ପରେ ମାତ୍ର ୧୭ ବଲରେ ୩୩ ରନର ଇନିଂସ ଖେଳିଥିଲେ। ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା। ଏହି ଇନିଂସ ଯୋଗୁ ପାଣ୍ତ୍ୟା ଆଇସିସି ଟି-୨୦ ଅଲରାଉଣ୍ଡର ରାଙ୍କିଙ୍ଗର ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ପାଣ୍ଡ୍ୟାଙ୍କ ବ୍ୟତୀତ ଏକାଧିକ ଆଫଗାନିସ୍ତାନ ଖେଳାଳି ମଧ୍ୟ ଏସିଆ କପରେ ନିଜର ପ୍ରଦର୍ଶନ ବଳରେ ଆଇସିସି ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ଟି-୨୦ ବୋଲିଂ ରାଙ୍କିଙ୍ଗରେ ଆଫଗାନ ସ୍ପିନର ରଶିଦ ଖାନ ୨ଟି ସ୍ଥାନ ଉପରକୁ ଉଠି ୩ୟ ସ୍ଥାନ ଦଖଲ କରିଛନ୍ତି। ଇଂଲଣ୍ଡର ଆଦିଲ ରଶିଦ ଓ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସି ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ପହଞ୍ଚିଛନ୍ତି। ରଶିଦ ଖାନଙ୍କ ଉପରେ ଦକ୍ଷିଣ ଆଫ୍ରିକାର ତାରବାଇଜ ସାମସି(୨ୟ) ଓ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ୧ନଂ ସ୍ଥାନରେ ରହିଛନ୍ତି।

ରଶିଦଙ୍କ ସହଯୋଗୀ ତଥା ଆଫଗାନର ଅନ୍ୟତମ ସ୍ପିନର ମୁଜୀବ ଉର ରହମାନ ମଧ୍ୟ ୭ଟି ସ୍ଥାନ ଉପରକୁ ଉଠି ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ସେ ୬୬୦ ପଏଣ୍ଟ ସହ ୯ମ ସ୍ଥାନ ଦଖଲ କରିଛନ୍ତି। ରାଙ୍କିଙ୍ଗର ୮ମ ସ୍ଥାନରେ ଏକମାତ୍ର ଭାରତୀୟ ଭାବେ ଭୁବନେଶ୍ୱର କୁମାର ରହିଛନ୍ତି। ୬ଷ୍ଠ ସ୍ଥାନରେ ଶ୍ରୀଲଙ୍କାରେ ୱାନିନ୍ଦୁ ହସରଙ୍ଗା ଡି’ସିଲଭା, ୭ମରେ ୱେଷ୍ଟଇଣ୍ଡିଜ ଅକେଲ ହୁସେନ ଓ ୧୦ମରେ ନ୍ୟୁଜିଲ୍ୟାଣ୍ଡର ମିଚେଲ ସାଣ୍ଟନର ରହିଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ କୌଣସି ନୂଆ ଖେଳି ପ୍ରବେଶ କରି ନାହାନ୍ତି। ପୂର୍ବ ଭଳି ବାବର ଆଜାମ ଓ ମହମ୍ମଦ ରିଜୱାନ ଶୀର୍ଷ ୨ ସ୍ଥାନରେ ରହିଛନ୍ତି। ୩ୟ ସ୍ଥାନରେ ଭାରତର ସୂର୍ଯ୍ୟ କୁମାର ଯାଦବ ଅଛନ୍ତି। ଆଫଗାନିସ୍ତାନର ହଜରତୁଲ୍ଲା ଜଜାଇ ୩ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ରାଙ୍କିଙ୍ଗର ୧୪ତମ ସ୍ଥାନ ଓ ରହମନତୁଲ୍ଲା ଗୁରବାଜ ୫ଟି ସ୍ଥାନ ଉପକରୁ ଉଠି ୨୯ତମ ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos