ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଖେଳା ଯାଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଏକ ରେକର୍ଡକୁ ଭାଙ୍ଗିଛନ୍ତି ୱିକେଟ୍ କିପର ଋଷଭ ପନ୍ତ। ଟେଷ୍ଟ କ୍ରିକେଟରେ ଜଣେ ଭାରତୀୟ ଭାବେ ପନ୍ତ ମାରିଛନ୍ତି ଦ୍ରୁତ ଅର୍ଦ୍ଧଶତକ। ସେ ମାତ୍ର ୨୮ଟି ବଲ୍ରେ ୫୦ ରନ୍ କରିଛନ୍ତି।
ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା। ୧୯୮୨ ମସିହାରେ କରାଚିରେ ପାକିସ୍ତାନ ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍ରେ କପିଲ ୩୦ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ।
ପନ୍ତ ଆଜି ୭ଟି ଚୌକା ଓ ୨ଟି ଛକା ସହାୟତାରେ ୨୮ଟି ବଲ୍ରୁ ୫୦ ରନ୍ କରିଥିଲେ। ସେ ୫୦ କରିବା ପରେ ଆଉ ତିନୋଟି ବଲ୍ ଖେଳି ଆଉଟ୍ ହୋଇଯାଇଥିଲେ। ସେ ପ୍ରବୀଣ ଜୟବିକ୍ରମାଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।
ଏହି ମ୍ୟାଚ୍ରେ ପନ୍ତଙ୍କ ନାଁରେ ଆଉ ଏକ ରେକର୍ଡ ମଧ୍ୟ ଯୋଡ଼ି ହୋଇଛି। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ପନ୍ତ ହେଉଛନ୍ତି ପ୍ରଥମ ଖେଳାଳି ଯିଏ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ୧୫୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ୩୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।
ଏହି ଟେଷ୍ଟର ପ୍ରଥମ ଇନିଂସରେ ସେ ୨୬ଟି ବଲ୍ରୁ ୩୯ ରନ୍ କରିଥିଲେ। ଏଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୦.୦୦ ରହିଥିଲା। ସେହିପରି ଦ୍ୱିତୀୟ ଇନିଂସ୍ରେ ସେ ୩୧ଟି ବଲ୍ରୁ ୫୦ ରନ୍ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୧.୨୯ ରହିଥିଲା।
୨୦୨୧ ମସିହାରେ ଲଣ୍ଡନରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟରେ ଶର୍ଦ୍ଦୁଲ ଠାକୁର ୩୧ଟି ବଲ୍ରୁ ୫୦ ରନ୍ କରିଥିଲେ। ସେହିପରି ୨୦୦୮ରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍ରେ ବୀରେନ୍ଦ୍ର ସେହୱାଗ ୩୨ଟି ବଲ୍ରୁ ୫୦ ରନ୍ ବା ଅର୍ଦ୍ଧଶତକ ହାସଲ କରିଥିଲେ।
FIFTY!@RishabhPant17 surpasses Kapil Dev to score the fastest 50 by an Indian in Test cricket. It has come off 28 deliveries.
Take a bow, Rishabh 👏💪💥
Live - https://t.co/t74OLq7xoO #INDvSL @Paytm pic.twitter.com/YcpJf2sp2H
— BCCI (@BCCI) March 13, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।