ମୁଁ ମରିଯାଇଥିବା ପ୍ରଚାର କରାଯାଇଥିଲା: ରବୀନ୍ଦ୍ର ଜାଡେଜା

ଦୁବାଇ: ବିଭିନ୍ନ ଲୋକଙ୍କ ନାଁରେ ଗୁଜବ ପ୍ରଚାର କରାଯାଉଥିବା ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ବିଷୟରେ ମଧ୍ୟ ଅନେକ ଗୁଜବ ପ୍ରଚାର ହୁଏ। ଏକଦା ରବୀନ୍ଦ୍ର ଜାଡେଜା ମରିଯାଇଥିବା କଥା ମଧ୍ୟ ସେ ଶୁଣିଥିଲେ ଓ ପଢ଼ିଥିଲେ। ହେଲେ ମାର୍କେଟରେ ଚାଲିଥିବା ଗୁଜବକୁ ସେ ଧ୍ୟାନ ଦିଅନ୍ତି ନାହିଁ ଓ ସେ ଏସିଆ କପ ଏବଂ ଆଗକୁ ଆସୁଥିବା ଟି-୨୦ ବିଶ୍ୱକପରେ ଦେଶ ପାଇଁ ବଡ଼ କରିବା […]

Jadeja

Jadeja

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 08:32 PM IST

Sports

Latest News

ଦୁବାଇ: ବିଭିନ୍ନ ଲୋକଙ୍କ ନାଁରେ ଗୁଜବ ପ୍ରଚାର କରାଯାଉଥିବା ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ବିଷୟରେ ମଧ୍ୟ ଅନେକ ଗୁଜବ ପ୍ରଚାର ହୁଏ। ଏକଦା ରବୀନ୍ଦ୍ର ଜାଡେଜା ମରିଯାଇଥିବା କଥା ମଧ୍ୟ ସେ ଶୁଣିଥିଲେ ଓ ପଢ଼ିଥିଲେ। ହେଲେ ମାର୍କେଟରେ ଚାଲିଥିବା ଗୁଜବକୁ ସେ ଧ୍ୟାନ ଦିଅନ୍ତି ନାହିଁ ଓ ସେ ଏସିଆ କପ ଏବଂ ଆଗକୁ ଆସୁଥିବା ଟି-୨୦ ବିଶ୍ୱକପରେ ଦେଶ ପାଇଁ ବଡ଼ କରିବା ଦିଗରେ ଆଗେଇ ଚାଲିଥିବା ଆଜି ଜାଡେଜା କହିଛନ୍ତି।

ଆସନ୍ତାକାଲି ଏସିଆ କପରେ ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ହଂକଂକୁ ଭେଟିବ। ଏହା ପୂର୍ବରୁ ଜାଡେଜା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ତାଙ୍କ ନାଁରେ ଚାଲିଥିବା ଗୁଜବ ସମ୍ପର୍କରେ ସେ ଅବଗତ ଥିବା କହିଛନ୍ତି। ଆହତ ଯୋଗୁ ଜାଡେଜା ଟି-୨୦ ବିଶ୍ୱକପ ଖେଳିବେ ନାହିଁ ଓ ଏହି କାରଣରୁ ସେ ଆଇପିଏଲ ଅଧାରୁ ଛାଡ଼ି ଦେଇଥିବା ଖବରର ପ୍ରଚାର କରାଯାଇଥିଲା। ଏହି ଗୁଜବ ସମ୍ପର୍କରେ ସେ ଅବଗତ ଥିବା ଜାଡେଜା କହିଛନ୍ତି।

ଆଇପିଏଲ ଅଧାରୁ ଜାଡେଜା ଚେନ୍ନାଇ ସୁପକିଙ୍ଗସ ସ୍କ୍ୱାଡରୁ ଆହତ ଯୋଗୁ ଓହରି ଯାଇଥିଲେ। ଏହାକୁ ନେଇ ଅନେକ ପ୍ରକାରର ଖବର ପ୍ରକାଶ ପାଇଥିଲା। ଚେନ୍ନାଇ ମ୍ୟାନେଜମେଣ୍ଟ ସହ ତିକ୍ତତା କାରଣରୁ ଜାଡେଜା ଏପରି ପଦକ୍ଷେପ ନେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଆଇପିଏଲ ପରଠାରୁ ଜାଡେଜାଙ୍କୁ ମଧ୍ୟ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳି ନଥିଲା। କିନ୍ତୁ ସେ ଇଂଲଣ୍ଡ ବିପକ୍ଷ ସାଉଥାମ୍ପଟନ ଟେଷ୍ଟରେ କମବ୍ୟାକ କରିଥିଲେ। ଏହାପରେ ପୁଣି ଆହତ ଯୋଗୁ ସେ କିଛି ସୀମିତ ଓଭର ମ୍ୟାଚ୍‌ରୁ ବାଦ ପଡ଼ିଥିଲା। ଏହି ସମୟରେ ଜାଡେଜାଙ୍କୁ ନେଇ ଅନେକ ଖବର ପ୍ରକାଶ ପାଇଥିଲା।

ଏହା ଉପରେ ଆଜି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଜାଡେଜା କହିଛନ୍ତି, “ଆପଣ ଗୁଜବର ଗୋଟିଏ ଛୋଟିଆ ଘଟଣା ସମ୍ପର୍କରେ କହିଛନ୍ତି। ମୁଁ ବିଶ୍ୱକପ ବେଳେ ଉପଲବ୍ଧ ହେବନି ବୋଲି ଯେଉଁ ଗୁଜବ କଥା କହୁଛନ୍ତି, ତାହା ବହୁତ ଛୋଟ କଥା। ଏଇ କିଛି ଦିନ ତଳେ ଗୋଟିଏ ଗୁଜବ ପ୍ରକାଶ ପାଇଥିଲା ଯେ ମୁଁ ମରି ଯାଇଛି। ଏହାକୁ ମୁଁ ପଢ଼ିଛି ଓ ଶୁଣିଛି ମଧ୍ୟ। ଏହି ଗୁଜବ ଠାରୁ ବିଶ୍ୱକପ ଗୁଜବ ଆଦୌ ବଡ଼ ନୁହେଁ।

ମୁଁ କେବେ ହେଲେ ଏହି ସବୁ ଗୁଜବରେ ବିଶ୍ୱାସ କରେନାହିଁ। ମୁଁ ସବୁବେଳେ ପଡ଼ିଆ, ଖେଳ ଓ ମୋ ପ୍ରଦର୍ଶନ ବଳରେ ଦେଶ ପାଇଁ କିଛି ବଡ଼ କରିବା ବିଷୟରେ ଫୋକସ କରେ। ଟିମ ପାଇଁ ଯାହା ଦରକାର ମୁଁ ସେସବୁ କରିବାକୁ ପ୍ରସ୍ତୁତ। ଦିନ ଆସିବ ଓ ଦିନ ଯିବ। ମୁଁ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ଅଭ୍ୟାସ କରି ଚାଲିଛି।”

ଭାରତ ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇଥିଲା। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ସହ ଜାଡେଜା ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos