ଟି-୨୦ରେ ଇଂଲଣ୍ଡ ପାଇଁ ରେକର୍ଡ କଲେ ସାମ କୁରାନ

ପର୍ଥ: ଇଂଲଣ୍ଡ ପାଇଁ ବିଶ୍ୱକପରେ ବିରଳ ରେକର୍ଡ କରିଛନ୍ତି ଅଲରାଉଣ୍ଡର ସାମ କୁରାନ। ସେ ପ୍ରଥମ ଇଂଲିଶ କ୍ରିକେଟର ଭାବେ ଟି-୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୪ ବର୍ଷୀୟ କୁରାନ ଆଫଗାନିସ୍ତାନ ବିପକ୍ଷରେ ୫ ୱିକେଟ ନେଇ ଇଂଲଣ୍ଡ ପାଇଁ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୁରାନ ୩.୪ ଓଭର୍‌ରେ ୧୦ ରନ ଦେଇ ୫ ୱିକେଟ ଦଖଲ କରିଛନ୍ତି। ଟି-୨୦ରେ ଇଂଲଣ୍ଡ […]

sam-curran

sam-curran

Hemant Lenka
  • Published: Saturday, 22 October 2022
  • Updated: 22 October 2022, 08:45 PM IST

Sports

Latest News

ପର୍ଥ: ଇଂଲଣ୍ଡ ପାଇଁ ବିଶ୍ୱକପରେ ବିରଳ ରେକର୍ଡ କରିଛନ୍ତି ଅଲରାଉଣ୍ଡର ସାମ କୁରାନ। ସେ ପ୍ରଥମ ଇଂଲିଶ କ୍ରିକେଟର ଭାବେ ଟି-୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୪ ବର୍ଷୀୟ କୁରାନ ଆଫଗାନିସ୍ତାନ ବିପକ୍ଷରେ ୫ ୱିକେଟ ନେଇ ଇଂଲଣ୍ଡ ପାଇଁ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୁରାନ ୩.୪ ଓଭର୍‌ରେ ୧୦ ରନ ଦେଇ ୫ ୱିକେଟ ଦଖଲ କରିଛନ୍ତି। ଟି-୨୦ରେ ଇଂଲଣ୍ଡ ପାଇଁ ଏଯାଏ କୌଣସି ବି କ୍ରିକେଟ ୫ ୱିକେଟ ଦଖଲ କରି ନଥିଲେ।

କୁରାନଙ୍କ ପୂର୍ବରୁ ଇଂଲଣ୍ଡ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଲେଗ ସ୍ପିନର ଆଦିଲ ରଶିଦଙ୍କ ନାଁରେ ଥିଲା। ସେ ୨୦୨୧ ଦୁବାଇରେ ଖେଳା ଯାଉଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ରେ ୨.୨ ଓଭର ବୋଲିଂ କରି ୨ ରନରେ ୪ଟି ୱିକେଟ ଦଖଲ କରିଥିଲେ। ୨୦୧୯ରେ କ୍ରିସ ଜୋର୍ଡାନ ୱେଷ୍ଟଇଣ୍ଡିଜ ବିପକ୍ଷରେ ୬ ରନ ଦେଇ ୪ଟି ୱିକେଟ ଓ ୨୦୧୯ରେ ଡାଭିଡ ୱିଲୀ ୭ ରନରେ ୪ଟି ୱିକେଟ ପାଇଥିଲେ। ହେଲେ ଆଜି କୁରାନ ୧୦ ରନରେ ୫ ୱିକେଟ ଦଖଲ କରି ସବୁ ରେକର୍ଡ ଭାଙ୍ଗିଛନ୍ତି।

ତାଙ୍କର ଘାତକ ବୋଲିଂ ଯୋଗୁ ଆଫଗାନିସ୍ତାନ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୧୨ ରନରେ ଅଟକି ଯାଇଥିଲା। ୧୧୩ ରନର ଟାର୍ଗେଟକୁ ଇଂଲଣ୍ଡ ୧୧ ବଲ ପୂର୍ବରୁ ୫ ୱିକେଟ ହରାଇ ହାସଲ କରି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos