ଶାହୀନ ଆଫ୍ରିଦିଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ଓ ମେଡିକାଲ ପ୍ୟାନେଲ କ୍ରମାଗତ ଭାବେ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ଚୟନକୁ ନେଇ ପ୍ରଶ୍ନର ଶିକାର ହୋଇ ଚାଲିଛି। ଏସିଆ କପ ପୂର୍ବରୁ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିବା ଆଫ୍ରିଦିଙ୍କୁ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି। ସେ ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ତେବେ ସେ ମ୍ୟାଚ୍‌ ଖେଳିବାକୁ ଫିଟ ଅଛନ୍ତି କି ନାଁ, ତା’କୁ ନେଇ ପ୍ରଶ୍ନ ଉଠିଛି। ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ […]

Pakistan

Pakistan

Hemant Lenka
  • Published: Tuesday, 25 October 2022
  • Updated: 25 October 2022, 06:45 PM IST

Sports

Latest News

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ ଓ ମେଡିକାଲ ପ୍ୟାନେଲ କ୍ରମାଗତ ଭାବେ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ଚୟନକୁ ନେଇ ପ୍ରଶ୍ନର ଶିକାର ହୋଇ ଚାଲିଛି। ଏସିଆ କପ ପୂର୍ବରୁ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିବା ଆଫ୍ରିଦିଙ୍କୁ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି।

ସେ ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ତେବେ ସେ ମ୍ୟାଚ୍‌ ଖେଳିବାକୁ ଫିଟ ଅଛନ୍ତି କି ନାଁ, ତା’କୁ ନେଇ ପ୍ରଶ୍ନ ଉଠିଛି। ପାକିସ୍ତାନର ପୂର୍ବତନ କ୍ରିକେଟର ୱାସିମ ଆକ୍ରମ, ୱାକର ୟୁନିସ, ମିଶବା ଉଲ ହକ ଓ ଲାହୋର କଲନ୍ଧର୍ସର ମୁଖ୍ୟ କୋଚ ଅକିବ ଜାଭେଦ ମଧ୍ୟ ଆଫ୍ରିଦିଙ୍କ ମ୍ୟାଚ୍‌ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ୟୁନିସ କହିଛନ୍ତି, “ଆମେ ଜାଣିଥିବା ଶାହୀନ ଏ ନୁହନ୍ତି। ତାଙ୍କ ପାଖରେ ବୋଲିଂ କରିବାରେ ସେ ରିଦିମ ନାହିଁ। ଲାଗୁଛି ଆହତ ସମସ୍ୟାରୁ ସେ ମୁକିଳି ନଥିବା ବେଳେ ତରବରିଆ ଭାବେ ତାଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ମ୍ୟାଚ୍‌ ଖେଳିବାକୁ ଫିଟ ଅଛନ୍ତି?”

ଜୁଲାଇ ମଧ୍ୟ ଭାଗରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଆଫ୍ରିଦି ଆଣ୍ଠୁ ଜନିତ ଆହତ ସମସ୍ୟାରେ ପଡ଼ିଥିଲେ। ସେବେଠାରୁ ତାଙ୍କୁ ପାକିସ୍ତାନ ଟିମରେ ଦେଖିବାକୁ ମିଳି ନଥିଲା। ହେଲେ ଭାରତ ବିପକ୍ଷ ରବିବାର ଟି-୨୦ରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ହେଲେ ତାଙ୍କ ଚମକ ଆଦୌ ପୂର୍ବଭଳି ଦେଖିବାକୁ ମିଳି ନଥିଲା।

ପାକିସ୍ତାନର ପୂର୍ବତନ ଅଧିନାୟକ ଓ ମୁଖ୍ୟ କୋଚ୍‌ ମିଶବା ଉଲ ହକ୍‌ କହିଛନ୍ତି, “ବିଶ୍ୱକପ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡରେ ଚାଲିଥିବା ତ୍ରିପାକ୍ଷିପ ସିରିଜ ବେଳେ ମୁଁ ନିଜେ ଅଧିନାୟକ ବାବର ଆଜମ, ସାକଲିନ ମୁସ୍ତାକ ଓ ଟିମ ଡାକ୍ତରମାନଙ୍କ ସହ ଶାହୀନଙ୍କ ଫିଟନେସ ସମ୍ପର୍କରେ କଥା ହୋଇଥିଲି।

ମୁଁ ସେମାନଙ୍କୁ ଶାହୀନଙ୍କ ଆହତ ସମସ୍ୟା କେତେ ସୁଧୁରିଛି ସେ ବିଷୟରେ ପଚାରିଥିଲି। ଏହି ସମୟରେ ମୁଁ ସେମାନଙ୍କୁ କହିଥିଲି ଯଦି ତାଙ୍କ ରି-ହାବ ଠିକ ଚାଲିଛି, ତା’ହେଲେ ତାଙ୍କୁ କାହିଁକି ତ୍ରିପାକ୍ଷିକ ସିରିଜ୍‌ରେ ବ୍ୟବହାର ନ କରି ବିଶ୍ୱକପକୁ ଅପେକ୍ଷା କରୁଛ?”

ଆକ୍ରମ ମଧ୍ୟ ଏ କଥାରେ ଏକମତ ହୋଇ ଶାହୀନଙ୍କ ପାଖରେ ମ୍ୟାଚ୍‌ ଅଭ୍ୟାସର ଅଭାବ ଭାରତ ବିପକ୍ଷରେ ଦେଖିବାକୁ ମିଳିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos