ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଆଜି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ମର୍ସିଡିଜ୍ କାର୍ ଉତ୍ତରାଖଣ୍ଡର ରୁର୍କୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଭାଡରରେ ପିଟି ହୋଇ କାର୍ରେ ନିଆଁ ଲାଗିଯାଇଥିଲା। ନିଆଁରେ ପୋଡ଼ି ହୋଇ କାର୍ଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲେ ହେଁ ପନ୍ତ ସୁରକ୍ଷିତ ରହିଛନ୍ତି।
ଅବଶ୍ୟ ତାଙ୍କ ମୁଣ୍ଡ, ପିଠି ଓ ଆଣ୍ଠୁରେ ଆଘାତ ଲାଗିଛି। ତଥାପି ସେ ବିପଦ ମୁକ୍ତ ରହିଛନ୍ତି। ଠିକଣା ସମୟରେ ଉପସ୍ଥିତ ବୁଦ୍ଧି ହିଁ ପନ୍ତଙ୍କୁ ବଡ଼ ଅଘଟଣରୁ ରକ୍ଷା କରି ଦେଇଛି। ସେ ଜଳନ୍ତା କାର୍ର ଝରକା ଭାଙ୍ଗି ଠିକ୍ ସମୟରେ ବାହାରକୁ ଡେଇଁ ପଡ଼ିବାରୁ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି। ଆହତ ସତ୍ତ୍ୱେ ମଧ୍ୟ ସାହାସର ସହ ପନ୍ତ ଝରକା କାଚ ଭାଙ୍ଗିବାକୁ ସକ୍ଷମ ହୋଇଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପନ୍ତ ଆଜି ଭୋର ସମୟରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ। କିନ୍ତୁ ଭୋର ୫.୨୧ରେ ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏକାକୀ କାର୍ ଚଳାଇ ଯାଉଥିବା ବେଳେ ହଠାତ୍ ଘୁମେଇ ପଡ଼ିଥିଲେ। ଫଳରେ କାରଟି ସିଧା ଯାଇ ରାସ୍ତା କଡ଼ ଡିଭାଇଡର ରେଲିଂରେ ମାଡ଼ ହୋଇଥିଲା।
ଏଥିରେ ପନ୍ତ ଗୁରୁତର ଆହତ ହୋଇଥିଲେ। ଡିଭାଇଡର୍ରେ ପିଟି ହେବା ପରେ କାର୍ରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ପନ୍ତ ବଚଳିତ ହୋଇପଡ଼ିଥିଲେ। ହେଲେ ଧୈର୍ଯ୍ୟ ହରାଇ ନଥିଲେ। ଗୋଟିଏ ପଟେ ସେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟପଟେ କାର୍ରେ ଜଳିବା ଆରମ୍ଭ କରିଥିଲା।
ଏପରି ସ୍ଥିତିରେ ସେ କ’ଣ କରିବେ, କିଛି ଜାଣିପାରି ନଥିଲେ। ଗଭୀର ଆହତ ସତ୍ତ୍ୱେ ସେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ର ଝରକା କାଚକୁ ନିଜ ହାତରେ ଭାଙ୍ଗି ଦେଇଥିଲେ। ଉକ୍ତ ଝରକା ବାଟେ ନିଆଁ ସଂପୂର୍ଣ୍ଣ ଭାବେ କାର୍କୁ କବଳିତ କରିବା ପୂର୍ବରୁ ବାହାରକୁ ଡେଇଁ ପଡ଼ିଥିଲେ। ପନ୍ତ କାର୍ରୁ ଡେଇଁବା ପରେ ଏହା ହୁତୁହୁତୁ ହୋଇ ଜଳି ଯାଇଥିଲା। କିନ୍ତୁ ପନ୍ତ ବଡ଼ ଅଘଟଣରୁ ରକ୍ଷା ପାଇ ଯାଇଥିଲେ। ପନ୍ତ ରାସ୍ତା କଡ଼ରେ ପଡ଼ିଥିବା ବେଳେ ତାଙ୍କୁ କିଛି ଲୋକ ଉଠାଉଥିବା ଭିଡିଓ ସାମ୍ନାକୁ ଆସିଛି। ସେହିପରି ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
This video is told to be of Rishabh Pant's recent accident in Uttarakhand. Vehicle can be seen on fire and Pant is lying on the ground. @TheLallantop pic.twitter.com/mK8QbD2EIq
— Siddhant Mohan (@Siddhantmt) December 30, 2022
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ଯେ ଆଜି ଭୋର ପ୍ରାୟ ୫.୩୦ରେ ପନ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ରୁର୍କୀ ନିକଟସ୍ଥ ମହମ୍ମଦପୁର ଜାଟ ନିକଟରେ ଦୁର୍ଘଟଣା ଘଟିଛି। ପନ୍ତ ଏକାକୀ ଗାଡ଼ି ଚଳାଉଥିବା ବେଳେ ତାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାର୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଡରରେ ପିଟି ହୋଇ ଜଳି ଯାଇଥିଲା। କାର୍ଟି ଜଳିବା ଆରମ୍ଭ କରିବାରୁ ପନ୍ତ ବାଧ୍ୟ ହୋଇ ଏହାର କାଚ୍ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରୁର୍କୀ ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନର ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତାଙ୍କ କପାଳ ଓ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଥିଲେ ମଧ୍ୟ ତାଙ୍କର ଶରୀରର କୌଣସି ବି ସ୍ଥାନ ପୋଡ଼ି ନାହିଁ। ସେହିପରି କୌଣସି ଅଙ୍ଗପ୍ରତ୍ୟେଙ୍ଗ ଭାଙ୍ଗି ନାହିଁ। ତଥାପି ତାଙ୍କ ଏକ୍ସରେ ଓ ଏମଆରଆଇ ସ୍କାନ କରାଯାଇଥିବା ସେ କହିଛନ୍ତି।
Rishabh pant car was totally damaged, thank god nothing serious injury has happened to him 🙏#RishabhPant pic.twitter.com/yvSKqb8VCT
— Rishabh pant fans club (@rishabpantclub) December 30, 2022
See this Video of Rishabh's accident time,the Car is burning
Location is Nasan VillageGet well soon champ ♥️#RishabhPant pic.twitter.com/qv7aBc2Pev
— Shaurya (@Kohli_Devotee) December 30, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।